Get Updates
Get notified of breaking news, exclusive insights, and must-see stories!

ଜାଣନ୍ତୁ କେତେ କୋଟିର ମାଲିକାଣି ହେଉଛନ୍ତି ସନ୍ନି ଲିଓନି

ମୁମ୍ବାଇ:ଆଜିକା ତାରିଖରେ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଗଣନା ବଲିଉଡର ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରେ ହୋଇଥାଏ । ନିଜ କଠିନ ପରିଶ୍ରମରେ ସେ ଆଜି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଚଳଚ୍ଚିତ୍ର ଏବଂ ଟେଲିଭିଜନ୍ ଜଗତରେ ସେ ଆଜି ରାଜ୍ କରୁଛନ୍ତି ।

ନିକଟରେ ସନ୍ନି ଲିଓନଙ୍କୁ ଚଳଚ୍ଚିତ୍ର 'କେନେଡି' ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନିଜ ଜଲୱା ଦେଖାଇବାର ମୌକା ମିଳିଥିଲା । ତେବେ ସନ୍ନି ଲିଓନଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣନା କରାଯାଏ । ଚାଲନ୍ତୁ ଜାଣିବା ସନ୍ନି ଲିଓନଙ୍କ ନେଟ୍ ୱର୍ଥ କେତେ ।

Sunny Leone
ସନ୍ନି ଲିଓନିଙ୍କ ଆୟ ଉତ୍ସହ

ସନ୍ନି ଲିଓନିଙ୍କ ଆୟର ମୁଖ୍ୟ ଉତ୍ସ ହେଉଛି ଚଳଚ୍ଚିତ୍ର । ସନି ଲିଓନି ଏକ ଚଳଚ୍ଚିତ୍ର ପାଇଁ ଖୁବ ଅଧିକ ଡିମାଣ୍ତ କରନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଭିନେତ୍ରୀ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ପାଇଁ ୨ ରୁ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଡିମାଣ୍ତ କରନ୍ତି । ଏହା ସହିତ ସେ ଅନେକ ବ୍ରାଣ୍ତକୁ ପ୍ରମୋଟ୍ କରିବା ପାଇଁ ମଧ୍ୟ ମୋଟା ଅଙ୍କର ଟଙ୍କା ଡିମାଣ୍ତ କରନ୍ତି ।

ଏହା ବ୍ୟତୀତ ତାଙ୍କ ନିଜର ଏକ ପ୍ରଡକ୍ସନ ହାଉସ ମଧ୍ୟ ରହିଛି । ସନସିଟି ମିଡିଆ ଆଣ୍ତ ଏଣ୍ଟରଟେନମେଣ୍ଟ ନାମକ ଏକ ପ୍ରଡକ୍ସନ୍ ହାଉସର ମାଲିକାଣି ଅଟନ୍ତି ଅଭିନେତ୍ରୀ ସନ୍ନି ଲିଓନି । ସେଲିବ୍ରିଟି ୱର୍ଥର ରିପୋର୍ଟ ଅନୁସାରେ ସନ୍ନି ଲିଓନି 100 କୋଟିର ମାଲିକାଣି ।

ଏକ ବିଳାସପୂର୍ଣ୍ଣ ଘରର ମାଲିକାଣି

ସନ୍ନି ଲିଓନିଙ୍କର ମୁମ୍ବାଇରେ ଏକ ବିରାଟ ବଙ୍ଗଲୋ ରହିଛି । ଏହି ଘର ବ୍ୟତୀତ ଲସ୍ ଆଞ୍ଜେଲସରେ ତାଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ମଧ୍ୟ ରହିଛି । ସେ ନିଜ ପୁରା ପରିବାର ସହିତ ଏହି ଘରେ ରୁହନ୍ତି। ସନ୍ନି ଲିଓନଙ୍କର ଦୁଇଟି ଘରର ମୂଲ୍ୟ କୋଟି କୋଟି ଟଙ୍କା ବୋଲି ସୂଚନା ରହିଛି ।

ସନ୍ନି ଲିଓନିଙ୍କ ଗାଡ଼ି କଲେକ୍ସନ୍
ବିଳାସପୂର୍ଣ୍ଣ ଘର ବ୍ୟତୀତ ଅଭିନେତ୍ରୀଙ୍କର ଅନେକ ଦାମୀ ଗାଡ଼ି ମଧ୍ୟ ରହିଛି । ବିଏମଡବ୍ଲୁ 7, ଅଡି ଏ 6 ଏବଂ ମର୍ସିଡିଜ୍ GL350D ପରି ଗାଡ଼ି ସନ୍ନିଙ୍କ ପାଖରେ ରହିଛି । ଅନେକ ଥର ଅଭିନେତ୍ରୀ କହିଛନ୍ତି ସେ ଦାମୀ କାରରେ ଯାତ୍ରା କରିବାକୁ ପସନ୍ଦ କରନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+