Get Updates
Get notified of breaking news, exclusive insights, and must-see stories!

ସେଟରେ ଘଟିଲା ଦୁର୍ଘଟଣା, ସବୁ ଦିନ ପାଇଁ ଛାଡିଲେ ଅଭିନୟ, ଜାଣନ୍ତୁ କ'ଣ ପାଇଁ ସିନେମା ଜଗତରୁ ଦୂରେଇ ଗଲେ ବିଗ୍ ବିଙ୍କ ଝିଅ ଶ୍ୱେତା

ଜାଣନ୍ତୁ କ'ଣ ପାଇଁ ସିନେମା ଜଗତରୁ ଦୂରେଇ ଗଲେ ବିଗ୍ ବିଙ୍କ ଝିଅ ଶ୍ୱେତ । ଅନେକ କାରଣରୁ ଶ୍ୱେତା ନିଜକୁ ଚଳଚ୍ଚିତ୍ର ଜଗତରୁ ଦୂରେଇ ରଖିଛନ୍ତି । ଶ୍ୱେତା ଯେତେବେଳେ କଫି ୱିଥ୍ କରଣରେ ଆସିଥିଲେ ସେ ଏହା ପଛର କାରଣ ବିଷୟରେ ଜଣାଇଥିଲେ ।

Shweta Bachchan

ମୁମ୍ବାଇ:ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ । ପତ୍ନୀ ଜୟା ମଧ୍ୟ ଜଣେ ଦକ୍ଷ ଅଭିନେତ୍ରୀ,ପୁଅ ଅଭିଷେକ ବଚ୍ଚନ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଭଲ କଳାକାର ଭାବରେ ବହୁ ନାମ ଅର୍ଜନ କରିଛନ୍ତି । ହେଲେ ଏତେ ବଡ ଷ୍ଟାରଙ୍କ ଝିଅ ହୋଇ ମଧ୍ୟ ନିଜକୁ ସିନେମା ଜଗତରୁ ଦୂରେଇ ରଖିଛନ୍ତି ଝିଅ ଶ୍ୱେତା ବଚ୍ଚନ । ଶ୍ୱେତା ନିଜେ ମଧ୍ୟ ଲାଇମଲାଇଟରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଏ ବିଷୟରେ ସେ ନିଜ ପ୍ରକାଶ କରିଥିଲେ । ଶ୍ୱେତା ୧୭ ମାର୍ଚ୍ଚରେ ଜନ୍ମଗ୍ରହଣ କରିଥିଲେ । ଏତେ ବଡ ଫିଲ୍ମି ପରିବାରରୁ ଆସିବା ପରେ ମଧ୍ୟ ସେ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଗଢିବା ପାଇଁ କେବେ ଚିନ୍ତା କରିନାହାଁନ୍ତି । ଏହା ପଛରେ ରହିଛି ଏକ କାରଣ ।


କ'ଣ ପାଇଁ ସିନେମା ଜଗତରୁ ଦୂରେଇ ଗଲେ ଶ୍ୱେତା ବଚ୍ଚନ

ବାସ୍ତବରେ, ଅନେକ କାରଣରୁ ଶ୍ୱେତା ନିଜକୁ ଚଳଚ୍ଚିତ୍ର ଜଗତରୁ ଦୂରେଇ ରଖିଛନ୍ତି । ଶ୍ୱେତା ଯେତେବେଳେ କଫି ୱିଥ୍ କରଣରେ ଆସିଥିଲେ ସେ ଏହା ପଛର କାରଣ ବିଷୟରେ ଜଣାଇଥିଲେ । ସେ କହିଥିଲେ, 'ମୁଁ ଯେତେବେଳେ ଛୋଟ ଥିଲି, ମୁଁ ସମୟ ବିତାଇବା ପାଇଁ ମୋର ପିତାମାତାଙ୍କ ସହିତ ଚଳଚ୍ଚିତ୍ରର ସେଟକୁ ଯାଉଥିଲି। ଦିନେ ମୁଁ ବାବାଙ୍କ ମେକଅପ୍ ରୁମରେ ଖେଳୁଥିଲି, ସେହି ସମୟରେ ମୋ ଆଙ୍ଗୁଠି ଖୋଲା ଥିବା ଏକ ସୋକେଟରେ ପସିଯାଇଥିଲା, ଯାହା ପରେ ମୁଁ ଭୟରେ ଆଉ ସେଟକୁ ଗଲି ନାହିଁ । ବୋଧହୁଏ ଏହି କାରଣରୁ ମୁଁ ନିଜକୁ ସିନେମା ଜଗତରୁ ଦୂରେଇ ରଖିଛି'।

ଏହା ସହିତ ଶ୍ୱେତା କହିଛନ୍ତି ଯେ, ସେ ଅଧିକ ଭିଡ଼ ସ୍ଥାନକୁ ଯିବା ପାଇଁ ପସନ୍ଦ କରନ୍ତି ନାହିଁ । ଭିଡ଼ ମଧ୍ୟରେ ସେ ବହୁତ ନର୍ଭସ ଫିଲ୍ କରନ୍ତି । ସେଟରେ ଅନେକ ଲୋକଙ୍କ ଗହଳି ଥାଏ ଯାହା ତାଙ୍କୁ ଭଲ ଲାଗେ ନାହିଁ ଏବଂ ସେଇଥିପାଇଁ ସେ ଲାଇମଲାଇଟ୍ ଠାରୁ ଦୂରରେ ରୁହନ୍ତି । ଶ୍ୱେତା ନନ୍ଦା ନିଜକୁ ଜଣେ ଲେଖକ ଭାବରେ ପ୍ରତିଷ୍ଠିତ କରିଛନ୍ତି । ହେଲେ ଅନେକ ଥର ତାଙ୍କୁ ରାମ୍ପରେ ଦେଖିବା ପାଇଁ ମିଳେ । ଶ୍ୱେତା ନିଖିଲ ନନ୍ଦାଙ୍କୁ ବିବାହ କରିଛନ୍ତି, ତାଙ୍କର ଅଗସ୍ତ୍ୟ ଏବଂ ନବୟା ନାମକ ଦୁଇଟି ସନ୍ତାନ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+