ଅକ୍ଷୟ କୁମାର VS ଜନ୍ ଆବ୍ରାହମ: ସ୍ୱାଧୀନତା ଦିବସରେ ରିଲିଜ୍ ହେବା ଏହି ଦୁଇଟି ଫିଲ୍ମ
Bollywood News: ପ୍ରତିବର୍ଷ ଅଗଷ୍ଟ 15 ତାରିଖରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ । ସେଥିମଧ୍ୟରୁ କିଛି ବଡ ବଜେଟ୍ ଏବଂ କିଛି ସାଧାରଣ ବଜେଟରେ ନିର୍ମିତ ଫିଲ୍ମ ରହିଥାଏ । ହେଲେ ଯାହାକୁ ଲୋକେ ପସନ୍ଦ କରନ୍ତି ତାହା ହିଁ ବକ୍ସ ଅଫିସରେ ରାଜ୍ କରିଥାଏ । ଏଥର 3 ଟି ଚଳଚ୍ଚିତ୍ର ସ୍ୱାଧୀନତା ଦିବସରେ ରିଲିଜ୍ ହେବ । ହେଲେ ନିର୍ମାତା ସ୍ତ୍ରୀ-2କୁ ଗୋଟିଏ ଦିନ ପୂର୍ବରୁ ରିଲିଜ୍ କରିବାର ନିଷ୍ପତ୍ତି ନେଇଛନ୍ତି । ଯାହା ପରେ ଖେଲ ଖେଲ ମେ ଏବଂ ବେଦ 15 ଅଗଷ୍ଟରେ ମୁକ୍ତ ହେବାକୁ ଯାଉଛି।
ଉଭୟ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଧରଣର, ଯେଉଁଥିପାଇଁ ଆଶା କରାଯାଇଛି ଯେ, ଉଭୟ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବ । 'ବେଦା' ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି ଏବଂ ଏହି ଫିଲ୍ମରେ ଜନ୍ ଆବ୍ରାହମଙ୍କ ସହ ତମନ୍ନା ଭାଟିଆ ଏବଂ ଅଭିଷେକ ବାନାର୍ଜୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ନିଖିଲ ଆଡଭାନୀ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବର୍ତ୍ତମାନ ପ୍ରଶଂସକମାନେ ଏହାର ରିଲିଜକୁ ଅପେକ୍ଷା କରିଛନ୍ତି।

ଜନ୍ ଆବ୍ରାହମଙ୍କ ବେଦାର କ୍ରେଜ୍ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବା ପାଇଁ ମିଳିଛି । ଯେଉଁଥି ପାଇଁ ଫିଲ୍ମ ଏପର୍ଯ୍ୟନ୍ତ ଆଡାଭାନ୍ସ ବୁକିଂରୁ ମାତ୍ର କିଛି ଲକ୍ଷ ଟଙ୍କା ରୋଜଗାର କରିଛି । SACNILC ର ରିପୋର୍ଟ ଅନୁଯାୟୀ, ପ୍ରଥମ ଦିନରେ ଆଡଭାନ୍ସ ବୁକିଂରୁ ବେଦା ବର୍ତ୍ତମାନ ସୁଦ୍ଧା 57.89 ଲକ୍ଷ ଟଙ୍କା ରୋଜଗାର କରିଛି । ଯାହା ବହୁତ କମ୍ ଅଟେ । ଫିଲ୍ମର 3722 ଶୋ ଅଛି ଯେଉଁଥି ପାଇଁ କେବଳ 23807 ଟିକେଟ୍ ବିକ୍ରି ହୋଇଛି ।
ବକ୍ସ ଅଫିସରେ ଏଥ ଜନ୍ ଆବ୍ରାହମ୍ ଏବଂ ଅକ୍ଷମ କୁମାରଙ୍କ ମଧ୍ୟରେ କଡ଼ା ଟକ୍କର ହେବ । 'ଖେଲ ଖେଲ ମେ'ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଏପର୍ଯ୍ୟନ୍ତ 59.52 କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି ଅକ୍ଷୟ କୁମାରଙ୍କ ଫିଲ୍ମ । ଏହି ସଂଖ୍ୟାଗୁଡ଼ିକ ବର୍ତ୍ତମାନ ବଦଳୁଛି ।












Click it and Unblock the Notifications