କିଏ ପ୍ରଶଂସା ତ କିଏ କଲେ ଟ୍ରୋଲ୍, ଏପରି ଥିଲା ଅଭିନେତ୍ରୀ ସ୍ୱରାଙ୍କ ପ୍ରଥମ ଇଦ୍
ମୁମ୍ବାଇ:ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଫହାଦ ଅହମ୍ମଦଙ୍କ ସହ କିଛି ଦିନ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଯେଉଁଥିପାଇଁ ତାଙ୍କୁ ବହୁତ ଟ୍ରୋଲ ମଧ୍ୟ ହେବା ପାଇଁ ପଡିଥିଲା । ବିବାହ ପରେ ଅଭିନେତ୍ରୀ ଏପ୍ରିଲ ୨୨ରେ ତାଙ୍କ ପ୍ରଥମ ଇଦ୍ ପାଳନ କରିଛନ୍ତି, ଯାହାର ଫୋଟ ସେ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ।
ସ୍ୱରା ଭାସ୍କର ସ୍ୱାମୀ ଫହାଦ୍ ଅହମ୍ମଦ ଏବଂ ପରିବାରଙ୍କ ସହ ସୋସିଆଲ ମିଡିଆରେ ଅନେକ ଫୋଟ ସେୟାର କରି ପ୍ରଶଂସକମାନଙ୍କୁ ଇଦର
ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, 'ପ୍ରଥମ ଇଦ୍, ଇଦ୍ ମୁବାରକ 2023'। ଅଭିନେତ୍ରୀ ଫହାଦଙ୍କୁ ନିଜ ପୋଷ୍ଟରେ ଟ୍ୟାଗ୍ ମଧ୍ୟ କରିଛନ୍ତି ।

ଏହି ପୋଷ୍ଟ ପରେ ପ୍ରଶଂସକମାନେ କ୍ରମାଗତ ଭାବରେ ସେମାନଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି । କିଏ ସମାଲୋଚନା ତ କିଏ କରୁଛି ପ୍ରଶଂସା । କିଛି ଲୋକେ ଖରାପ କମେଣ୍ଟ କରୁଥିବା ବେଳେ କିଛି ପ୍ରଶଂସକ ଅଭିନେତ୍ରୀଙ୍କର ପ୍ରଶଂସା କରିବା ସହ ଇଦର ଶୁଭେଚ୍ଛା ଜଣାଉଛନ୍ତି । ସେହିପରି ଅଭିନେତ୍ରୀଙ୍କୁ ପୁଣି ଟ୍ରୋଲର ଶିକାର ହେବା ପାଇଁ ପଡିଛି ।
पहली ईद! 💖🌙✨🙏🏽#NewBeginnings #EidMubarak2023 @FahadZirarAhmad pic.twitter.com/YVQQ7c6jxJ
— Swara Bhasker (@ReallySwara) April 23, 2023
ସୂଚନାଥାଉ ଯେ, ୧୬ ଜାନୁଆରୀ ୨୦୨୩ରେ ସ୍ୱରା ଭାସ୍କର ମୁମ୍ବାଇର ଏକ ଗୁପ୍ତ କୋର୍ଟରେ ଫହାଦ ଅହମ୍ମଦଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏହି ବିଷୟରେ ନିଜେ ଅଭିନେତ୍ରୀ ଟ୍ୱିଟ କରି ସୂଚନା ଦେଇଥିଲେ । ଏହା ପରେ ଏହି ଦମ୍ପତି ସମ୍ପୂର୍ଣ୍ଣ ରୀତିନୀତି ସହିତ ଦିଲ୍ଲୀରେ ବିବାହ କରିଥିଲେ । ଯେଉଁଥିରେ ବଲିଉଡ ତାରକା ଠାରୁ ଆରମ୍ଭ କରି ଅନେକ ନେତାଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications