ବଲିଉଡ ପାର୍ଟିରେ ବାଥରୁମରେ ଲୁଚି କାନ୍ଦୁଥିଲେ କ୍ୟାଟ୍ରିନା !

ନିଜ ଏକ୍ସ ବୟଫ୍ରେଣ୍ତର ଫୋନ୍ ଚେକ୍ କରୁଥିଲେ କ୍ୟାଟ୍ରିନା ।

katrina kaif

ମୁମ୍ବାଇ: ନିଜ ବ୍ୟକ୍ତିଗତ ଲାଇଫକୁ ନେଇ ଅଧିକ ଅଲୋଚନା କରିବା ପସନ୍ଦ କରନ୍ତି ନାହିଁ କ୍ୟାଟ୍ରିନା କୈଫ୍ । ହେଲେ ନିକଟରେ ଅଭିନେତ୍ରୀ କହିଛନ୍ତି ଯେ, ସେ ଦୀପାବଳି ପାର୍ଟୀରେ ଅନେକ ଥର ଲୁଚି ରହିବା ସହ କାନ୍ଦୁଥିଲେ । ହେଲେ ଏହା ପଛର କାରଣ ବିଷୟରେ ଅଭିନେତ୍ରୀ କିଛି କହିନଥିଲେ । ନିକଟରେ କ୍ୟାଟ୍ରିନା ନିଜ ବ୍ରାଣ୍ଡକୁ ପ୍ରମୋଟ୍ କରି ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ, ମିନି ମାଥୁର ଏବଂ କରିସ୍ମା କୋହଲିଙ୍କ ସହ ଗ୍ୟାଲେନଟାଇନ୍ସ ଡେ ପାଳନ କରୁଥିବା ଦେଖିବାକୁ ମିଳିଥିଲା ।

ଏହି ତିନିଜଣ 'ଗ୍ୟାଲେନଟାଇନ୍ସ ଡେ' ପାଳନ କରିଥିଲେ ଏବଂ ନେଭର୍ ହାଭ୍ ଆଇ ଏଭର୍ ଗେମ୍ ଖେଳିଥିଲେ । ଯେଉଁଥିରେ ସେମାନେ ନିଜ ବିଷୟରେ ଏବଂ ପରସ୍ପର ବିଷୟରେ ମଜାଳିଆ କଥା କହିଥିଲେ । ଏହି ସମୟରେ କ୍ୟାଟ୍ରିନା ସ୍ୱୀକାର କରିଥିଲେ ଯେ, ସେ ଅନେକ ଥର ବଲିଉଡ ପାର୍ଟୀରେ ବାଥରୁମ ଯାଇ କାନ୍ଦୁଥିଲେ । କେବଳ ସେତିକି ନୁହେଁ, ସେ ଏହା ମଧ୍ୟ କହିଛନ୍ତି ଯେ, ସେ ନିଜ ଏକ୍ସ ବୟଫ୍ରେଣ୍ତର ଫୋନ୍ ମଧ୍ୟ ଚେକ୍ କରିଛନ୍ତି । ସେହି ସମୟରେ ସେ ଅଧିକ ବୁଦ୍ଧିମାନ ନଥିଲେ ବୋଲି ମଧ୍ୟ କହିଛନ୍ତି କ୍ୟାଟ୍ରିନା । ଏହା ପରେ ମିନି ମାଥୁର୍ କ୍ୟାଟଙ୍କୁ
ଅଟକାଇ କହିଥିଲେ ଯେ, ଭିକ୍କି ତୁମେ ନିଜ ଫୋନ୍ ପାସୱାର୍ଡ ବଦଳାଇଦିଅ'। ଯାହା ପରେ କ୍ୟାଟ୍ କହିଥିଲେ ଯେ, ସେ ଏପରି ପୂର୍ବରୁ କରୁଥିଲେ ଏବେ ଏପରି କରୁ ନାହଁନ୍ତି ।

କ୍ୟାଟ୍ରିନାଙ୍କ କଥା ଶୁଣିବା ପରେ ମିନି ଏହା ମଧ୍ୟ କହିଥିଲେ ଯେ, ସେ ବିମାନବନ୍ଦରରେ ଅତ୍ୟଧିକ ଲଗେଜ୍ କିମ୍ବା ଲଗେଜ୍ ବହନ ନକରିବା ପାଇଁ ମଧ୍ୟ କ୍ୟାଟ୍ରିନା ସର୍ବଦା ବାହାନା କରନ୍ତି । ଏହି ପ୍ରମୋରେ କ୍ୟାଟ୍ରିନା ଏହା ମଧ୍ୟ ସ୍ୱିକାର କରିଥିଲେ ସେ ଦିପାବଳୀ ପାର୍ଟୀରେ ସର୍ବସାଧାରଣ ବାଥରୁମରେ ସେ କାନ୍ଦୁଥିଲେ । ହେଲେ ଏହା ପଛର ପ୍ରକୃତ କାରଣ ବିଷୟରେ ସେ ଫ୍ୟାନ୍ସଙ୍କୁ ଜଣାଇ ନଥିଲେ । ତେବେ କ୍ୟାଟ୍ରିନାଙ୍କ କସମେଟିକ୍ ବ୍ରାଣ୍ଡ୍ ବିୟୁଟିର ପ୍ରଚାର ପାଇଁ କ୍ୟାଟ୍ରିନା ମିନି ଏବଂ କରିସ୍ମା ଏହି ଗେମ୍ ଖେଳିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+