Get Updates
Get notified of breaking news, exclusive insights, and must-see stories!

ଜାଣନ୍ତୁ କିଏ 'ଦ କପିଲ୍ ଶର୍ମା ଶୋ' ମାଲିକ, ବିପଦ ସମୟରେ କମେଡି କିଙ୍ଗଙ୍କୁ ମଧ୍ୟ କରିଥିଲେ ସାହାଯ୍ୟ

The Kapil Sharma Show:'ଦ କପିଲ୍ ଶର୍ମା ଶୋ' ଟେଲିଭିଜନ ଜଗତର ଏକ ଲୋକପ୍ରିୟ ଧାରାବାହିକ । ଯାହାକୁ ହୋଷ୍ଟ କରନ୍ତି କମେଡି କିଙ୍ଗ୍ କପିଲ ଶର୍ମା । ବର୍ଷ ବର୍ଷ ଧରି ଏହି କମେଡି ଶୋ ଦର୍ଶକଙ୍କୁ ହସାଇ ଆସୁଛି । ଏହାରି ମଧ୍ୟରେ ଅନେକ ଚରିତ୍ର ବଦଳିଯାଇଛି ସତ ହେଲେ ଏବେ ବି କମ ହୋଇ ନାହିଁ ଏହାର ଲୋକପ୍ରିୟତା ।

କପିଲ ଶର୍ମା ଶୋ'୨୦୧୬ ରେ ଆରମ୍ଭ ହୋଇଥିଲା । ହେଲେ ବର୍ତ୍ତମାନ ଏହାର ମାଲିକ ମଧ୍ୟ ବଦଳିଯାଇଛନ୍ତି । ତେବେ ଚାଲନ୍ତୁ ଜାଣିବା ବର୍ତ୍ତମାନ ଏହି ଶୋ'ର ରିୟଲ ମାଲିକ କିଏ ।

'ଦ କପିଲ ଶର୍ମା ଶୋ'ର ମାଲିକ କିଏ

୨୦୧୬ ମସିହାରେ କପିଲ ଶର୍ମା ଶୋ' 'K9'ପ୍ରଡକ୍ସନ୍ ହାଉସ୍ ବ୍ୟାନରରେ ତଳେ ଆରମ୍ଭ ହୋଇଥିଲା । ସେହି ସମୟରେ ଏହାର ଲୋକପ୍ରୟତା ବେଶ ଅଧିକ ରହିଥିଲା ଅନେକ ହିଟ୍ ଶୋ'ର ରେକର୍ଡ ବ୍ରେକ୍ କରିଥିଲା । ଶୋ'କୁ ବେଶ୍ ଭଲ ପ୍ରତିକ୍ରିୟା ମିଳିଥିଲା । ଶୋ'ଏତେ ଫେମସ ହୋଇ ଯାଇଥିଲା ଯେ, ଅନେକ ବଡ ବଡ ସେଲିବ୍ରିଟି ଏହି ଶୋ'ରେ ନିଜ ଫିଲ୍ମକୁ ପ୍ରମୋଟ କରିବା ପାଇଁ ମଧ୍ୟ ଆସୁଥିଲେ ।

The Kapil Sharma Show

ସବୁକିଛି ଠିକ୍ ଚାଲିଥିଲା, ହେଲେ ପରେ କପିଲଙ୍କୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା । କପିଲ-ସୁନୀଲ ଗ୍ରୋଭରଙ୍କ ଝଗଡା ହେବା ପରେ ସୁନୀଲ ଗ୍ରୋଭର ଶୋ'ଛାଡିଥିଲେ । ଯାହା ପରେ 'ଦ କପିଲ୍ ଶର୍ମା ଶୋ'କୁ ବନ୍ଦ କରିବା ପାଇଁ ପଡିଥିଲା । ଏହି ସମୟରେ କପିଲଙ୍କୁ ସାହାଯ୍ୟର ହାତ ବଢାଇଥିଲେ ବଲିଉଡର ସୁପରଷ୍ଟାର ସଲମାନ ଖାନ ।

ତେବେ 'ଦ କପିଲ ଶର୍ମା'ର ନୂଆ ମାଲିକ ଆଉ କେହି ନୁହଁନ୍ତି ନିଜେ ସଲମାନ ଖାନ ଅଟନ୍ତି । ପ୍ରଥମ ସିଜିନ୍ ବନ୍ଦ ହେବା ପରେ ଖୁବ ଭାଙ୍ଗି ପଡିଥିଲେ କପିଲ୍ ଶର୍ମା ସେତେବେଳେ ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ ସଲମାନ ଖାନ । ପୁଣି ଥରେ K9 ଏବଂ ଟ୍ରାଇମସ୍ ଏଣ୍ଟରଟେନମେଣ୍ଟ ମିଡିଆ ସହ ମିଶି ପୁଣି କପିଲଙ୍କ ଶୋ'ଆରମ୍ଭ ହୋଇଥିଲା । ତେବେ ଏହି ଶୋ'ରେ ଅନେକ ଥର ସଲମାନ ଖାନ ଅତିଥି ସାଜି ମଧ୍ୟ ଆସିଥାନ୍ତି । ନିଜ ଆଗାମୀ ଫିଲ୍ମ 'କିସି କା ଭାଇ କିସି କି ଜାନ'ର ପ୍ରମୋସନ ପାଇଁ ମଧ୍ୟ ସଲମାନ କପିଲଙ୍କ ଶୋ'ରେ ପହଞ୍ଚି ଥିଲେ । ଯାହାର ଫଟୋ ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+