ଏହି ତାରିଖରେ ରିଲିଜ୍ ହେବ ପ୍ରଭାସଙ୍କ ଫିଲ୍ମ 'Kalki 2898 AD'
Kalki 2898 AD: 2023 ଶେଷରେ ମୁକ୍ତିଲାଭ କରିଥିବା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ 'ସାଲାର' ବକ୍ସ ଅଫିସରେ ଆଜି ବି ରାଜ୍ କରୁଛି । ଏହି ସିନେମା କେବଳ ଭାରତରେ 400 କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥିବା ବେଳେ ପୁରା ବିଶ୍ୱରେ 700 କୋଟିରୁ ଅଧିକ ଆୟ କରି ଏକ ନୂଆ ଇତିହାସ ସୃଷ୍ଟି କରିଛି ।
ବର୍ତ୍ତମାନ ଫିଲ୍ମଟି ବକ୍ସ ଅଫିସରେ ଟ୍ରେଣ୍ତ କରୁଛି । ଏହାରି ମଧ୍ୟରେ ପ୍ରଭାସ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'Kalki 2898 AD'ଜରିଆରେ ପୁଣି ଦର୍ଶକଙ୍କ ମନ ଜିଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ ଖୁସିର କଥା ହେଉଛି ଯେ, ଏହି ସିନେମାର ରିଲିଜ୍ ତାରିଖ ଘୋଷଣା ହୋଇ ସାରିଛି ।
ପ୍ରଶଂସକମାନେ ଉତ୍ସାହର ସହିତ ପ୍ରଭାସଙ୍କ ଅଭିନୀତ 'Kalki 2898 AD' ରିଲିଜକୁ ଅପେକ୍ଷା କରିଛନ୍ତି । ତେବେ ଏହାରି ମଧ୍ୟରେ ଆଜି ଫିଲ୍ମ ମେକର୍ସ ଫ୍ୟାନ୍ସଙ୍କୁ ଦେଇଛନ୍ତି ଖୁସି ଖବର । ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ଅଫିସିଆଲ୍ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ନିର୍ମାତାମାନେ ସୋସିଆଲ ମିଡିଆରେ ପ୍ରଭାସଙ୍କ ଫିଲ୍ମର ନୂଆ ପୋଷ୍ଟର ସହିତ ''Kalki 2898 AD' ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ପ୍ରଭାସଙ୍କ ସିନେମା ଜାନୁଆରୀ 2024ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଥିଲା ହେଲେ ବର୍ତ୍ତମାନ ଏହି ଫିଲ୍ମ 9 ମେ 2024 ରେ ବଡ ପରଦାରେ ମୁକ୍ତିଲାଭ କରିବ ।
ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କମଲ ହାସନ, ପ୍ରଭାସ, ଦୀପିକା ପାଦୁକୋଣ, ଅମିତାଭ ବଚ୍ଚନ ଏବଂ ଦିଶା ପଟାନି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ଦୁଇଟି ପାର୍ଟ ରିଲିଜ୍ ହେବ । ପ୍ରଥମ ଭାଗ 2024ରେ ମୁକ୍ତିଲାଭ କରିବ । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ 600 କୋଟି ଟଙ୍କାର ବିପୁଳ ବଜେଟରେ ଏହି ସିନେମା ନିର୍ମାଣ କରାଯାଇଛି । ଏହା ଆଜି ପର୍ଯ୍ୟନ୍ତର ସବୁଠାରୁ ମହଙ୍ଗା ଭାରତୀୟ ଚଳଚ୍ଚିତ୍ର ବୋଲି ଚର୍ଚ୍ଚା ହେଉଛି ।

ପ୍ରଭାସ ବର୍ତ୍ତମାନ ତାଙ୍କର ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ସାଲାର'ର ସଫଳତାକୁ ଏଞ୍ଜୟ କରୁଛନ୍ତି । ତେବେ ଏହି ସିନେମା ପୂର୍ବରୁ ପ୍ରଭାସଙ୍କର ଅନେକ ଫିଲ୍ମ ଫ୍ଲପ୍ ହୋଇଥିଲା । ତାଙ୍କୁ ବେଶ୍ ଟ୍ରୋଲର ଶିକାର ହେବା ପାଇଁ ମଧ୍ୟ ପଡିଥିଲା । ସେହିପରି ଦୀପିକା ପାଦୁକୋଣଙ୍କ ଫିଲ୍ମ 'ଫାଇଟର୍' ଜାନୁଆରୀ 26 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ସେ ପ୍ରଥମ ଥର ହ୍ରିତିକ ରୋଶନଙ୍କ ସହ ସ୍କ୍ରିନ୍ ସେୟାରକ କରିବେ ।












Click it and Unblock the Notifications