Suhana Khan Hair Clip: ୪୮ ହଜାର ଟଙ୍କାର ହେୟାର କ୍ଲିପ୍ ଲଗାଇ ଚର୍ଚ୍ଚାରେ କିଙ୍ଗ୍ ଖାନଙ୍କ ଝିଅ

Suhana Khan Hair Clip: ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ମଧ୍ୟ ଜଣେ ଲୋକପ୍ରିୟ ଅଭିନେତ୍ରୀ । ଯଦିଓ ସେ ଏପର୍ଯ୍ୟନ୍ତ କେବଳ ଗୋଟିଏ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି, ତଥାପି ତାଙ୍କର ଲୋକପ୍ରିୟତା କୌଣସି ବଡ ନାୟିକାଙ୍କଠାରୁ କମ୍ ନୁହେଁ । ସେ ୨୪ ବର୍ଷ ବୟସରେ ଗ୍ଲାମର ଜଗତରେ ରାଜ କରୁଛନ୍ତି ।

ପ୍ରାୟତଃ ସୁହାନ ଲାଇମଲାଇଟରେ ରହିଥାନ୍ତି । ଜୋୟା ଅଖତରଙ୍କ ଫିଲ୍ମ 'ଦି ଆର୍ଚିଜ୍' ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ସୁହାନା ଖାନ ଖୁବ୍ ଶୀଘ୍ର ପିତା ଶାହାରୁଖ ଖାନଙ୍କ ସହ ଫିଲ୍ମ 'କିଙ୍ଗ'ରେ ନଜର ଆସିବେ। ସୁହାନା ଖାନ ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ବଞ୍ଚନ୍ତି। ପିତା ଶାହାରୁଖ ଖାନଙ୍କ ପରି ତାଙ୍କର ମହଙ୍ଗା ଶୌକ ମଧ୍ୟ ରହିଛି । ନିକଟରେ ସୁହାନା ନିଜ ସୋସିଆଲ ମିଡିଆ ସାଇଟରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବେଶ ସୁନ୍ଦର ନଜର ଆସୁଛନ୍ତି । ଏହି ଫଟୋରେ ସେ ଲଗାଇଥିବା ଏକ ହେୟାର କ୍ଲିପକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ କ୍ଲିପର ମୂଲ୍ୟ ଏତେ ଅଧିକ ଯେ,ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।

Suhana Khan Hair Clip

ସୁହାନା ଖାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତିନୋଟି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଲୋକଙ୍କ ଧ୍ୟାନ ସୁହାନାଙ୍କର ହେୟାର କ୍ଲିପ ଉପରେ ରହିଛି । କାରଣ ଏହି କ୍ଲିପର ମୂଲ୍ୟ ହେଉଛି 48,561 ଟଙ୍କା । ଏହି କ୍ଲିପର ମୂଲ୍ୟ ଜାଣିବା ପରେ ସୋସିଆଲ ମିଡିଆରେ ଏହି ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ୪ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିବା ସହ ଢେର୍ ସାରା କମେଣ୍ଟର ବର୍ଷା ମଧ୍ୟ ହେଉଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ 24 ବର୍ଷିୟ ସୁହାନା ଖାନ କୋଟି କୋଟି ଟଙ୍କା ଆୟ କରିବା ସହ ତାଙ୍କ ପାଖରେ ଅନେକ ମୂଲ୍ୟବାନ ଏବଂ ବିଳାସପୂର୍ଣ୍ଣ ଜିନିଷ ମଧ୍ୟ ଅଛି । ସୁହାନା ଖାନ ବର୍ତ୍ତମାନ ୧୩ କୋଟି ଟଙ୍କା ମୂଲ୍ୟ ସମ୍ପତ୍ତିର ମାଲିକ ଅଟନ୍ତି। ସୁହାନା ହେଉଛି ଏକ କସମେଟିକ୍ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର । ଏହା ବ୍ୟତୀତ ସୁହାନା ଇନଷ୍ଟାଗ୍ରାମ, ସୋସିଆଲ ମିଡିଆ ପୋଷ୍ଟରୁ ମଧ୍ୟ ବହୁତ ଅଧିକ ରୋଜଗାର କରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+