ଦିନେ କରୁଥିଲେ ଡେଲିଭରି ବୟ କାମ, ଆଜି କରୁଛନ୍ତି କମେଡି ଜଗତରେ ରାଜ୍, ଜାଣନ୍ତୁ କପିଲଙ୍କ ନେଟ୍ ୱର୍ଥ

ମୁମ୍ବାଇ: କମେଡି ଜଗତରେ ରାଜ କରୁଥିବା କପିଲ ଶର୍ମାଙ୍କ ଗଣତି ଆଜି ଇଣ୍ତଷ୍ଟ୍ରିରେ ଧନୀ ବ୍ୟକ୍ତିଙ୍କ ମଧ୍ୟରେ କରାଯାଇଥାଏ । ହେଲେ ଦିନେ ସେ କିଛି ଟଙ୍କା ପାଇଁ କରୁଥିଲେ ସଙ୍ଘର୍ଷ । ହେଲେ ଅଭିନେତାଙ୍କ କଠିନ ପରିଶ୍ରମ, ଟ୍ୟାଲେଣ୍ଟ ଆଜି ତାଙ୍କ ଭାଗ୍ୟ ବଦଳାଇ ଦେଇଛି । ୨ ଏପ୍ରିଲ ୧୯୮୧ରେ ଅମୃତସରର ଏକ ମଧ୍ୟବିତ୍ତ ପରିବାରରେ କପିଲଙ୍କ ଜନ୍ମ ହୁଏ । ଆଜି ତାଙ୍କ ପାଖରେ ନାମ, ଖ୍ୟାତି ଏବଂ ଅର୍ଥର ଅଭାବ ନାହିଁ । ଆଜି ଅଭିନେତା ୪୨ ବର୍ଷ ବୟସରେ ପାଦ ଦେଇଛନ୍ତି ।
କଲେଜ ସମୟରୁ ହିଁ ସେ ଥିଏଟର କଳାକାର ଭାବେ କାମ ଆରମ୍ଭ କରିଥିଲେ । ତାଙ୍କ ପିତା ପୋଲିସରେ ଥିଲେ। ପୂର୍ବରୁ ଅଭିନେତା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ଆଗରୁ ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିଲା । କର୍କଟ ରୋଗରେ ତାଙ୍କ ପିତାଙ୍କ ମୃତ୍ୟୁ ପରେ କପିଲ ଶର୍ମାଙ୍କ ପରିବାରରେ ଦୁଃଖର ପର୍ବତ ଭାଙ୍ଗି ପଡିଥିଲା । ଏପରିକି ଘରର ଖର୍ଚ୍ଚ ଚଳାଇବା ପାଇଁ ମଧ୍ୟ ଟଙ୍କାର ଅଭାବ ଦେଖିବା ପାଇଁ ମିଳିଥିଲା । ଫୋନ୍ ବୁଥରେ କାମ କରି ଅଭିନେତା ନିଜ ପରିବାର ଚଳାଉଥିଲେ । ବିଭିନ୍ନ ଜାଗରଣ ବା କାର୍ଯ୍ୟକ୍ରମରେ ଗୀତ ଗାଇ ଯେଉଁ ପଇସା ରୋଜଗାର କରୁଥିଲେ ସେଥିରେ ଅଭିନେତାଙ୍କ ଘରେ ଚୁଲି ଚଳୁଥିଲା ।
ହେଲେ ମୁମ୍ବାଇରେ ପାଦ ଦେବା ପରେ ତାଙ୍କର ଭାଗ୍ୟ ବଦଳିଯାଇଥିଲା । ଅଭିନେତା ତାଙ୍କର କ୍ୟାରିୟର 'ଲାଫଟର ଚ୍ୟାଲେଞ୍ଜ'ଜରିଆରେ ଆରମ୍ଭ କରିଥିଲେ । ସେ ରିଆଲିଟି ଶୋ'ର ବିଜେତା ସାଜିଥିଲେ ଏବଂ ୧୦ ଲକ୍ଷ ଟଙ୍କାର ପୁରସ୍କାର ପାଇଥିଲେ ଯାହା ତାଙ୍କର ଜୀବନର ସର୍ବାଧିକ ଆୟ କରିଥିବା ପ୍ରଥମ ରାଶି ଥିଲା । ଏହା ପରେ 'କମେଡି ନାଇଟ୍ସ ୱିଥ୍ କପିଲ'ଜରିଆରେ ସେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲେ । ଯାହା ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ସେ ଜଣେ ସଫଳ କମେଡିଆନ୍ ସାଜି ଲକ୍ଷ ଲକ୍ଷ ଦର୍ଶକଙ୍କ ମନରେ ରାଜ କରିଥିଲେ । ସେବେଠୁ ଜୀବନରେ ଆଉ ପଛକୁ ବୁଲି ଚାହିଁନାହାଁନ୍ତି ଅଭିନେତା । ଆଜି ଟେଲି ଇଣ୍ଟଷ୍ଟ୍ରି ଏବଂ ସିନେମା ଇଣ୍ଟଷ୍ଟ୍ରିରେ ସେ ଜଣେ ଲୋକ ପ୍ରିୟ କଳାକାର ।
କପିଲ ଶର୍ମାଙ୍କ ଘରର ମୂଲ୍ୟ
କପିଲ ଶର୍ମା ତାଙ୍କ ପରିବାର ସହିତ ମୁମ୍ବାଇର ଅନ୍ଧେରି ୱେଷ୍ଟରେ ଏକ ଲଗଜୁରି ଘରେ ରୁହନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କର ବିଳାସପୂର୍ଣ୍ଣ ବଙ୍ଗଳାର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ।
କପିଲ ଶର୍ମାଙ୍କ କାର କଲେକ୍ସନ
କପିଲ ଶର୍ମା ହେଉଛନ୍ତି କାର୍ ସୌକିନ୍ । ତାଙ୍କର ଏକରୁ ଅଧିକ ବିଳାସପୂର୍ଣ୍ଣ କାର୍ ରହିଛି । ତାଙ୍କ ପାଖରେ ରୟାଲ୍ ଏନ୍ଫିଲ୍ଡ ବୁଲେଟ୍ ୫୦୦ ବାଇକ୍, ମର୍ସିଡିଜ୍ ବେଞ୍ଜ୍ S350, ରେଞ୍ଜ ରୋଭର ଇଭୋକ, ଭଲଭୋ XC90 ସହ ତାଙ୍କର ନିଜର ଏକ ଭ୍ୟାନିଟି ଭ୍ୟାନ ମଧ୍ୟ ରହିଛି ।
ସୂଚନା ଅନୁସାରେ, କପିଲ ଶର୍ମାଙ୍କ ମୋଟ ସମ୍ପତ୍ତି ହେଉଛି ୨୮୦ କୋଟି ଟଙ୍କା । 'ଦ କପିଲ ଶର୍ମା ସୋ'ର ଏପିସୋଡ ପିଛା ପ୍ରାୟ ୫୦ ଲକ୍ଷ ଟଙ୍କା ଚାର୍ଜ କରନ୍ତି ଅଭିନେତା ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications