ଦର୍ଶକଙ୍କ ମନ ଜିଣୁଛି 'ରକି ଅର୍ ରାନୀକି ପ୍ରେମ କାହାନୀ', ଜାଣନ୍ତୁ ପ୍ରଥମ ଦିନର ଆୟ
RRKPK Box Office Collection: କରଣ ଜୋହରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରକି ଅର ରାନୀ କି ପ୍ରେମ କାହାନି' ଗତକାଲି ଅର୍ଥାତ୍ 28 ଜୁଲାଇରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ରୋମାନ୍ସ, ପ୍ରେମ, ଝଗଡ଼ାର ଝଲକ ଦେଖିବା ପାଇଁ ମିଳୁଛି । ଯାହା ବର୍ତ୍ତମାନ ଫ୍ୟାନ୍ସ ଆସୁଛି ପସନ୍ଦ । ସେହିପରି ଜୟା ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଭଳି ଭେଟେରାନ କଳାକାର ମଧ୍ୟ ଏହି ସିନେମାରେ ନଜର ଆସୁଛନ୍ତି ।
ଏହି ଫିଲ୍ମର ପ୍ରମୋସନରେ କୌଣସି କମି ରଖିନଥିଲେ ମେକର୍ସ । ହେଲେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ କେମେଷ୍ଟ୍ରି ଦର୍ଶକ ପସନ୍ଦ କରିଛନ୍ତି କି? ଫିଲ୍ମ ରିଲିଜ ହେବା ପରେ ସମାଲୋଚକ ଏବଂ ସମସ୍ତ ପ୍ରଶଂସକ ସୋସିଆଲ ମିଡିଆରେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତେବେ ଚାଲନ୍ତୁ ଜାଣିବା 'ରକି ଅର୍ ରାନୀକି ପ୍ରେମ କାହାନୀ' ପ୍ରଥମ ଦିନରେ କେତେ କୋଟି ଟଙ୍କାର ବ୍ୟବସାୟ କରିଛି ।

ରିପୋର୍ଟ ଅନୁସାରେ, ପ୍ରଥମ ସପ୍ତାହରେ ଫିଲ୍ମର ଆୟ ବୃଦ୍ଧି ପାଇପାରେ । ପ୍ରେକ୍ଷାଳୟରେ ଅନ୍ୟ କୌଣସି ଫିଲ୍ମ ରିଲିଜ୍ ହୋଇନଥିବାରୁ ଫିଲ୍ମର ନିର୍ମାତାମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ । ଏଭଳି ପରିସ୍ଥିତିରେ ଫିଲ୍ମର ଆୟ ନିଶ୍ଚିତ ଭାବେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଦେଖିବା ବାକି ରହିଲା ଯେ, ଫିଲ୍ମର ଆୟ ମେକର୍ସଙ୍କ ଆଶା ପୂରଣ କରିବାରେ ସଫଳ ହେଉଛି ନା ନାହିଁ ।












Click it and Unblock the Notifications