ଏକ ଆଇଟମ୍ ସଙ୍ଗ ପାଇଁ ୧.୫ କୋଟି ଚାର୍ଜ କରନ୍ତି କରୀନା, ଇଣ୍ତଷ୍ଟ୍ରୀ ପୂରଣ କଲେ ୨୫ ବର୍ଷ
Kareena Kapoor Journey: କରୀନା କପୁର ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ 25 ବର୍ଷ ପୂରଣ କରିଛନ୍ତି । କରୀନାଙ୍କ ଚଳଚ୍ଚିତ୍ର ଯାତ୍ରା ମଧ୍ୟ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଏବଂ ଚର୍ଚ୍ଚିତ ରହି ଆସିଛି । ତାଙ୍କୁ ତାଙ୍କର ପ୍ରଥମ ଚଳଚ୍ଚିତ୍ରରୁ ବାହାରିବା ପାଇଁ ପିଡିଥିଲା ହେଲେ ଧୀରେ ଧୀରେ ଗୋଟେ ପରେ ଗୋଟେ ଫିଲ୍ମ ତାଙ୍କ ହିଟ୍ ହେବାରେ ଲାଗିଥିଲା, ଆଉ ଆଜି ଇଣ୍ତଷ୍ଟ୍ରୀରେ କରୀନାଙ୍କର 25 ବର୍ଷ ପୂରଣ କରିଛନ୍ତି । କେବଳ ଏତିକି ନୁହେଁ, ଆଜିର ତାରିଖରେ କରୀନା ଗୋଟେ ଗୀତ ପାଇଁ 1.5 କୋଟି ଟଙ୍କା ଚାର୍ଜ କରନ୍ତୁ ।

କରୀନା କପୁରଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା 'Rifugi' କିନ୍ତୁ ଏହା ପୂର୍ବରୁ ସେ ଆଉ ଏକ ଫିଲ୍ମ ସାଇନ୍ କରିଥିଲେ । ସେ ରାକେଶ ରୋଶନଙ୍କ ଫିଲ୍ମ 'କହୋ ନା ପ୍ୟାର୍ ହୈ' ହ୍ରିତିକ ରୋଶନଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଥିଲା, କିଛି ଫଟୋ ଇଣ୍ଟରନେଟରେ ଉପଲବ୍ଧ କିନ୍ତୁ କରୀନାଙ୍କୁ ଫିଲ୍ରୁ ବାହାର କରା ଯାଇଥିଲା। ତାଙ୍କ ସ୍ଥାନରେ ଅମିଶା ପଟେଲ ଏହି ଫିଲ୍ମରେ କାମ କରିଥିଲେ ।












Click it and Unblock the Notifications