ପୁଷ୍ପା-୨ ପାଇଁ ୩୦୦ କୋଟି, ୧୦୦ କୋଟିର ଘରେ ରୁହନ୍ତି ଆଲ୍ଲୁ ଅର୍ଜୁନ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ
Allu Arjun Net Worth: ଅଭିନେତା ଆଲ୍ଲୁ ଅର୍ଜୁନ ବର୍ତ୍ତମାନ ଲାଇମଲାଇଟରେ ରହିଛନ୍ତି । ଅଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଥିଲା, ଆଜି ସକାଳ ଅର୍ଥାତ୍ ସନିବାର ସକାଳୁ ଆଲ୍ଲୁ ଅର୍ଜୁନ ଜେଲରୁ ବାହାରିଛନ୍ତି । ଗତକାଲି ତାଙ୍କୁ ଜାମିନ ମିଳିଥିଲା । ବାସ୍ତବରେ ପୁଷ୍ପା-2 ପ୍ରିମିୟର ସୋ'ରେ ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଯେଉଁ ଘଟଣାକୁ କେନ୍ଦ୍ର କରି ଅଭିନେତାଙ୍କୁ ଗିରଫ କରାଯାଇଥିଲା ।
ଆଲୁ ଅର୍ଜୁନଙ୍କ ପିଆର୍ ଟିମ୍ ସୂଚନା ଅନୁସାରେ, ପୋଲିସ କେବଳ ଅଭିନେତାଙ୍କୁ ପଚରାଉଚରା ପାଇଁ ନେଇଥିଲା । ଅନ୍ୟପକ୍ଷରେ ନିଜ ଜିବନ୍ତ ଅଭିନୟ ପାଇଁ ଆଲ୍ଲୁ ଅର୍ଜୁନ ବର୍ତ୍ତମାନ ସାରା ବିଶ୍ୱରେ ପ୍ରଶଂସା ସାଉଁଟୁଛନ୍ତି । ତେଲୁଗୁ ଚଳଚ୍ଚିତ୍ର ସୁପରଷ୍ଟାର ଆଲୁ ଅର୍ଜୁନ କେବଳ ସାଉଥରେ ନୁହେଁ ବର୍ତ୍ତମାନ ସବୁଠି କେବଳ ପୁଷ୍ପାରାଜଙ୍କ ରାଜ୍ ଚାଲିଛି ।

ଫିଲ୍ମ 'ପୁଷ୍ପା-2 ରିଲିଜ ହେବା ପରଠାରୁ ଆଲୁ ଅର୍ଜୁନ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ 5 ଡିସେମ୍ବର 2024 ରେ ମୁକ୍ତିଲାଭ କରିଥିଲା, ଯାହା ଏପର୍ଯ୍ୟନ୍ତ 1100 କୋଟିରୁ ଅଧିକ ଆୟ କରିଛି। ଏହି ଚଳଚ୍ଚିତ୍ରରେ ଆଲ୍ଲୁ ଅର୍ଜୁନଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବା ପାଇଁ ମିଳିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଆଲ୍ଲୁ ଅର୍ଜୁନ 460 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିର ମାଲିକ ।
