Get Updates
Get notified of breaking news, exclusive insights, and must-see stories!

ଜାଣନ୍ତୁ ଅଭିନେତ୍ରୀ ହେମା ମାଲିନୀଙ୍କ ସୁନ୍ଦରତାର ରାଜ୍

Hema Malini Anti-Aging Beauty Secrets: ବଲିଉଡର 'ଡ୍ରିମ୍ ଗାର୍ଲ' ଅର୍ଥାତ୍ ହେମା ମାଲିନୀଙ୍କୁ 75 ବର୍ଷ ହୋଇଛି । ବୟସ ବଢିବା ସହିତ ଲୋକଙ୍କ ସୌନ୍ଦର୍ଯ୍ୟ ହ୍ରାସ ପାଉଥିବାବେଳେ ହେମା ମାଲିନି ଆଜିର ଅଭିନେତ୍ରୀ ମାନଙ୍କୁ ସୁନ୍ଦରତାରେ ଦେଉଛନ୍ତି କଡ଼ା ଟକ୍କର । ସିନେମା ଜଗତ ଠାରୁ ଦୂରେଇ ଯାଇଛନ୍ତି ସତ ହେଲେ ବଲିଉଡର ଡ୍ରିମ ଗର୍ଲ ଆଜି ବି ଦର୍ଶକଙ୍କ ମନରେ କରନ୍ତି ରାଜ ।

ଅଭିନେତ୍ରୀ ହେମା ମାଲିନୀ ନିଜ ସ୍ୱାସ୍ଥ୍ୟ ଏବଂ ତ୍ୱାଚାକୁ ନେଇ ଖୁବ୍ ସଚେତନ । ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି ଯେ, ସକାଳ 9 ଟା ପର୍ଯ୍ୟନ୍ତ ସେ ନିଜ ପାଇଁ ସମୟ କାଢନ୍ତି । ଏହି ସମୟରେ ସେ ଯୋଗ, ପ୍ରାଣାୟାମ ଠାରୁ ଆରମ୍ଭ କରି ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ସହ ଯାହା ଚାହାଁନ୍ତି ତାହା କରନ୍ତି । ଆସନ୍ତୁ ଜାଣିବା ହେମା ମାଲିନୀ ନିଜ ତ୍ୱଚାର ଯତ୍ନ କିପରି ନିଅନ୍ତି ।

 Hema Malini

ହେମା ଫିଟ୍ ରହିବା ପାଇଁ ଯୋଗ୍, ପ୍ରାଣାୟାମ ଉପରେ ବିଶ୍ୱାସ କରନ୍ତି । ଯେଉଁ କାରଣରୁ ତାଙ୍କ ତ୍ୱାଚା ଆଜି ବି ବହୁତ ସୁନ୍ଦର ଦେଖାଯାଇଥାଏ । ହେମାଙ୍କ ଅନୁଯାୟୀ କେବଳ ବାହ୍ୟ ସୌନ୍ଦର୍ଯ୍ୟର କୌଣସି ଫରକ ପଡ଼ିବ ନାହିଁ। ଭିତରୁ ସୁନ୍ଦର ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ।

ସେ ନିଜ ଡାଏଟରେ ଫଳ ଏବଂ ପନିପରିବା ନିଶ୍ଚୟ ସାମିଲ କରନ୍ତି । ସେ ଖାଦ୍ୟରେ ଖାସ ଯନ୍ନ ନିଅନ୍ତୁ ଯାହା ଦ୍ୱାରା ତାଙ୍କ ଶରୀର ସମସ୍ତ ପ୍ରକାରର ପୁଷ୍ଟିକର ଖାଦ୍ୟ ପାଇବାରେ ସଫଳ ହୋଇଥାଏ । ହେମା ମାଲିନୀଙ୍କ ଅନୁଯାୟୀ ଶରୀର ପାଇଁ ହାଇଡ୍ରେଟ୍ ରହିବା ଅତ୍ୟନ୍ତ ଜରୁରୀ, ତେଣୁ ସେ ତାଙ୍କ ଖାଦ୍ୟରେ ନଡିଆ ପାଣି, ଗ୍ରୀନ୍ ଟି ଏବଂ ଅନେକ ଫଳ ରସ ଅନ୍ତର୍ଭୁକ୍ତ କରିଥାନ୍ତି ।

ସେ କେବଳ ଜଣେ ବଲିଉଡ ଅଭିନେତ୍ରୀ ନୁହଁନ୍ତି ବରଂ ସେ ଜଣେ ସାଂସଦ ଏବଂ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ୱେ ସେ ପୁରା ୮ ରୁ ୯ଘଣ୍ଟା ସୋଇବା ପସନ୍ଦ କରନ୍ତି। ଏହା ସହ ସେ ଯୋଗ ଏବଂ ଧ୍ୟାନର ଅଭ୍ୟାସ କରନ୍ତି । ସେ ନିଜ ଚର୍ମକୁ ଯଥାସମ୍ଭବ ନ୍ୟାଚୁରାଲ ରଖିବାକୁ ଚେଷ୍ଟା କରିଥାନ୍ତି । ଅଭିନେତ୍ରୀ ନିଜକୁ ମେକଅପ୍ ଠାରୁ ଦୂରେଇ ରଖନ୍ତି । ହେମା ମାଲିନୀ ତାଙ୍କ ତ୍ୱଚାରେ ଅଧିକ ମେକଅପ୍ ଲଗାଇବା ପସନ୍ଦ କରନ୍ତି ନାହିଁ । ସେ ନିଜ ତ୍ୱଚାରେ ଏସେନସିଆଲ ତେଲର ବ୍ୟବହାର କରିଥାନ୍ତି ଏବଂ ଭାରୀ ମେକ୍ଅପ୍ ଠାରୁ ଦୂରେଇ ରୁହନ୍ତି ।

ହେମା ମାଲିନୀ ଡ୍ୟାନ୍ସ ମାଧ୍ୟମରେ ଫିଟ୍ ରୁହନ୍ତି ଯୋଗ ଏବଂ ସାଇକେଲ ଚଲାଇବା ବ୍ୟତୀତ ସେ ନୃତ୍ୟ ମାଧ୍ୟମରେ ନିଜକୁ ଫିଟ୍ ରଖନ୍ତି । କେବଳ ହେମା ନୁହଁନ୍ତି ତାଙ୍କ ଝିଅ ଏଶା ଦେଓଲ ଏବଂ ଅହାନା ଦେଓଲ ମଧ୍ୟ ନାଚିବା ପସନ୍ଦ କରନ୍ତି ଏବଂ ଅନେକ ଷ୍ଟେଜ ସୋ'ରେ ସେ ଅଂଶଗ୍ରହଣ କରିଥିବା ଦେଖିବା ପାଇଁ ମିଳିଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+