ଅଭିନେତ୍ରୀ ଭୂମି ପେଡନେକରଙ୍କ ନାଁରେ ରହିଛି ଏତିକି କୋଟିର ସମ୍ପତ୍ତି

Bhumi Pednekar Net Worth:ବଲିଉଡ ଅଭିନେତ୍ରୀ ଭୂମି ପେଡନେକର ଅଭିନେତ୍ରୀ ହେବା ପୂର୍ବରୁ କାଷ୍ଟିଂ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ସେ 2015ରେ ଫିଲ୍ମ'ଦମ୍ ଲଗାକେ ହୈଶା' ଅଭିନୟ ଜଗତରେ ପାଦ ରଖିଲେ । ନିଜ ଅଭିନୟରେ ସେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ ଜିଣିବାରେ ମଧ୍ୟ ସଫଳ ହେଲେ । ଆଜି ଅର୍ଥାତ୍ ଜୁଲାଇ 18 ରେ, ଅଭିନେତ୍ରୀ ନିଜର 34 ତମ ଜନ୍ମଦିନ ପାଳନ କରୁଛନ୍ତି ତେବେ ଚାଲନ୍ତୁ ଜାଣିବା କେତେ ସମ୍ପତ୍ତିର ମାଲିକାଣି ଅଟନ୍ତି ଅଭିନେତ୍ରୀ ।

 Bhumi Pednekar

ଖୁବ କମ୍ ଦିନ ହେଲା ଭୂମି ବଲିଉଡ ଇଣ୍ତଷ୍ଟ୍ରିରେ ପାଦ ଦେଇଛନ୍ତି କିନ୍ତୁ ରୋଜଗାର କ୍ଷେତ୍ରରେ ସେ ଅନେକ ଅଭିନେତ୍ରୀଙ୍କୁ କଡ଼ା ଟକ୍କର ଦିଅନ୍ତି । ରିପୋର୍ଟ ଅନୁସାରେ, ଭୂମିଙ୍କର ମୋଟ ସମ୍ପତ୍ତି ହେଉଛି ଦୁଇ ନିୟୁତ ଡଲାର ଅର୍ଥାତ୍ 15 କୋଟି ଟଙ୍କା । ସେ ଗୋଟେ ଚଳଚ୍ଚିତ୍ର ପାଇଁ ଦୁଇ କୋଟି ଟଙ୍କା ଡିମାଣ୍ତ କରନ୍ତି । ଏହା ବ୍ୟତୀତ ଭୂମି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ।

ମୁମ୍ବାଇରେ ଅଭିନେତ୍ରୀଙ୍କର ଏକ ବିଳାସପୂର୍ଣ୍ଣ ଘର ରହିଛି । ଭୂମି ପେଡନେକରଙ୍କ ମାସିକ ଆୟ ପ୍ରାୟ ୨୫ ଲକ୍ଷ ଏବଂ ବର୍ଷର ଆୟ ହେଉଛି ୩ କୋଟିରୁ ଅଧିକ । ଅଭିନେତ୍ରୀ ତାଙ୍କ ମା ଏବଂ ଭଉଣୀ ସହ ଏକାଠି ରୁହନ୍ତି । ଅନ୍ୟ ଅଭିନେତ୍ରୀମାନଙ୍କ ପରି ଭୂମି ମଧ୍ୟ ମହଙ୍ଗା ଗାଡ଼ିକୁ ଭଲ ପାଆନ୍ତି । ତାଙ୍କର ଲ୍ୟାଣ୍ଡ ରୋଭର, ରେଞ୍ଜ ରୋଭର ଏସୟୁଭି ପରି କାର ଅଛି । ଯାହାର ମୂଲ୍ୟ 80 ଲକ୍ଷ ଟଙ୍କା । ତେବେ 34 ବର୍ଷ ବୟସରେ ଭୂମି କୋଟି କୋଟି ଟଙ୍କାର ମାଲିକାଣି ହେବା ସହ ବେଶ ପପୁଲାରିଟି ମଧ୍ୟ ପାଇପାରିଛନ୍ତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+