Gufi Paintal:ଇଞ୍ଜିନିୟର ଚାକିରି ଛାଡି ସାଜିଥିଲେ 'ଶକୁନି ମାମା', ବଲିଉଡ ସହ ନଥିଲା କୌଣସି ସମ୍ପର୍କ
Gufi Paintal: କିଛି ଟେଲିଭିଜନ ଶୋ'ରେ ଅଭିନୟ କରି ସେ ସାରା ଜୀବନ ଦର୍ଶକଙ୍କ ମନରେ ରାଜ୍ କଲେ । 1988 ମସିହାରେ ଟେଲିଭିଜନ ଶୋ ମହାଭାରତରେ ଗୁଫି ପେଣ୍ଟାଲ ଶକୁନି ମାମା ଭୂମିକାରେ ଅଭିନୟ କରିଥିଲେ। ଯେଉଁଥିପାଇଁ ସେ ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।
ଅଭିନେତା ଗତ କିଛି ଦିନ ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ05 ଜୁନ୍ 2023 ସକାଳ ପ୍ରାୟ 9 ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ସୂଚନା ରହିଛି ।

କେତେ ଶିକ୍ଷିତ ଥିଲେ ଗୁଫୀ ପେଣ୍ଟାଲ
ଗୁଫୀ ପେଣ୍ଟାଲ 04 ଅକ୍ଟୋବର 1944 ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଅଭିନେତାଙ୍କର ପରିବାର ଅନ୍ୟ ସଦସ୍ୟ ସିନେମାରେ କାର୍ଯ୍ୟ କରୁଥିଲେ । ତାଙ୍କ ପିତାଙ୍କ ନାମ ଗୁରୁଚରନ୍ ପେଣ୍ଟାଲ୍ ଥିଲା । ଯିଏ ଦିଲ୍ଲୀରେ ନିଜର ଏକ ଛୋଟ ଷ୍ଟୁଡିଓ ଖୋଲିଥିଲେ । ସେହିପରି ଗୁଫୀଙ୍କ ଭାଇ ଜଣେ ଅଭିନେତା ଏବଂ ହାସ୍ୟ ଅଭିନେତା ଭାବେ କାର୍ଯ୍ୟ କରୁଥିଲେ । ଅଭିନେତା ନିଜ ଭାଇଙ୍କ ପରାମର୍ଶରେ ଅଭିନୟ ଜଗତରେ ପାଦ ଦେବା ପାଇଁ ମୁମ୍ବାଇ ଆସି ପହଁଞ୍ଚିଥିଲେ ।
ଗୁଫି ପେଣ୍ଟାଲ ଦିଲ୍ଲୀରେ ରହି ପାଠ ପଢୁଥିଲେ । ତାଙ୍କ ପିତା ଚାହୁଁ ନଥିଲେ ଯେ ସେ ଜଣେ ଅଭିନେତା ହୁଅନ୍ତୁ । ସେ ତାଙ୍କ ପିତାଙ୍କ ନିର୍ଦ୍ଦେଶରେ ଇଞ୍ଜିନିୟରିଂ ପଢିଥିଲେ । ତାଙ୍କ ଇଞ୍ଜିନିୟରିଂ ସରିବା ପରେ ଅଭିନେତା ଜାମସେଦପୁରରେ ଅବସ୍ଥିତ ଟାଟା ଇଞ୍ଜିନିୟରିଂ ଏବଂ ଲୋକୋମୋଟିଭ୍ ଫାର୍ମରେ କାର୍ଯ୍ୟ କରିଥିଲେ।
ଚାକିରି ପରେ ଅଭିନେତା କିଛି ସମୟ ପାଇଁ ସେନାରେ ଯୋଗ ଦେଇଥିଲେ। ହେଲେ ଜୀବନରେ ଏତେ ସଫଳତା ପାଇବା ପରେ ମଧ୍ୟ କିଛି ଅଧୁରା ରହିଯାଇଥିଲା । ସେ ଜଣେ ଅଭିନେତା ହେବାର ସ୍ୱପ୍ନ ଦେଖୁଥିଲେ ।
ହେଲେ ବଲିଉଡ ସହ ଗୁଫୀଙ୍କର କୌଣସି ସମ୍ପର୍କ ନଥିଲା । ଶେଷରେ ସେ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଦିଲ୍ଲୀ ଛାଡି ମୁମ୍ବାଇ ଚାଲିଯାଇଥିଲେ । 1975 ମସିହାରେ ଏହି ଅଭିନେତା 'ରଫୁ ଚକ୍କର'ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ହେଲେ ତାଙ୍କୁ ସଫଳତା ଏବଂ ଏକ ଖାସ ପରିଚୟ ଦେଇଥିଲା ମହାଭାରତରେ ଶକୁନି ମାମାଙ୍କ ଭୂମିକା ।












Click it and Unblock the Notifications