କେବେ ଓ କେଉଁଠି ହେବ ମନୋଜ 'ଭାରତ' କୁମାରଙ୍କ ଅନ୍ତିମ ସଂସ୍କାର
ଭାରତର ଦିଗ୍ଗଜ ଅଭିନେତା ମନୋଜ କୁମାରଙ୍କର ୮୭ ବର୍ଷର ବୟସରେ ନିଧନ ହୋଇଛି। ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ମୁମ୍ବାଇ କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତା ଦୀର୍ଘ ସମୟରୁ ଲିଭର ସିରୋସିସ ରୋଗରେ ପିଡିତ ଥିଲେ । ଭାରତର ଲୋକଙ୍କ ମନରେ ମନୋଜ କୁମାର ଏକ ଭିନ୍ନ ପରିଚୟ ରହିଛି ସୃଷ୍ଟି ହୋଇଥିଲା ।
ତାଙ୍କ ଦେଶଭକ୍ତି ଚଳଚ୍ଚିତ୍ର ପାଇଁ ସେ ଦର୍ଶକଙ୍କ ମନରେ ଏକ ଭିନ୍ନ ଛାପ ଛାଡି ଯାଇଛନ୍ତି । ଲୋକେ ତାଙ୍କ ଅଭିନୟକୁ ଏତେ ଆପଣାଇ ନେଇଥିଲେ ଯେ ତାଙ୍କ ନାଁରେ ଭାରତ ଯୋଡି ହୋଇ ଯାଇଥିଲା । ଅନେକ ତାଙ୍କୁ ଭାରତ କୁମାର ବୋଲି କହିବା ଆରମ୍ଭ କରିଥିଲେ ।

ରିପୋର୍ଟ୍ଗୁଡିକି ଅନୁସାରେ ମନୋଜ କୁମାରଙ୍କ ପାର୍ଥିବ ଶରୀର ୪ ଏପ୍ରିଲ ମୁମ୍ବାଇ ସ୍ଥିତ ଗୋସ୍ୱାମୀ ଟାୱର୍ସରେ ପହଞ୍ଚିବ। ଯେଉଁଠି ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ରଖାଯିବ । ତାଙ୍କର ଅନ୍ତିମ ସଂସ୍କାର ୫ ଏପ୍ରିଲ ଦିନ ପ୍ରାୟ ୧୧ଟାରେ ହେବ।
ମନୋଜ କୁମାରଙ୍କ ଜନ୍ମ ଭାରତ ସ୍ୱାଧୀନତା ପୂର୍ବରୁ ପାକିସ୍ତାନର ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶର ଲାହୋରର ଆବୋଟାବାଦରେ ୨୪ ଜୁଲାଇ ୧୯୩୭ରେ ହରିକୃଷ୍ଣ ଗିରି ଗୋସ୍ୱାମୀ ଭାବରେ ହୋଇଥିଲା। ମନୋଜ କୁମାର ୧୯୫୬ ମସିହାରେ ମୁମ୍ବାଇ ଆସିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଫ୍ୟାଶନ୍ ୧୯୫୭ ମସିହାରେ ମୁକ୍ତିଲାଭ କରିଥିଲା । ଯେଉଁଥିରେ ସେ ଜଣେ ୯୦ ବର୍ଷୀୟ ଭିକାରୀଙ୍କ ଭୂମିକାରେ ଅଭିନୟ କରିଥିଲେ।












Click it and Unblock the Notifications