ଜାଣନ୍ତୁ କେବେ ରିଲିଜ୍ ହେବ 'ଅସୁର ସିଜିନ୍ ୩'
Asur Season 3: ୱେବ୍ ସିରିଜ୍ 'ଅସୁର' ର ଦ୍ୱିତୀୟ ସିଜନ୍ ମଧ୍ୟ ହିଟ୍ ହୋଇଛି । ଦର୍ଶକଙ୍କୁ 'ଅସୁର'ର ପାର୍ଟ ୨ ମଧ୍ୟ ବେଶ୍ ପସନ୍ଦ ଆସୁଛି । ଅର୍ଶଦ ୱାର୍ସି, ବରୁଣ ସୋବଟି, ରିଦ୍ଧି ଡୋଗ୍ରାଙ୍କ ଅଭିନୀତ ଅସୁର ଏହାର କାହାଣୀ ଓ କଳାକାରଙ୍କ ଜବରଦସ୍ତ ଅଭିନୟ ପାଇଁ ପୁଣି ଲାଇମଲାଇଟରେ ରହିଛି । ଖାସ କରି ଅର୍ଶଦ ୱାର୍ସିଙ୍କ ଅଭିନୟକୁ ଲୋକମାନେ ଖୁବ ପ୍ରଶଂସା କରୁଛନ୍ତି ।
ଅସୁର-୨ରେ ଧନଞ୍ଜୟ ରାଜପୁତ ଭୂମିକାରେ ଅର୍ଶଦ ୱାର୍ସିଙ୍କୁ ଦେଖିବା ପାଇଁ ମିଳୁଛି । ଅଭିନେତା ନିଜ ଅଭିନୟ ପାଇଁ ବେଶ୍ ପ୍ରଶଂସା ସାଉଁଟୁଛନ୍ତି । ଦର୍ଶକମାନେ ଦୀର୍ଘ ସମୟ ଧରି ଏହି ସିରିଜ୍ ପାଇଁ ଅପେକ୍ଷା କରିଥିଲେ । ବର୍ତ୍ତମାନ ଅସୁରା-୨ ଦେଖିବା ପରେ ଅସୁର -୩ର ଅପେକ୍ଷାରେ ଅଛନ୍ତି ।

ଅର୍ଶଦ ୱାର୍ସି ସୂଚନା ଦେଇ କହିଛନ୍ତି ଯେ, ଯେତେବେଳେ ସେ ଅସୁର ପାର୍ଟ ୱାନର ଶୁଟିଂ କରୁଥିଲେ ସେତେବେଳେ ସେ ଏହାର ପାର୍ଟ-୨ ବିଷୟରେ ଚିନ୍ତା କରିନଥିଲେ । ହେଲେ ଫିଲ୍ମ ପ୍ରତି ଦର୍ଶକଙ୍କର ଭଲ ପାଇବା ଦେଖି ନିର୍ଦ୍ଦେଶକ ଏହାର ଦ୍ୱିତୀୟ ଭାଗ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ଅସୁର ସିଜନ ୨କୁ ମିଳୁଥିବା ଜବରଦସ୍ତ ପ୍ରତିକ୍ରିୟା ଦେଖି ଅଭିନେତା ଅର୍ଶଦ ୱାର୍ସି କହିଛନ୍ତି, 'ମୁଁ ଚାହୁଁଥିଲି ଯେ ଲୋକମାନେ ଏହାକୁ ପସନ୍ଦ କରନ୍ତୁ। କେବଳ ମୁଁ ନୁହେଁ, ପୁରା କାଷ୍ଟ ଚାହୁଁଥିଲା ଏହା ହିଟ୍ ହେଉ ବୋଲି ଏବେ ଏହା ସତ ପ୍ରମାଣ ହୋଇଛି ।












Click it and Unblock the Notifications