ଜାଣନ୍ତୁ 'ପଠାନ୍' ରିଲିଜ୍ ହେବା ଦିନ କ'ଣ କରିବେ ଶାହାରୁଖ ଖାନ, ଟ୍ୱିଟ୍ କରି ଦେଲେ ସୂଚନା
ଜାଣନ୍ତୁ ଫିଲ୍ମ'ପଠାନ୍'ରିଲିଜ୍ ହେବା ଦିନ କ'ଣ କରିବେ ଶାହାରୁଖ ଖାନ, ଟ୍ୱିଟରେ ଦେଲେ ସୂଚନା

ASK SRK: ଚଳଚ୍ଚିତ୍ର 'ପଠାନ' ରିଲିଜ ହେବା ପୂର୍ବରୁ ଶାହାରୁଖ ଖାନ ପ୍ରଶଂସକଙ୍କ ପାଇଁ ଟ୍ୱିଟରରେ ASK SRK ଅଧିବେଶନ ରଖିଥିଲେ । ଯେଉଁଥିରେ ସେ ପ୍ରଶଂସକଙ୍କ ଅନେକ ଟ୍ୱିଟର ଉତ୍ତର ଦେଇଥିଲେ । ଏହାରି ମଧ୍ୟରେ ଶାହରୁଖ ଖାନ ଫିଲ୍ମ 'ପଠାନ୍' ରିଲିଜ ଦିନ କ'ଣ କରିବାକୁ ଯାଉଛନ୍ତି ସେ ବିଷୟରେ ମଧ୍ୟ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।
ଜଣେ ପ୍ରଶଂସକ ଟ୍ୱିଟ୍ କରି ଶାହାରୁଖ ଖାନଙ୍କୁ ପଚାରିଥିଲେ ଯେ, ଫିଲ୍ମ ରିଲିଜ୍ ଦିନ ସେ ବକ୍ସ ଅଫିସ୍ ନମ୍ବର ପ୍ରତି ଧ୍ୟାନ ଦେବେ କି? ଯାହାର ବେଶ୍ ସୁନ୍ଦର ଉତ୍ତର ଦେଇଛନ୍ତି କିଙ୍ଗ୍ ଖାନ୍ । ଶାହାରୁଖଙ୍କୁ ଟ୍ୟାଗ୍ କରି ଜଣେ ପ୍ରଶଂସକ ଲେଖିଛନ୍ତି, 'SRK, ଆସନ୍ତାକାଲି ତୁମେ ଚଳଚ୍ଚିତ୍ର ଦେଖିବ ନା ବକ୍ସ ଅଫିସ୍ ରେକର୍ଡ ଦେଖିବ?' ଯାହା ଉତ୍ତରରେ ଶାହାରୁଖ ଲେଖିଛନ୍ତି ଆସନ୍ତାକାଲି ମୁଁ କେବଳ ମୋ ପିଲାମାନଙ୍କ ସହିତ ବସିବି, ସମୟ ବିତାଇବି ।
Kal main sirf apne bacchon ke saath baithunga…bas. https://t.co/lnyfmZAppO
— Shah Rukh Khan (@iamsrk) January 24, 2023
ସେହିପରି ଆଉ ଜଣେ ସୋସିଆଲ ମିଡିଆ ୟୁଜର୍ ଟ୍ୱୁଟ୍ କରି ଶାହାରୁଖ ଖାନଙ୍କୁ ପ୍ରଶ୍ନ କରିଛନ୍ତି ଯେ, ମୋର ବିବାହକୁ ମାତ୍ର ୧୦ ଦିନ ହୋଇଛି, ମୁଁ ହନିମୁନ୍ ଯିବି ନା ପଠାନ୍ ଦେଖିବି...ଯାହାର ବେଶ୍ ରୋମାଞ୍ଚକ ଉତ୍ତର ଦେଇଛନ୍ତି କିଙ୍ଗ୍ ଖାନ ଲେଖିଛନ୍ତି, ଯଦି ବିବାହ ୧୦ ଦିନ ହେବା ସତ୍ୱେ ତୁମେ ହନିମୁନ୍ ଯାଇ ନାହ ତେବେ ପ୍ରଥମେ ନିଜ ପତ୍ନୀଙ୍କ ସହ ଯାଇ 'ପଠାନ୍'ଦେଖ ।
Arre no no this is me dressed as a lady. I know I am attractive in all avatars, but u will have to find yourself a better muse my friend!! Apologies for misleading you. https://t.co/XBK4PLFcBy
— Shah Rukh Khan (@iamsrk) January 24, 2023
ଏହି ଅଧିବେଶନ ଶେଷରେ ଶାହାରୁଖ ଖାନ ନିଜ ଫ୍ୟାନ୍ସଙ୍କର ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, "ପରିବାର ସହିତ ମଧ୍ୟାହ୍ନ ଭୋଜନ ଥିବାରୁ ମୋତେ ବର୍ତ୍ତମାନ ଯିବାକୁ ପଡ଼ିବ। ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ ।












Click it and Unblock the Notifications