ଏହି ସ୍ଥାନରେ ହେବ ରକୁଲ୍ ଏବଂ ଜ୍ୟାକି ଭଗ୍ନାନୀ ବିବାହ

Rakul Preet Singh and Jackky Bhagnani: ବଲିଉଡ ଅଭିନେତ୍ରୀ ରକୁଲପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀଙ୍କ ବିବାହ ଖବର ବର୍ତ୍ତମାନ ଲାଇମଲାଇଟରେ ରହିଛି । ରିପୋର୍ଟ ଅନୁଯାୟୀ, 22 ଫେବୃଆରୀ 2024ରେ ଏହି ଷ୍ଟାର କପଲ୍ ବିହାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ବର୍ତ୍ତମାନ ଏହି ସେଲିବ୍ରିଟିଙ୍କ ବିବାହକୁ ନେଇ ରହିଛି ଏକ ବଡ଼ ଅପଡେଟ୍ ।

ରାକୁଲପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ ପ୍ରଥମେ ବିଦେଶରେ ବିବାହ କରିବାର ଯୋଜନା କରିଥିଲେ । ଦୁହେଁ ନିଜ ବିବାହ ସ୍ଥାନ ମଧ୍ୟ ବୁକ୍ କରିସାରିଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ଏହି ପ୍ଲାନ୍ ବଦଳାଯାଇଛି । ବର୍ତ୍ତମାନ ଏହି ଷ୍ଟାର କପଲ୍ ଗୋଆରେ ବିବାହ କରିବା ନେଇ ରହିଛି ଖବର । ଯାହା ପଛରେ ରହିଛି ଏକ ବଡ଼ କାରଣ ।

Rakul Preet

ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ଡିସେମ୍ବରରେ ଉତ୍ତରାଖଣ୍ଡରେ ଆୟୋଜିତ ଏକ ରାଲିରେ ବିଦେଶ ବଦଳରେ ଦେଶରେ ବିବାହ କରିବାକୁ ଆବେଦନ କରିଥିଲେ। ଏହା ପରେ ବଲିଉଡର ଏହି କପଲ୍ ତୁରନ୍ତ ବିଦେଶରେ ବିବହା କରିବାର ଯୋଜନା ପରିବର୍ତ୍ତନ କରିଥିଲେ ଏବଂ ଭାରତରେ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ଏହି କପଲ୍ ମିଡିଲ୍ ଇଷ୍ଟରେ ବିବାହ କରିବାର ଯୋଜନା କରିଥିଲେ । ହେଲେ ବର୍ତ୍ତମାନ ଡିସେମ୍ବରରେ ଡେଷ୍ଟିନେସନରେ ପରିବର୍ତ୍ତନ କରାଯାଇଥିଲା ।

2021 ମସିହାରେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ନିଜ ସମ୍ପର୍କକୁ ଅଫିସିଆଲ୍ କରିଥିଲେ। ଉଭୟଙ୍କୁ ଅନେକ ପାର୍ଟୀରେ ଏକାଠି ଦେଖିବା ପାଇଁ ମିଳିଥାଏ । ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ତ ହେଉଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+