Get Updates
Get notified of breaking news, exclusive insights, and must-see stories!

ଏହି କାରଣରୁ ପାର୍ଟି- ସୋସିଆଲ୍ ଲାଇଫରୁ ଦୂରରେ ରହିଥାନ୍ତି ବିରାଟ୍-ଅନୁଷ୍କା

ମୁମ୍ବାଇ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ଇଣ୍ତଷ୍ଟ୍ରିରେ ଏକ ପାୱର କପଲ୍ ଭାବେ ବିବେଚନା କରାଯାଏ । ପ୍ରାୟତଃ ଉଭୟଙ୍କୁ ଏକାଠି ଦେଖିବା ପାଇଁ ମିଳିଥାଏ । ପରସ୍ପର ସହ ସମୟ ବିତାଇବା ପସନ୍ଦ କରନ୍ତି ଏହି ଷ୍ଟାର୍ କପଲ୍ ।

ନିକଟରେ ଉଭୟଙ୍କୁ ଇଣ୍ଡିଆନ୍ ସ୍ପୋର୍ଟସ୍ ଅନର୍ସ ରେଡ୍ କାର୍ପେଟରେ ଦେଖିବାକୁ ମିଳିଥିଲା ​​। ଏହି ସମୟରେ ବିରାଟ ଏବଂ ଅନୁଷ୍କା ଖୋଲାଖୋଲି ଭାବେ ନିଜ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ । ଅନୁଷ୍କା ଏହା ମଧ୍ୟ କହିଥିଲେ ଯେ ଡେଟ୍ କରିବା ସମୟରେ ବିରାଟଙ୍କର କେଉଁ ଗୁଣ ତାଙ୍କୁ ଅଧିକ ପସନ୍ଦ ଆସିଥିଲା ।

Virat Kohli

ଷ୍ଟାର୍ ସ୍ପୋର୍ଟସ୍ ଆଲୋଚନା ବେଳେ ଅନୁଷ୍କା କହିଛନ୍ତି ଯେ, ବିରାଟ କୋହଲିଙ୍କ ମେମୋରି ବା ମନ ରଖିବା ଗୁଣ ତାଙ୍କୁ ଖୁବ ପସନ୍ଦ ଆସିଥିଲା । ଯାହା ପରେ ବିରାଟ କହିଥିଲେ, ସେ କିଛି ଖାସ କଥା ମନେ ରଖିଛନ୍ତି। ହେଲେ ବେଳେବେଳେ ସେ ଛୋଟ ଜିନିଷ ମଧ୍ୟ ଭୁଲିଯାଆନ୍ତି । ଏହା ପରେ ଅନୁଷ୍କା କହିଥିଲେ ଯେ, ଯେତେବେଳେ ମୁଁ ବିରାଟଙ୍କୁ ଡେଟ କରିବା ଆରମ୍ଭ କରିଥିଲି, ସେତେବେଳେ ତାଙ୍କ ମନ ରଖିବା ଗୁଣ ମୋତେ ଖୁବ୍ ପ୍ରଭାବିତ ହୋଇଥିଲା ।

ସୋସିଆଲ୍ ଲାଇଫରୁ କ'ଣ ପାଇଁ ଦୂରେଇ ରୁହନ୍ତି
ସାଧାରଣତଃ ସେଲିବ୍ରିଟିସ୍ ପାର୍ଟିସରେ ବିରାଟ-ଅନୁଷ୍କାଙ୍କୁ ଖୁବ୍ କମ୍ ଦେଖିବା ପାଇଁ ମିଳିଥାଏ । ଯାହାକୁ ନେଇ ଅନୁଷ୍କା କହିଛନ୍ତି, ଏହା ବାହାନା ନୁହେଁ ଏହା ସତ୍ୟ ଯେ, ତୁମର ଜୀବନରେ ଯେତେବେଳେ ଛୁଆ ଆସିଯାଆନ୍ତି ସେତେବେଳେ ତୁମର ସୋସିଆଲ ଲାଇଫ୍ କମି ଯାଏ ।

ଅନ୍ୟପକ୍ଷରେ ଆମେ ସାଧାରଣତଃ ନିଜ କାମ କରିବାକୁ ଏବଂ ଘରେ ସମୟ ବିତାଇବାକୁ ପସନ୍ଦ କରୁ । ଆମେ ପରସ୍ପର ସହିତ ସମୟ ବିତାଇବାକୁ ଅଧିକ ସମୟ ପାଉନାହୁଁ, ତେଣୁ ଯେତେବେଳେ ବି ଆମେ ସମୟ ପାଇଥାଉ, ଆମେ ଏକ ପରିବାର ଭାବରେ ସମୟ ବିତାଇବାକୁ ପସନ୍ଦ କରୁ ।

ଚକଦା ଏକ୍ସପ୍ରେସରେ ଆସିବେ ନଜର
ଅନୁଷ୍କା ଶର୍ମା ଖୁବ ଶୀଘ୍ର ଭାରତୀୟ କ୍ରିକେଟର ଝୁଲନ ଗୋସ୍ୱାମୀଙ୍କ ଉପରେ ନିର୍ମିତ ହେବାକୁ ଥିବା ଫିଲ୍ମ ଚକଦା ଏକ୍ସପ୍ରେସରେ ନଜର ଆସିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+