Dharmendra Birthday Special: ରାଗରେ ପିତାଙ୍କ ଉପରକୁ ହାତ ଉଠାଇଥିଲେ ଧର୍ମେନ୍ଦ୍ର ! ପଢନ୍ତୁ ପୁରା ଘଟଣା

Dharmendra Birthday Special:ମଦ ପାଇଁ ପିତାଙ୍କ ରାଗର ଶିକାର ହୋଇଥିଲେ 'ହିମ୍ୟାନ'

ମୁମ୍ବାଇ: ୬୦ ଦଶକର ହ୍ୟାଣ୍ତସମ୍ ଏବଂ ଦକ୍ଷ ଅଭିନେତା ଧର୍ମେନ୍ଦ୍ର ବଲିଉଡର 'ହିମ୍ୟାନ' ଭାବରେ ମଧ୍ୟ ଜଣାଶୁଣା । ସେ ତାଙ୍କ ସମୟର ସବୁଠାରୁ ବଡ ସୁପରଷ୍ଟାର ଥିଲେ । ନିର୍ମାତା ଏବଂ ନିର୍ଦ୍ଦେଶକମାନେ ତାଙ୍କ ସହ କାମ କରିବାକୁ ମାସେ ମାସେ ଅପେକ୍ଷା କରୁଥିଲେ। ସେହି ସମୟରେ ସାଧାରଣ ଝିଅଙ୍କଠୁ ଆରମ୍ଭ କରି ବଡ ବଡ ଅଭିନେତ୍ରୀ ମଧ୍ୟ ଧର୍ମେନ୍ଦ୍ରଙ୍କ ଲୁକ୍, ତାଙ୍କ ଷ୍ଟାଇଲରେ ଫିଦା ଥିଲେ । କୁହାଯାଏ ଯେ ଧର୍ମେନ୍ଦ୍ର ସବୁବେଳେ ସେଟରେ ଏକ ମଜାଳିଆ ପରିବେଶ ବଜାୟ ରଖିଥାନ୍ତି । ହସ ଖୁସିରେ ରହିବା ପାଇଁ ପସନ୍ଦ କରନ୍ତି ଅଭିନେତା । ହେଲେ ଧର୍ମେନ୍ଦ୍ରଙ୍କୁ ଲାଗି ଯାଇଥିଲା ମଦର ନିଶା । ଦିନେ ସୁଟିଂ ପରେ ସେ ନିଷାଶକ୍ତ ଅବସ୍ଥାରେ ଘରେ ପହଁଞ୍ଚିଥିଲେ ଏବଂ ସେଦିନ ଘରେ ଏମିତି ଏକ ଘଟଣା ଘଟିଥିଲା ଯାହା ପରଠୁ ମଦଠୁ ଦୂରରେ ରହୁଥିଲେ ଅଭିନେତା । ଆସନ୍ତୁ ଜାଣିବା ପୂରା ଘଟଣା ।

Dharmendra Birthday Special

ଧର୍ମେନ୍ଦ୍ର ଏକ ସାକ୍ଷାତକାରରେ କହିଥିଲେ ଯେ, ଯେତେବେଳେ ବି ସେ ମଦ୍ୟପାନ କରୁଥିଲେ, ସେ ଘରେ କାମ କରୁଥିବା ଚାକରକୁ କବାଟ ଖୋଲିବାକୁ କହୁଥିଲେ ଯାହା ଫଳରେ ଘରେ ଅନ୍ୟ କେହି ଯେପରି ତାଙ୍କୁ ଆସିବା ସମୟ ଓ ମଦ୍ୟପାନ ବିଷୟରେ ଜାଣି ପାରୁ ନଥିଲେ । ହେଲେ ଦିନେ ଯେତେବେଳେ ଧର୍ମେନ୍ଦ୍ର ସୁଟିଂ ସାରି ରାତି ଅଧରେ ଘରେ ପହଞ୍ଚିଥିଲେ ଏବଂ ସେହି ସମୟରେ ସେ ମଦ୍ୟପାନ ମଧ୍ୟ କରିଥିଲେ । ଘରର ଉଭୟ କବାଟ ବନ୍ଦ ରହିଥିଲା । ଏହା ଦେଖି ଧର୍ମେନ୍ଦ୍ର ଖୁବ ରାଗି ଯାଇଥିଲେ ।
ସେ ଚାକରକୁ ଅନେକ ଥର ଡାକିଲେ କିନ୍ତୁ କେହି କବାଟ ଖୋଲି ନ ଥିଲେ । କିଛି ସମୟ ପରେ ଘରର କବାଟ ଖୋଲିଥିଲା ଏବଂ ଘର ଭିତର ଖୁବ ଅନ୍ଧାର ଥିଲା । ଧର୍ମେନ୍ଦ୍ର କ୍ରୋଧରେ କବାଟ ଖୋଲିଥିବା ବ୍ୟକ୍ତିଙ୍କ କଲର ଧରି କହିଥିଲେ, 'ମୁଁ ତୁମକୁ କହିଥିଲି ଘର କବାଟ ଖୋଲା ରଖିବା ପାଇଁ । ତୁମେ କାହିଁକି କବାଟ ଖୋଲିଲ ନାହିଁ?

ଧର୍ମେନ୍ଦ୍ର ଭାବିଥିଲେ ଯେ ତାଙ୍କ ସାମ୍ନାରେ ଛିଡା ହୋଇଥିବା ବ୍ୟକ୍ତି ଜଣ ତାଙ୍କର ଘରେ କାମ କରୁଥିବା ଚାକର ବୋଲି । ହେଲେ ଯେତେବେଳେ ଲାଇଟ୍ ଆସିଥିଲା ସାମ୍ନାର ତାଙ୍କ ପିତା ଛିଡା ହୋଇଥିଲ । ବାପା ଧର୍ମେନ୍ଦ୍ରଙ୍କ କଲର ଧରି ତାଙ୍କୁ ତାଙ୍କ ମା'ଙ୍କ ପାଖକୁ ନେଇଯାଇଥିଲେ । ଯାହା ପରେ ଧର୍ମେନ୍ଦ୍ରଙ୍କ ନିଶା ସମ୍ପୂର୍ଣ୍ଣ ରୂପେ ଛାଡିଯାଇଥିଲା ଏବଂ ସେ ତାଙ୍କ ପିତାଙ୍କୁ କ୍ଷମା ମାଗିଥିଲେ ଏବଂ ସେ ଠିକ୍ ସମୟରେ ଘରକୁ ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ମଦ୍ୟପାନ ନକରିବାକୁ ପ୍ରତିଜ୍ଞା କରିଥିଲେ । ଆଜି ମଧ୍ୟ ଧର୍ମେନ୍ଦ୍ର ଏହି ଘଟଣାକୁ ମନେ ପକାଇ ଲଜ୍ଜିତ ହୁଅନ୍ତି । ଧର୍ମେନ୍ଦ୍ର ଦୀର୍ଘ ଦିନ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍ କରି ଆସୁଥିଲେ । ସେ ୧୯୬୦ ମସିହାରେ ଚଳଚ୍ଚିତ୍ର 'ଦିଲ୍ ଭୀ ତେରା ହମ୍ ଭୀ ତେରେ'ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ, ୧୯୭୦ ମସିହାରେ ତାଙ୍କୁ ବିଶ୍ୱର ସବୁଠାରୁ ସୁନ୍ଦର ପୁରୁଷର ଆଖ୍ୟା ମଧ୍ୟ ଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+