Miss World Prize: ଜାଣନ୍ତୁ ମିସ୍ ୱାର୍ଡ ବିଜେତାଙ୍କୁ ମିଳେ କେତେ ଟଙ୍କାର ପୁରଷ୍କାର ରାଶି
Miss World Prize: ବିଶ୍ୱର ସର୍ବ ପୁରାତନ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ହେଉଛି ମିସ୍ ୱାର୍ଲ୍ଡ । 1951 ମସିହାରେ ବ୍ରିଟେନରେ ଏହା ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଭାରତରେ 71 ତମ ମିସ୍ ୱାର୍ଲ୍ଡ ପେଜ୍ ପ୍ରତିଯୋଗିତା ଆୟୋଜିତ ହେଉଛି । ସିନି ଶେଟ୍ଟୀ ଏଥର ଭାରତର ପ୍ରତିନିଧିତ୍ୱ କରିବେ। ଏଭଳି ପରିସ୍ଥିତିରେ, ତେବେ ଆପଣ ଜାଣିଛନ୍ତି କି ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିବା ପରେ ୱିନରଙ୍କୁ କେତେ ପୁରସ୍କାର ରାଶି ମିଳିଥାଏ ।

ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ କ୍ରାଉନ୍ ଅର୍ଥାତ୍ ମୁକୁଟର ଖୁବ୍ ମହତ୍ୱ ରହିଛି । ଏହା ସାଧାରଣ ନୁହେଁ । ଏଥିରେ ହୀରା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ପଥରଗୁଡ଼ିକ ସଜାଯାଇଥାଏ । ରିପୋର୍ଟ ଅନୁଯାୟୀ ଏହାର ମୂଲ୍ୟ ପାଖାପାଖି ୨ ରୁ ୫ କୋଟି ଟଙ୍କା ରହିଛି ।
କେବଳ ମୁକୁଟ ନୁହେଁ ବିଜେତାଙ୍କୁ ନଗଦ ରାଶି ପ୍ରଦାନ କରାଯାଇଥାଏ । ମୁକୁଟ ବ୍ୟତୀତ ବିଜେତାଙ୍କୁ ପ୍ରାୟ ୧୦ କୋଟି ଟଙ୍କା ପୁରଷ୍କାର ମିଳିଥାଏ । କେବଳ ଏତିକି ନୁହେଁ, ବିଜେତା ଦୁନିଆର ଯେକୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ଏକ ମାଗଣା ଟିକେଟ୍ ଦିଆଯାଇଥାଏ ।
ମିସ୍ ୱାର୍ଲ୍ଡ ୨୦୨୪ ମସିହାରେ ଭାରତରେ ଆୟୋଜିତ ହେବା ପାଇଁ ଯାଉଛି । ମୁମ୍ବାଇରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥର ସିନି ଶେଟ୍ଟୀ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି । ୧୯୫୧ ମସିହାରେ ଆରମ୍ଭ ହୋଇଥିବା ଏହି ଇଭେଣ୍ଟ ଭାରତରେ ଅନୁଷ୍ଠିତ ହେବା ପାଇଁ ଯାଉଥିବାରୁ ସମସ୍ତେ ଖୁବ୍ ଉତ୍ସାହିତ ଅଛନ୍ତି ।












Click it and Unblock the Notifications