ଜାଣନ୍ତୁ କ'ଣ ପାଇଁ ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ ଅଭିନେତ୍ରୀ ରଶ୍ମିକା ମନ୍ଦନା

ଜାଣନ୍ତୁ କ'ଣ ପାଇଁ ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ ଅଭିନେତ୍ରୀ ରଶ୍ମିକା ମନ୍ଦନା । ମିଶନ୍ ମଜନୁ ହେଉଛି ବଲିଉଡରେ ରଶ୍ମିକାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର । ଏହି ଫିଲ୍ମରେ ସେ ଜଣେ ପାକିସ୍ତାନୀ ଝିଅ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ନେଟଫ୍ଲିକ୍ସରେ ମୁକ୍ତିଲାଭ କର

ମୁମ୍ବାଇ: ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ରଶ୍ମିକା ମନ୍ଦନା ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ 'ମିଶନ ମଜନୁ' । ଯାହାର ସ୍କ୍ରିନିଂ ମୁମ୍ବାଇରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଫିଲ୍ମର କଳାକାରଙ୍କ ସମେତ ଅନେକ ବିଲିଉଡ ତାରକା ମଧ୍ୟ ଯୋଗ ଦେଇଥିଲେ । ହେଲେ ସ୍କ୍ରିନିଂ ଭେନ୍ୟୁ ବାହାରେ ଅଭିନେତ୍ରୀ ପ୍ରଶଂସକଙ୍କୁ କ୍ଷମା ମାଗି ଚର୍ଚ୍ଚାରେ ରହିଥିଲେ ।

ପ୍ରଶଂସକଙ୍କୁ କ୍ଷମା ମାଗିଲେ ରଶ୍ମିକା ମନ୍ଦନା
ରଶ୍ମିକା ନିଜ କୋ-ଷ୍ଟାର ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ 'ମିଶନ୍ ମଜନୁ'ର ସ୍କ୍ରିନିଂରେ ଯୋଗ ଦେଇଥିଲେ । ଏହି ସମୟରେ କିଆରା ଆଡଭାନୀ ଏବଂ କରଣ ଜୋହର ମଧ୍ୟ ସ୍କ୍ରିନିଂରେ ପହଞ୍ଚିଥିଲେ। ରଶ୍ମିକା ମନ୍ଦନା ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଫଟୋ ଉଠାଇବା ପାଇଁ ଜନତା ତାଙ୍କୁ ଘେରି ନେଇଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ରଶ୍ମିକା ହାତ ଯୋଡି ନିଜ ଫ୍ୟାନ୍ସଙ୍କୁ କ୍ଷମା ମାଗୁଥିବାର ଦେଖିବା ପାଇଁ ମିଳୁଛି । ଅଭିନେତ୍ରୀ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ।

Rashmika mandana

ସ୍କ୍ରିନିଂରେ କାଜୁଆଲ୍ ଲୁକରେ ନଜର ଆସିଥିଲେ ଅଭିନେତ୍ରୀ
'ମିଶନ୍ ମଜନୁ'ର ସ୍କ୍ରିନିଂରେ ରଶ୍ମିକା କାଜୁଆଲ୍ ଲୁକରେ ନଜର ଆସିଥିଲେ । ସ୍କ୍ରିନିଂ ପୂର୍ବରୁ ସେ କ୍ୟାମେରା ପାଇଁ ପୋଜ୍ ଦେଇଥିଲେ ଏବଂ ପ୍ରିମିୟର୍ ଯିବା ପୂର୍ବରୁ ପାପାରାଜିଙ୍କ ସହ ଫିଲ୍ମକୁ ନେଇ ଆଲୋଚନା ମଧ୍ୟ କରିଥିଲେ ।

'ମିଶନ୍ ମଜନୁ' ହେଉଛି ବଲିଉଡରେ ରଶ୍ମିକାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର
'ମିଶନ୍ ମଜନୁ' ହେଉଛି ବଲିଉଡରେ ରଶ୍ମିକାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର । ଏହି ଫିଲ୍ମରେ ସେ ଜଣେ ପାକିସ୍ତାନୀ ଝିଅ ଭୂମିକାରେ ନଜର ଆସିବେ। ଏହି ଫିଲ୍ମଟି ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି । ରଶ୍ମିକା ଖୁବ୍ ଶୀଘ୍ର ଆଲ୍ଲୁ ଅର୍ଜୁନଙ୍କ ସହ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨'ରେ ମଧ୍ୟ ନଜର ଆସିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+