ଆଲିଆ କି ଦୀପିକା ନୁହଁନ୍ତି, ଏହି ଅଭିନେତ୍ରୀ ହେଉଛନ୍ତି ରଣବୀର କପୁରଙ୍କ ପ୍ରିୟ କୋ-ଷ୍ଟାର
ନିକଟରେ ରଣବୀର ଗଣମାଧ୍ୟମ ସହ ନିଜ ଆଗାମୀ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ରଣବୀରଙ୍କୁ ତାଙ୍କ ପ୍ରିୟ କୋ-ଷ୍ଟାର କିଏ ବୋଲି ପ୍ରଶ୍ନ କରାଯାଇଥିଲା ଅର୍ଥାତ୍ ସେ କେଉଁ ଅଭିନେତ୍ରୀଙ୍କ ସହ ଏକାଠି କାମ କରିବା ପାଇଁ ଅଧିକ ପସନ୍ଦ କରନ୍ତି ।

Actor Ranbir Kapoor's Favourite Co-Star: ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସଫଳତା ପରେ ପୁଣି ଦର୍ଶକଙ୍କୁ ନିଜ ରୋମାନ୍ସରେ ମତୁଆଲା କରିବା ପାଇଁ ଆସୁଛନ୍ତି ରଣବୀର କପୁର ଆଉ ଏଥର ତାଙ୍କ ସହ ସିନେମାର ରଙ୍ଗିନ୍ ପରଦାରେ ପ୍ରଥମ ଥର ନଜର ଆସିବେ ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ହିଁ ଏହି ଯୋଡିକୁ ଦର୍ଶକଙ୍କର ଭଲ ପାଇବା ମିଳିବା ଆରମ୍ଭ ହେଲାଣି । ଆଜ୍ଞା ହଁ ଖୁବ ଶୀଘ୍ର ରିଲିଜ୍ ହେବା ପାଇଁ ଯାଉଛି 'ତୁ ଝୁଟି ମେ ମକ୍କାର' । ଯାହାର ପ୍ରମୋସନରେ ଖୁବ ବ୍ୟସ୍ତ ଅଛନ୍ତି ରଣବୀର କପୁର ଏବଂ ଶ୍ରଦ୍ଧା କପୁର ।
ନିକଟରେ ରଣବୀର ଗଣମାଧ୍ୟମ ସହ ନିଜ ଆଗାମୀ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ରଣବୀରଙ୍କୁ ତାଙ୍କ ପ୍ରିୟ କୋ-ଷ୍ଟାର କିଏ ବୋଲି ପ୍ରଶ୍ନ କରାଯାଇଥିଲା ଅର୍ଥାତ୍ ସେ କେଉଁ ଅଭିନେତ୍ରୀଙ୍କ ସହ ଏକାଠି କାମ କରିବା ପାଇଁ ଅଧିକ ପସନ୍ଦ କରନ୍ତି । ଯାହାର ଉତ୍ତର କିଛି ମାତ୍ରାରେ ସମସ୍ତଙ୍କୁ ଚକିତ କରିଥିଲା ।
କାରଣ ରଣବୀରଙ୍କ ପ୍ରିୟ କୋଷ୍ଟାର ଲିଷ୍ଟରେ ନା ଥିଲା ପତ୍ନୀ ଆଲିଆଙ୍କ ନାଁ ଆଉ ନାହିଁ ଥିଲା ତାଙ୍କର ଦୁଇ ଏକ୍ସ ଦୀପିକା ଓ କ୍ୟାଟ୍ରିନାଙ୍କ ନାଁ । ଏହି ସମୟରେ ରଣବୀର କପୁର ନିଜ ଫିଲ୍ମ 'ଏ ଦିଲ୍ ହୈ ମୁଶକିଲ୍'ର କୋ-ଷ୍ଟାର ଅନୁଷ୍କାଙ୍କ ନାମ ନେଇଥିଲେ । ସେ କହିଥିଲେ ଯେ, ସେ ଅନୁଷ୍କା ଶର୍ମାଙ୍କ ସହ କାମ କରିବାକୁ ଅଧିକ ପସନ୍ଦ କରିନ୍ତି ।
ସେହିପରି ଗୀତ ରିଆଲିଟି ସୋ ଇଣ୍ଡିଆନ୍ ଆଇଡଲ୍ ୧୩ରେ ଜଣେ ପ୍ରତିଯୋଗୀ ରଣବୀରଙ୍କୁ ପଚାରିଥିଲେ ଯେ ତାଙ୍କର ପ୍ରିୟ ଅଭିନେତ୍ରୀ କିଏ? ଯାହାର ଉତ୍ତର ରଣବୀର ବେଶ୍ ଚତୁରତା ସହ ଦେଇଥିଲେ । ସେ କହିଥିଲେ ଯେ, ତାଙ୍କୁ ଶେଷରେ ଘରକୁ ଯିବା ପାଇଁ ପଡିବ, ତେଣୁ ସେ ଏପରି ନିଜ ପ୍ରିୟ ଅଭିନେତ୍ରୀଙ୍କ ନାଁ କହିପାରିବେ ନାହିଁ । ହେଲେ ସେ କହିଥିଲେ, ତାଙ୍କୁ ଅନୁଷ୍କା ଶର୍ମାଙ୍କ ସହ କାମ କରିବା ପାଇଁ ଭଲ ଲାଗେ । ସେ ମୋର ଜଣେ ଭଲ ବନ୍ଧୁ ମଧ୍ୟ । ଆମେ ପରସ୍ପରକୁ ହସିବା ପସନ୍ଦ କରୁ ।
ଲଭ ରଂଜନଙ୍କ ଆଗାମୀ ଫିଲ୍ମରେ ରଣବୀର କପୁର ଅଭିନେତ୍ରୀ ଶ୍ରଦ୍ଧା କପୁର ପ୍ରଥମର ଥର ଏକାଠି ରୋମାନ୍ସ କରୁଥିବାର ନଜର ଆସିବେ। ଏହି ଚଳଚ୍ଚିତ୍ରଟି ହୋଲି ଅବସରରେ ମାର୍ଚ୍ଚ ୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଫିଲ୍ମର ଗୀତ ଏବଂ ଟ୍ରେଲରକୁ ପ୍ରଶଂସକଙ୍କ ଭଲ ପ୍ରତିକ୍ରିୟା ମିଳିଛି । ଖବର ଏହା ମଧ୍ୟ ରହିଛି ଯେ, ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମଧ୍ୟ ଲଭ୍ ରଂଜନ ରଣବୀରଙ୍କୁ ଆଉ ଦୁଇଟି ଫିଲ୍ମ ଅଫର୍ ମଧ୍ୟ ଦେଇସାରିଲେଣି ।












Click it and Unblock the Notifications