ମାତ୍ର ୫ ବର୍ଷ ବୟସରୁ ଶାହାରୁଖଙ୍କୁ ନିଜଠୁ ଦୂରେଇ ଦେଇଥିଲେ ମା', ଅଭିନେତା କହିଲେ ଏହା ପଛର କାରଣ
ମୁମ୍ବାଇ:ହିନ୍ଦୀ ସିନେମା ମେଗା ସୁପରଷ୍ଟାର ଶାହାରୁଖ ଖାନ । ନିଜ ସୁନ୍ଦର, ଦମଦାର ଅଭିନୟ ପାଇଁ ସେ ବେଶ୍ ପରିଚିତ । ସାରା ବିଶ୍ୱରେ ଶାହାରୁଖଙ୍କ ଲୋକପ୍ରିୟତା ବେଶ୍ ଅଧିକ । ତେବେ କିଙ୍ଗ ଖାନଙ୍କ ଜୀବନ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଜାଣିବା ପାଇଁ ପ୍ରଶଂସକ ମଧ୍ୟ ବେଶ୍ ଉତ୍ସାହିତ ଅପେକ୍ଷା କରିଥାନ୍ତି ।
ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମାତ୍ର ୫ ବର୍ଷ ବୟସରେ ଶାହାରୁଖା ଖାନଙ୍କ ମା'ତାଙ୍କୁ ଘରୁ ଅଲଗା କରିଦେଇଥିଲେ । ତେବେ ଚାଲନ୍ତୁ ଜାଣିବା କ'ଣ ରହିଥିଲା ଏହା ପଛରେ କାରଣ ।

ଶାହାରୁଖ ଖାନ ନିଜ୍ କୁଲ୍ ଅନ୍ଦାଜ୍ ପାଇଁ ସମସ୍ତଙ୍କ ବେଶ୍ ପ୍ରିୟ । ତେବେ କିଛି ଦିନ ପୂର୍ବରୁ ଅଭିନେତା ଶାହାରୁଖ ଖାନ ଅନୁପମ ଖେରଙ୍କ ଶୋ'ରେ ଯୋଗ ଦେଇଥିଲେ । ଯେଉଁଠି ଆଲୋଚନା ସମୟରେ ସେ କହିଥିଲେ ଯେ, ମାତ୍ର ୫ ବର୍ଷ ବୟସରେ ହିଁ ତାଙ୍କୁ ତାଙ୍କ ନିଜଠୁ ଦୂରେଇ ଦେଇଥିଲେ ।
ଅଭିନେତା କହିଛନ୍ତି ଯେ, ଆମ ପରିବାରରେ ମୁଁ ପ୍ରଥମ ପୁଅ ଜନ୍ମ ହୋଇଥିଲି । ମୋ ମା'ଙ୍କ ପରିବାର ତରଫରୁ କାହାର ପୁଅ ନଥିଲା । ଯେତେବେଳେ ମୋତେ ୫-୬ ବର୍ଷ ବୟସ ହୋଥିଲା ସେତେବେଳଏ ମୋ ଆଈ ମୋତେ ନିଜ ସହ ତାଙ୍କ ଘରକୁ ନେଇ ଗଲେ । କିଛି ବର୍ଷ ପାଇଁ ମୁଁ ମୋ ଆଈଙ୍କ ଘରେ ହିଁ ରହୁଥିଲି । ହେଲେ ସମୟ ବିତିବା ସହ ମୋ ମାଙ୍କୁ ଅନୁଭବ ହେଲା ଯେ, ସେ ମୋ ବିନା ସେ ଏକା ହୋଇପଡିଛନ୍ତି । ଯାହା ପରେ ସେ ମୋତେ ପୁଣି ନିଜ ପାଖକୁ ନେଇ ଆସିଥିଲେ ।
ଏହି ଫିଲ୍ମରେ ନଜର ଆସିବେ କିଙ୍ଗ୍ ଖାନ
ଫିଲ୍ମ 'ପଠାନ'ର ସଫଳତା ପରେ ଫ୍ୟାନ୍ସ ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ତେବେ ଆଗାମୀ ଦିନରେ କିଙ୍ଗ୍ ଖାନଙ୍କ ଦୁଇଟି ଫିଲ୍ମ ଆସିବା ପାଇଁ ଯାଉଛି ଜୱାନ୍ ଏବଂ ଡଙ୍କି । ଯାହା ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଲାଗି ରହିଛି ।












Click it and Unblock the Notifications