ଜାଣନ୍ତୁ ବଚ୍ଚନ ପରିବାରର ସବୁଠୁ ଗରିବ ସଦସ୍ୟ କିଏ, ଯାହାଙ୍କର ନେଟ୍ ୱର୍ଥ ମାତ୍ର ୫ କୋଟି
Bachchan Family Net Worth: ବର୍ତ୍ତମାନ ଅଯୋଧ୍ୟାରେ 14.5 କୋଟି ଟଙ୍କାର ପ୍ଲଟ୍ କିଣି ଚର୍ଚ୍ଚାରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ । ଏହା ବ୍ୟତୀତ ବିଗ୍ ବି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନେକ କୋଟି ଟଙ୍କା ଦାନ କରିଥିବା ନେଇ ମଧ୍ୟ ସୂଚରା ରହିଛି । ତେବେ ବି-ଟାଉନର ଧନୀ କଳାକାରଙ୍କ ମଧ୍ୟରୁ ବଚ୍ଚନ ପରିବାର ଅନ୍ୟତମ । ଏହି ଷ୍ଟାର ପରିବାରର ସମସ୍ତ ଲୋକ ବେଶ୍ ଭଲ ରୋଜଗାର କରନ୍ତି । ହେଲେ ଆପଣ ଜାଣିଛନ୍ତି କିଏ ବିଗ୍ ବିଙ୍କ ପରିବାରରେ ସବୁଠୁ କମ୍ ଆୟ କେଉଁ ସଦସ୍ୟ କରନ୍ତି ।
ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ବୋହୂ ଐଶ୍ୱର୍ଯ୍ୟା ରାୟ, ବିଗ୍ ବିଙ୍କ ନାତୁଣୀ ନବ୍ୟା ନାଭେଲି ନନ୍ଦା ମଧ୍ୟ କୋଟି ଟଙ୍କା ରୋଜଗାର କରନ୍ତି। ନିକଟରେ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ମଧ୍ୟ ବଲିଉଡରେ ଏଣ୍ଟ୍ରି କରିଛନ୍ତି ଏବଂ ବର୍ତ୍ତମାନ କୋଟି କୋଟି ଟଙ୍କା ରୋଜଗାର କରିବା ଆରମ୍ଭ କରିଛନ୍ତି। ତେବେ ଚାଲନ୍ତୁ ଜାଣିବା ବଚ୍ଚନ ପରିବାରର ସବୁଠାରୁ ଗରିବ କିଏ ଏବଂ ପ୍ରତ୍ୟେକ ବ୍ୟକ୍ତି କେତେ ଟଙ୍କା ରୋଜଗାର କରନ୍ତି ।

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ 81 ବର୍ଷ ବୟସରେ ମଧ୍ୟ ଅଭିନୟ ଜଗତରେ ସକ୍ରିୟ ଅଛନ୍ତି । ଆଜି ବି ସେ ନିଜର ଉଚ୍ଚ ସ୍ୱର ଏବଂ ସୁନ୍ଦର ଅଭିନୟ ଜରିଆରେ ଲୋକଙ୍କୁ ମନ ଜିଣିବାରେ ସଫଳ । ସେ ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ବିଗ୍ ବି 500 ଟଙ୍କାରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ କିନ୍ତୁ ଆଜି ସେ 6 କୋଟି ଟଙ୍କା ବ୍ୟବସାୟ କରନ୍ତି । ମିଡିଆ ରିପୋର୍ଟ ଅନୁସାରେ ଅଭିନେତାଙ୍କ ନେଟୱର୍ଥ୍ 3190 କୋଟି ଟଙ୍କା ।
ଏହା ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଆୟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବୋହୂ ଐଶ୍ୱର୍ଯ୍ୟା । ଐଶ୍ୱର୍ଯ୍ୟା ରାୟଙ୍କୁ ଖୁବ୍ କମ ଫିଲ୍ମରେ ଦେଖିବାକୁ ମିଳେ ହେଲେ ସେ ମାସକୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଐଶ୍ୱର୍ଯ୍ୟା ରାୟଙ୍କ ନେଟୱର୍ଥ 776 କୋଟି ଟଙ୍କା। ଚଳଚ୍ଚିତ୍ର ଛଡା ସେ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ କୋଟି ଟଙ୍କା ରୋଜଗାର କରନ୍ତି ।
