Malaika Arora Diet Chart: ଜାଣନ୍ତୁ ମଲାଇକାଙ୍କ ଫିଟ୍ ରହିବାର ରାଜ୍, କ'ଣ ଖାଇବା ପସନ୍ଦ କରନ୍ତି ଅଭିନେତ୍ରୀ
Malaika Arora Diet Chart: ବଲିଉଡର ହଟ୍ ଆଣ୍ତ ଷ୍ଚାଇଲିସ୍ ଅଭିନେତ୍ରୀ, ଡ୍ୟାନ୍ସର ଏବଂ ମଡେଲ ମଲାଇକା ଆରୋରା ସୋସିଆଲ ରାଜ୍ କରନ୍ତି । ପ୍ରତ୍ୟେକ ଦିନ ତାଙ୍କର ନୂଆ ନୂଆ ଭିଡିଓ ଟ୍ରେଣ୍ତ କରିଥାଏ । ତାଙ୍କର ସୌନ୍ଦର୍ଯ୍ୟ, ଲୁକ୍ ପଛର ରାଜ ବିଷୟରେ ସମସ୍ତେ ଜାଣିବା ପାଇଁ ଚାହାଁନ୍ତି । କିପରି ସେ ୫୦ ବର୍ଷ ବୟସରେ ମଧ୍ୟ ସେ ଏତେ ଫିଟ୍ ଏବଂ ସୁନ୍ଦର ଦେଖାଯାଆନ୍ତି । ତେବେ ଚାଲନ୍ତୁ ଜାଣିବା କିପରି ସେ ନିଜକୁ ଏତେ ଫିଟ୍ ରଖିଥାନ୍ତି ।

ବଲିଉଡର ନମ୍ବର ୱାନ୍ ଆଇଟମ୍ ଗର୍ଲ ମଲାଇକା ଆରୋରା ଖୁବ୍ ଶୀଘ୍ର 50 ବର୍ଷ ବୟସରେ ପାଦ ରଖିବା ପାଇଁ ଯାଉଛନ୍ତି । ତେବେ ଏତେ ବୟସରେ ଅଭିନେତ୍ରୀଙ୍କର ଏହି ଲୁକର ରାଜ କ'ଣ । ମଲାଇକା ଆରୋରା ଅରବାଜ ଖାନଙ୍କୁ ଖୁବ୍ କମ୍ ବୟସରେ ବିବାହ କରିଥିଲେ । ଉଭୟଙ୍କର ଏକ ପୁଅ ମଧ୍ୟ ଅଛି । ହେଲେ ବିବାହର 19 ବର୍ଷ ପରେ ଉଭୟ ପରସ୍ପରଠୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ।
ବର୍ତ୍ତମାନ ମଲାଇକା ଆରୋରା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍ କରୁଛନ୍ତି । ବୟସରେ ଅଧିକ ହେଲେ ବି ମଲାଇକ-ଅର୍ଜୁନଙ୍କ ସହ ବେଶ୍ ସୁନ୍ଦର ଦେଖାଯାଇଥାନ୍ତି । ଏକ ସାକ୍ଷାତକାରରେ ମଲାଇକା କହିଥିଲେ ଯେ, ଯୋଗ ଏବଂ ବ୍ୟାୟାମ ଯୋଗୁଁ ସେ ଏପର୍ଯ୍ୟନ୍ତ ଫିଟ୍ ଅଛନ୍ତି ଏବଂ ଏହା ହିଁ ତାଙ୍କ ଲୁକ ଏବଂ ସୌନ୍ଦର୍ଯ୍ୟର ରାଜ । ବର୍ତ୍ତମାନ ମଲାଇକା ଆରୋରା ଫ୍ୟାନ୍ସଙ୍କ ସହ ନିଜ ଡାଏଟ୍ ଚାର୍ଟ ବିଷୟରେ ମଧ୍ୟ ସେୟାର କରିଛନ୍ତି ।
ମଲାଇକୋ ଆରୋରା ଏକ ପୋଡକାଷ୍ଟ ଶୋ'ରେ କହିଛନ୍ତି ଯେ, ସେ ତାଙ୍କ ଖାଦ୍ୟରେ ସର୍ବାଧିକ ପ୍ରୋଟିନ୍ ସାମିଲ କରନ୍ତି । ଫିଟନେସ୍ ବଜାୟ ରଖିବା ପାଇଁ, ସେ ନିଜ ଦିନର ଆରମ୍ଭ ଉଷୁମ ପାଣି, ଲେମ୍ବୁ ଏବଂ ମହୁ ମିଶାଇ ପିଇଥାନ୍ତି । ମଲାଇକା ଜଳଖିଆରେ ଫଳ, ପୋହା, ଇଡଲି, ମଲ୍ଟିଗ୍ରେନ୍ ଟୋଷ୍ଟ ଏବଂ ଉପମା ଖାଇବାକୁ ପସନ୍ଦ କରନ୍ତି ଏହାସହ ସେ ଅଣ୍ଡାର ଧଳା ଅଂଶ ଖାଇଥାନ୍ତି ।
ସେହିପରି ସେ ଡ୍ରାଏ ଫ୍ରୁଟ୍ ଏବଂ ବାଦାମ ସ୍ନାକ୍ସ ଭାବରେ ଖାଇଥାନ୍ତି । ମଧ୍ୟାହ୍ନ ଭୋଜନରେ ମଲାଇକା ଆରୋରା ରୁଟି, ପନିପରିବା ଏବଂ ଭଆତ ଖାଇଥାନ୍ତି । ଏହାସହ ସେ ରେଗୁଲାର୍ ଯୋଗ ଏବଂ ୱାର୍କଆଉଟ୍ ମଧ୍ୟ କରିଥାନ୍ତି । ମଲାଇକା କାର୍ଡିଓ, କିକ୍ ବକ୍ସିଂ କରିବାକୁ ପସନ୍ଦ କରନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications