OMG 2କୁ ନେଇ ଚର୍ଚ୍ଚାରେ ଅକ୍ଷୟ କୁମାର, ଏହି ତାରିଖରେ ରିଲିଜ୍ ହେବ ଫିଲ୍ମ

OMG 2 Teaser Release date: ବଲିଉଡର ଖିଲାଡି କୁମାର ଆଜିକାଲି ନିଜ ଆଗାମୀ ଚଳଚ୍ଚିତ୍ର OMG 2କୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅଭିନେତା ଫିଲ୍ମର ପୋଷ୍ଟର ରିଲିଜ କରିଥିଲେ । ବର୍ତ୍ତମାନ ଏକ ଭିଡିଓ ସେୟାର କରି ପ୍ରଶଂସକଙ୍କୁ ଫିଲ୍ମର ଟିଜର ରିଲିଜ୍ ତାରିଖ ବିଷୟରେ ସୂଚନା ଦେଇଛନ୍ତି ।

ଅକ୍ଷୟ କୁମାର ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ଫିଲ୍ମ 'OMG 2' ବିଷୟରେ ସୂଚନା ଦେଇଛନ୍ତି । ନିକଟରେ ଅଭିନେତା 'OMG 2'ର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ମହାଦେବଙ୍କ ଅବତାରରେ ଭିଡ଼ ମଧ୍ୟରେ ବୁଲୁଥିବାର ନଜର ଆସୁଛନ୍ତି । ଅଭିନେତା ଏହି ଭିଡିଓ ଅପଲୋଡ କରିବା ପରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଦର୍ଶକଙ୍କର ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖିବା ପାଇଁ ମିଳୁଛି ।

ଅକ୍ଷୟ କୁମାର ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'OMG 2'ର ଟିଜର 11 ଜୁଲାଇରେ ରିଲିଜ ହେବ ଏବଂ ଫିଲ୍ମ 11 ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଅଭିନେତା ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ତାଙ୍କୁ ଟ୍ରୋଲର ଶିକାର ମଧ୍ୟ ହେବା ପାଇଁ ପଡିଛି । ସେହିପରି କିଛି ପ୍ରଶଂସକ ତାଙ୍କ ଲୁକର ପ୍ରଶଂସା କରୁଛନ୍ତି ।

Akshay kumar

ଜଣେ ସୋସିଆଲ ମିଡିଆ ୟୁଜର୍ କହିଛନ୍ତି - ସନାତନ ଧର୍ମକୁ ପରିହାସ କରାଯିବା ଉଚିତ୍ ନୁହେଁ। ସେହିପରି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ଏଥର ସନାତନ ଧର୍ମର କୌଣସି ମଜାକ ହେବା ଉଚିତ୍ ନୁହେଁ । ଏବେ ଦେଖିବା ବାକି ରହିଲା ଫିଲ୍ମଟି ରିଲିଜ୍ ହେବା ପରେ ଅକ୍ଷୟ ପ୍ରଶଂସକଙ୍କ ମନ ଜିଣିବାରେ ସଫଳ ହେଉଛନ୍ତି ନା ପୁଣି ଟ୍ରୋଲର ଶିକାର ହେଉଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+