ଜାଣନ୍ତୁ ରାତି ୨ଟାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ କ'ଣ ପାଇଁ କଲ୍ କଲେ ଶାହାରୁଖ ଖାନ

ଜାଣନ୍ତୁ ରାତି ୨ଟାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ କ'ଣ ପାଇଁ କଲ୍ କଲେ ଶାହାରୁଖ ଖାନ ।

Shah Rukh Khan

ମୁମ୍ବାଇ: ଆଉ ମାତ୍ର କିଛି ଦିନର ଅପେକ୍ଷା । ସିଲଭର୍ ସ୍କ୍ରିନରେ ରିଲିଜ୍ ହେବ ବଲିଉଡର ବିଗ୍ ବଜେଟ୍ ଫିଲ୍ମ 'ପଠାନ୍' । ଏହି ଫିଲ୍ମକୁ ନେଇ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ଲାଗି ରହିଛି । ବାଦବିବାଦ ସତ୍ୱେ ଦର୍ଶକଙ୍କୁ ନିଜ ଅନ୍ଦାଜରେ ଇମପ୍ରେସ କରିବାର କୌଣସି ମୌକା ହାତ ଛଡା କରୁ ନାହାଁନ୍ତି କିଙ୍ଗ୍ ଖାନ ।

ଏହାରି ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା ଯୋର ଧରିଛି । ତେବେ କିଛି ଦିନ ତଳେ ଶାହାରୁଖ ଖାନଙ୍କ ଫିଲ୍ମ ବିରୋଧରେ ହୋଇଥିବା ଦକ୍ଷିଣପନ୍ଥୀ କର୍ମୀମାନେ ଉଗ୍ର ପ୍ରତିବାଦ ପ୍ରଦର୍ଶନ ବିଷୟରେ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାରୁ ସେ ଉତକ୍ଷିପ୍ତ ହୋଇ କହିଥିଲେ ଯେ, ଶାହାରୁଖ ଖାନ୍ କିଏ ? ମୁଁ ତାଙ୍କୁ ଚିହ୍ନି ନାହିଁ କି ଫିଲ୍ମ ପଠାନ୍ ବିଷୟରେ ମଧ୍ୟ କିଛି ଜାଣି ନାହିଁ । ସେ ଏହା ମଧ୍ୟ କହିଥିଲେ ଯେ, ରାଜ୍ୟବାସୀ ବଲିଉଡ ଫିଲ୍ମ ନୁହେଁ ବରଂ ଆସାମୀ ଫିଲ୍ମ ଦେଖିବା ଓ ଜାଣିବା ଉଚିତ୍ । ହେଲେ କିଛି ସମସ୍ୟା ସୃଷ୍ଟି ହେଲେ ବଲିଉଡ କଳାକାର ମୋତେ କଲ୍ କରି ପାରିବେ । ଯଦି ଶାହାରୁଖ ମୋତେ କଲ୍ କରନ୍ତି ତେବେ ତାଙ୍କର ସମସ୍ୟାକୁ ଗମ୍ଭୀରତାର ସହ ନେବି ।

ଏହି ଖବର ପ୍ରସାର ହେବା ପରେ ଗତକାଲି ରାତି ୨ ଟାରେ ଶାହାରୁଖ ଖାନ ଆସାମ ମୁଖ୍ୟମନ୍ତ୍ରୀଙ୍କୁ କଲ୍ କରିଥିଲେ ଏନେଇ ନିଜେ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, 'ଶାହାରୁଖ ଖାନ ମୋତେ ରାତି ୨ଟାରେ କଲ କରିଥିଲେ । ତାଙ୍କ ଫିଲ୍ମ ସ୍କ୍ରିନିଂ ସମୟରେ ଗୌହାଟୀରେ ହୋଇଥିବା ଅଘଟଣକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ତେବେ ଆଗକୁ ଯେମିତି ଏପରି ଘଟଣାର ପୁନାରାବୃତ୍ତି ନ ହୁଏ ତାହା ମୁଁ ତାଙ୍କୁ ସୁନିଶ୍ଚିତ କରିଥିଲି ।'

ସୂଚନାଥାଉ ଯେ, ଗୌହାଟୀର ଏକ ସିନେମା ହଲରେ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ 'ପଠାନ୍'କୁ ନେଇ ବିରୋଧ ପ୍ରଦର୍ଶନ କରାଯିବା ସହ ଫିଲ୍ମର ପୋଷ୍ଟର ଚିରି ବିକ୍ଷୋବ ପ୍ରଦର୍ଶନ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+