ଜୟା ବଚ୍ଚନ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ଜୟା ବଚ୍ଚନଙ୍କ ନେଟୱର୍ଥ 40 କୋଟି ଟଙ୍କା। ସେ ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ଚଳଚ୍ଚିତ୍ର ଏବଂ ବିଜ୍ଞାପନରୁ ମଧ୍ୟ କୋଟି ଟଙ୍କା ରୋଜଗାର ଆୟ କରୁଛନ୍ତି ।
ଅଭିନେତା ଅଭିଷେକ ବଚ୍ଚନଙ୍କ ନାମ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଅଭିଷେକ ବଚ୍ଚନ ଚଳଚ୍ଚିତ୍ର ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ କୋଟି ଟଙ୍କା ରୋଜଗାର କରନ୍ତି । ତାଙ୍କର ନେଟୱର୍ଥ ହେଉଛି 212 କୋଟି ଟଙ୍କା । ଅଭିଷେକ ବଚ୍ଚନ ମଧ୍ୟ ପ୍ରୋ କବାଡି ଦଳ ଏବଂ ଫୁଟବଲ ଦଳରୁ ଟିମରୁ ଜବରଦସ୍ତ ଆୟ କରନ୍ତି ।
ଅମିତାଭ ବଚ୍ଚନଙ୍କ ପ୍ରିୟ ଝିଅ ଶ୍ୱେତା ବଚ୍ଚନଙ୍କ ବିଷୟରେ କହିବାକୁ ଗଲେ ତାଙ୍କର ନେଟୱର୍ଥ ପ୍ରାୟ 170 କୋଟି ଟଙ୍କା। ଶ୍ୱେତା ବଚ୍ଚନ ଜଣେ ସ୍ତମ୍ଭକାର, ଲେଖକ ଏବଂ ମଡେଲ । ଶ୍ୱେତାଙ୍କୁ ଅନେକ ଥର ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ମାନଙ୍କ ପାଇଁ ରାମ୍ପରେ ୱାର୍କ କରୁଥିବାର ଦେଖିବା ପାଇଁ ମିଳିଥାଏ । ଯେଉଁଥି ପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ମିଳିଥାଏ ।
ଅମିତାଭ ବଚ୍ଚନଙ୍କ ନାତୁଣୀ ନଭ୍ୟା ନାଭେଲି ନନ୍ଦା ମଧ୍ୟ ତାଙ୍କର ଅଧ୍ୟୟନ ଶେଷ କରି ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଛନ୍ତି। ନବ୍ୟା ନାଭେଲି ଏକ ପୋଡକାଷ୍ଟ ଚ୍ୟାନେଲ ଚଳାନ୍ତି ଯେଉଁଠାରୁ ସେ ଭଲ ରୋଜଗାର କରନ୍ତି । ଏହା ବ୍ୟତୀତ ସେ ଅନେକ ବଡ ବ୍ରାଣ୍ଡର ବିଜ୍ଞାପନରେ ମଧ୍ୟ ନଜର ଆସନ୍ତି, ଯେଉଁଥିରୁ ସେ ବିପୁଳ ଟଙ୍କା ରୋଜଗାର କରନ୍ତି । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ନବ୍ୟାଙ୍କ ନେଟୱର୍ଥ 15 କୋଟି ଟଙ୍କା ।
ସେହିପରି ଅମିତାଭ ବଚ୍ଚନଙ୍କ ନାତି ଏବଂ ଶ୍ୱେତା ବଚ୍ଚନଙ୍କ ପୁଅ ଅଗସ୍ତ୍ୟ ନନ୍ଦା ନିକଟରେ ନିଜ ପଢା ଶେଷ କରି ବଲିଉଡରେ ପ୍ରବେଶ କରିଛନ୍ତି। ନିକଟରେ ସେ ଫିଲ୍ମ 'ଦି ଆର୍କିଜ୍'ରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଭଲ ଫି ମିଳିଥିଲା । ଏହା ବ୍ୟତୀତ ଅଗସ୍ତ୍ୟ ନନ୍ଦାଙ୍କୁ ମଧ୍ୟ ଜଣେ ମଡେଲ ଭାବରେ ଦେଖିବାକୁ ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କର ନେଟୱର୍ଥ 5 କୋଟି ଟଙ୍କା।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications