ପୁଣି ରୋହିତ୍ ସେଟ୍ଟି ଓ ଅଜୟ ଦେବଗନଙ୍କ ଯୋଡି ଦେଖାଇବ କମାଲ, ଜାଣନ୍ତୁ କେବେ ରିଲିଜ୍ ହେବ Singham Again
ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଅଜୟ ଦେବଗନଙ୍କ ଅଭିନୀତ 'ସିଘଂମର ତୃତୀୟ ଭାଗ ବିଷୟରେ ଘୋଷଣା କରିସାରିଛନ୍ତି । ବର୍ତ୍ତମାନ ଏହି ସିନେମାର ରିଲିଜ୍ ତାରିଖକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Singham Again: ବଲିଉଡର ସପରଷ୍ଟାର ମାନଙ୍କ ମଧ୍ୟରୁ ଅଜୟ ଦେବଗନ ଜଣେ । ଅଭିନେତାଙ୍କର କିଛି ସୁପରହିଟ୍ ଫିଲ୍ମ ମଧ୍ୟରୁ ସିଘଂମ ଅନ୍ୟତମ । ପୂର୍ବରୁ ଅଜୟ ଦେବଗନଙ୍କ ଫିଲ୍ମ ସିଘଂମ ଏବଂsingham returns ଦର୍ଶକଙ୍କର ବେଶ୍ ମନ ଜିଣିଥିଲା । ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଅଜୟ ଦେବଗନଙ୍କ ଅଭିନୀତ 'ସିଘଂମର ତୃତୀୟ ଭାଗ ବିଷୟରେ ଘୋଷଣା କରିସାରିଛନ୍ତି । ବର୍ତ୍ତମାନ ଏହି ସିନେମାର ରିଲିଜ୍ ତାରିଖକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସୋମବାର ଦିନ ଅଜୟ ଦେବଗନଙ୍କ ଫିଲ୍ମ 'Singham Again' ରିଲିଜ୍ ତାରିଖ ସମ୍ପର୍କରେ ପ୍ରସିଦ୍ଧ ଚଳଚ୍ଚିତ୍ର ସମାଲୋଚକ ତରନ୍ ଆଦର୍ଶ ସୂଚନା ଦେଇଛନ୍ତି । ସେ ନିଜ 'ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ନୂତନ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ଯେ ୨୦୨୪ ଦିପାବଳୀ ଅବସରରେ ଅଜୟ ଦେବଗନଙ୍କ ସୁପରହିଟ୍ ଫିଲ୍ମ ସିଂଘମର ପାର୍ଟ ୩ ପ୍ରେକ୍ଷାଳୟରେ ରିଲିଜ୍ ହେବା ପାଇଁ ଯାଉଛି । ଏହା ପୂର୍ବରୁ ସିଂଘମର ପାର୍ଟ ୧ ଏବଂ ପାର୍ଟ ୨ ବକ୍ସ ଅଫିସରେ ବେଶ୍ ଭଲ ବ୍ୟବସାୟ କରିଥିଲା । ଏପରି ସ୍ଥିତିରେ ଆଶା କରାଯାଉଛି ଯେ ଏହି ଫ୍ରାଞ୍ଚାଇସିର ତୃତୀୟ ଭାଗ ମଧ୍ୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ଏବଂ ପୁଣି ବକ୍ସଅଫିସରେ ସୁପରହିଟ୍ ପ୍ରମାଣିତ ହେବ । ସେହିପରି ଚଳିତ ବର୍ଷ ଜୁଲାଇରେ ରୋହିତ ସେଟ୍ଟୀ ଏବଂ ଅଜୟ ଦେବଗନଙ୍କ ଫିଲ୍ମ 'Singham Again'ର ସୁଟିଂ ଆରମ୍ଭ ହେବ ବୋଲି ମଧ୍ୟ ନିଜ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି ତରନ ଆଦର୍ଶ ।












Click it and Unblock the Notifications