ଏହି ସୁପରଷ୍ଚାରଙ୍କ ପାଇଁ ସାହିଦ୍ କପୁରଙ୍କୁ ଧୋକା ଦେଇଥିଲେ କରୀନା କପୁର ଖାନ !

Shahid Kapoor Kareena Kapoor Breakup: ଏକ ସମୟରେ ବଲିଉଡ ଅଭିନେତା ସାହିଦ କପୁର ଏବଂ ପ୍ରସିଦ୍ଧ ଅଭିନେତ୍ରୀ କରୀନା କପୁର ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରିୟ ଯୋଡି ଥିଲେ। ଦୁହେଁ ପରସ୍ପରକୁ ଚାରି ବର୍ଷ ପାଇଁ ଡେଟ୍ କରିବା ପରେ ଉୟଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା । ଏପରି ଏହି ଦୁଇ ଷ୍ଟାର ନିଜ ବ୍ରେକଅପ୍ ଖବରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ ।

କରୀନା କପୁର ଏବଂ ସାହିଦ କପୁର ବଲିଉଡର ହଟ୍ କପଲଙ୍କ ମଧ୍ୟରୁ ଗୋଟିଏ ଥିଲା । ପ୍ରତ୍ୟେକ ଇଭେଣ୍ଟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥାଏ । ହେଲେ ଦୀର୍ଘ ଦିନ ଏକାଠି ରହିବା ପରେ ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେଇଥିଲା ଏବଂ ଏହି କପଲଙ୍କର ବ୍ରେକ ଅପ୍ ହୋଇଥିଲା । ସୂଚନା ଅନୁଯାୟୀ, 2007 ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ 'ଜବ୍ ୱି ମେଟ୍'ର ସୁଟିଂ ସମୟରେ ଦୁହେଁଙ୍କ ବ୍ରେକଅପ୍ ହୋଇଥିଲେ। ତେବେ ଏହା ପଛର କାରଣ ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ହେଲେ ଉଭୟଙ୍କ ଘନିଷ୍ଠ ବନ୍ଧୁ ଏକ ସାକ୍ଷାତକାର ସାହିଦ-କରୀନାଙ୍କ ବ୍ରେକଅପ ପଛର କାରଣ କହିଥିଲେ ।

ଡିଏନ୍ଏ ରିପୋର୍ଟ ଅନୁସାରେ ସାହିଦ କପୁରଙ୍କ ଜଣେ ବନ୍ଧୁ ଦାବି କରିଥିଲେ ଯେ କରୀନା ସାହିଦଙ୍କ ସହ ସମ୍ପର୍କରେ ଥିବା ସମୟରେ ଆଉ ଜଣେ ବଲିଉଡ ଷ୍ଟାରଙ୍କୁ ଡେଟ୍ କରୁଥିଲେ । ସାହିଦଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଥିଲେ ଯେ କରୀନା ଜଣେ ଷ୍ଟାରଙ୍କ ସହ ସୁଟିଂ ପାଇଁ ଯାଇଥିଲେ ଏବଂ ପରେ ଜଣାପଡିଥିଲା ​​ଯେ ଉଭୟଙ୍କ ମଧ୍ୟରେ ଗୁପ୍ତ ସମ୍ପର୍କ । ତେବେ ଚର୍ଚ୍ଚା ହୁଏ ଯେ କରିନା କପୁର ସାହିଦଙ୍କ ଛଡା ସେହି ସମୟରେ ସୈଫ୍ ଅଲ୍ଲି ଖାନଙ୍କୁ ମଧ୍ୟ ଡେଟ୍ କରୁଥିଲେ ।

Shahid Kapoor


ଖବର ଅନୁସାରେ'ଯେତେବେଳେ ସାହିଦ କପୁର ଏ ବିଷୟରେ ଜାଣିବା ପାଇଁ ପାଇଥିଲେ, ସ ଅଭିନେତ୍ରୀଙ୍କ ସହିତ ସବୁଦିନ ପାଇଁ ସମ୍ପର୍କ ଭାଙ୍ଗି ଦେଇଥିଲେ' ଏକ ଚାଟ୍ ସୋ ସମୟରେ ସାହିଦ କପୁର ବାର୍ତ୍ତାଳାପରେ ସୂଚାଇ ଦେଇଥିଲେ ଯେ କରୀନା କପୁର ତାଙ୍କୁ ପ୍ରତାରଣା କରିଛନ୍ତି। ଯଦିଓ ଅଭିନେତା ତାଙ୍କ ନାଁ ନେଇନଥିଲେ । ବ୍ରେକଅପ୍ ପରେ ସାହିଦ ଏବଂ କରୀନା ବର୍ତ୍ତମାନ ନିଜ ଦାମ୍ପତ୍ୟ ଜୀବନରେ ବହୁତ ଖୁସି ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+