ମେ' ୧ ତାରିଖରେ ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ 'Heeramandi'
Heeramandi Release Date And Time: ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଚର୍ଚ୍ଚିତ ୱେବ୍ ସିରିଜ୍ 'Heeramandi' ବର୍ତ୍ତମାନ ହେଡଲାଇନରେ ରହିଛି । ଖବର ଅନୁସାରେ, ଗତ ୧୫ ବର୍ଷ ହେବ ସଞ୍ଜୟ ଲୀଲା ଭନସାଲୀ ଏହି ସିରିଜର କାହାଣୀକୁ ନେଇ ସିନେମା ତିଆରି କରିବାକୁ ଚିନ୍ତା କରୁଥିଲେ । ଶେଷରେ ଏହା ସଫଳ ହୋଇଛି, ମେ'୧ ତାରିଖରେ OTT ପ୍ଲାଟଫର୍ମରେ ଏହି 'Heeramandi'ରିଲିଜ୍ ହେବା ପାଇଁ ଯାଉଛି ।
ସଞ୍ଜୟ ଲୀଲା ଭନସାଲୀ ଏକ ୱେବ୍ ସିରିଜ୍ ମାଧ୍ୟମରେ ଏହି କାହାଣୀକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଯାଉଛନ୍ତି । ଏହା OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଏଥିରେ ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ଆଦିତୀ ରାଓ ହେଦରୀ, ରିଚା ଚଢା, ଶର୍ମିନ୍ ସେହଗାଲ, ଫରଦନ ଖାନ ଏବଂ ଶେଖର ସୁମନଙ୍କ ଭଳି ଅଭିନେତାମାନେ ନଜର ଆସିବେ।

ଭନସାଲୀଙ୍କ 'Heeramandi:The Dimond Bazar'କୁ ନେଇ ଦର୍ଶକଙ୍କ ମଧ୍ୟରେ ବି କ୍ରେଜ୍ ଦେଖିବାକୁ ମିଳୁଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ୱେବ୍ ସିରିଜ୍ ମେ ୧ ତାରିଖ ଦିନ ପ୍ରାୟ ୧.୩୦ ରେ ମୁକ୍ତିଲାଭ କରିବ। ତେବେ ଦର୍ଶକମାନେ ଆସନ୍ତାକାଲି ଅପରାହ୍ନରେ ଏହି ସିରିଜ୍ ଦେଖି ପାରିବେ । ତେବେ ପୂର୍ବରୁ ଏହି ସିରିଜରେ ସମସ୍ତ ଗୀତ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି । ପାକିସ୍ତାନର ସବୁଠୁ ପ୍ରସିଦ୍ଧ ସହର 'Heeramandi' । ଏହି ସ୍ଥାନ ହିରା ସିଂଙ୍କ ପୁତ୍ର ଧାନ ସିଂ ଡୋଗ୍ରାଙ୍କ ନାମରେ ଏହି ସ୍ଥାନ ନାମିତ ।
ତେବେ ଏକ ପାକିସ୍ତାନୀ କାହାଣୀ ଜଣେ ଭାରତୀୟ ନିର୍ଦ୍ଦେଶକ କିପରି ବର୍ଣ୍ଣନା କରିପାରିବେ ସେନେଇ ଅନେକ ପ୍ରଶ୍ନବାଚି ମଧ୍ୟ ସୃଷ୍ଟି ହୋଇଛି । ସଞ୍ଜୟ ଲୀଲା ଭନସାଲୀଙ୍କ ଏହି ୱେବ୍ ସିରିଜକୁ ନେଇ ପାକିସ୍ତାନୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୨୧ରେ ଯେତେବେଳେ ଏହି ସିରିଜର ଘୋଷଣା କରାଯାଇଥିଲା ସେତେବେଳେ ଅଭିନେତ୍ରୀ ଓସନା ଶାହା ଏହାର ବିରୋଧ କରିଥିଲେ ।
ହେଲେ ଅନେକ ବିରୋଧ ପରେ ମଧ୍ୟ ମେ'୧ ତାରିଖରେ ଏହି ୱେବ୍ ସିରିଜ୍ ରିଲିଜ୍ ହେବା ପାଇଁ ଯାଉଛି । ଦେଖିବା ବାକି ରହିଲା ଫ୍ୟାନ୍ସ ଏହି କାହାଣୀକୁ କେତେ ପସନ୍ଦ କରୁଛନ୍ତି ।












Click it and Unblock the Notifications