ଅଭିନେତା ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି । ସେ ସାଉଥ୍ ଇଣ୍ଡଷ୍ଟ୍ରିର ଧନୀ କଳାକାରମାନଙ୍କ ମଧ୍ୟରୁ ଜଣେ । ମିଡିଆ ରିପୋର୍ଟ ଅନୁସାରେ ଆଲ୍ଲୁ ଅର୍ଜୁନ ଗୋଟେ ଫିଲ୍ମ ପାଇଁ ପ୍ରାୟ 150 ରୁ 200 କୋଟି ଟଙ୍କା ଚାର୍ଜ କରନ୍ତୁ । ହେଲେ 'ପୁଷ୍ପା 2' ପାଇଁ ନିର୍ମାତାଙ୍କ ଠାରୁ 300 କୋଟି ଟଙ୍କା ନେଇଛନ୍ତି ସୁପରଷ୍ଟାର ଆଲ୍ଲୁ ଅର୍ଜୁନ । ସେହିପରି ତାଙ୍କ ପାଖରେ ପ୍ରାୟ 460 କୋଟି ଟଙ୍କାର ସମ୍ପତ୍ତି ରହିଛି । ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ମହଙ୍ଗା ଅଭିନେତା ହେଉଛନ୍ତି ଆଲ୍ଲୁ ଅର୍ଜୁନ।
ଚଳଚ୍ଚିତ୍ର ବ୍ୟତୀତ ଆଲୁ ଅର୍ଜୁନ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ସୋସିଆଲ ମିଡିଆ ପୋଷ୍ଟ ଏବଂ ଷ୍ଟେଜ ସୋରୁ ମଧ୍ୟ ବହୁତ ରୋଜଗାର କରନ୍ତି । ଷ୍ଟ୍ରିମିଂ ପ୍ଲାଟଫର୍ମର ବ୍ରାଣ୍ଡର ଆମ୍ବାସାଡର ଭାବରେ ଆଲ୍ଲୁ ଅର୍ଜୁନ ମଧ୍ୟ ବଡ ଟଙ୍କା ରୋଜଗାର କରନ୍ତି । -ଆଲୁ ଅର୍ଜୁନଙ୍କର ଇନଷ୍ଟାଗ୍ରାମରେ 25 ମିଲିୟନରୁ ଅଧିକ ଫଲୋର୍ସ ଅଛନ୍ତି ଏବଂ ସେ ପ୍ରମୋସନାଲ ପୋଷ୍ଟରୁ ବହୁତ ଅଧିକ ରୋଜଗାର କରନ୍ତି ।
ଆଲ୍ଲୁ ଅର୍ଜୁନ ହାଇଦ୍ରାବାଦର ଏକ ଲୋକପ୍ରିୟ ଆମେରିକୀୟ ସ୍ପୋର୍ଟସ୍ ବାର୍ ଏବଂ ରେଷ୍ଟୁରାଣ୍ଟ ଚେନର ମାଲିକ । ଏହା ବ୍ୟତୀତ ସେ ଏକ ସ୍ୱାସ୍ଥ୍ୟସେବା ବ୍ରାଣ୍ଡରେ ବିନିଯୋଗ କରିଛନ୍ତି। 2022 ମସିହାରେ, ଆଲ୍ଲୁ ଅର୍ଜୁନ ହାଇଦ୍ରାବାଦରେ ଆଲୁ ଷ୍ଟୁଡିଓ ନାମକ ଏକ ପ୍ରଡକ୍ସନ୍ ହାଉସ୍ ଖୋଲିଛନ୍ତି । ଜୁନ୍ 2023 ରେ, ଆଲ୍ଲୁ ଅର୍ଜୁନ ହାଇଦ୍ରାବାଦର ଆମେରପେଟରେ ମଲ୍ଟିପ୍ଲେକ୍ସ ବ୍ୟବସାୟରେ ପ୍ରବେଶ କରିଥିଲେ ।
ଆଲ୍ଲୁ ଅର୍ଜୁନଙ୍କ ଏହି ବଙ୍ଗଳାର ମୂଲ୍ୟ 100 କୋଟି ଟଙ୍କା । ହାଇଦ୍ରାବାଦର ଏହି ଘର ବ୍ୟତୀତ ଅଭିନେତା 2015 ମସିହାରେ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଥିଲେ । ଆଲ୍ଲୁ ଅର୍ଜୁନ ଅନେକ ମହଙ୍ଗା ଗାଡ଼ି ମାଲିକ । ରେଞ୍ଜ ରୋଭର ଭୋଗ, ହାମର H2, ଭଲଭୋ XC90 T8 ଏକ୍ସଲେନ୍ସ, ମର୍ସିଡିଜ GLE 350d, ଜାଗୁଆର XJ L ଏବଂ BMW X6 M ସ୍ପୋର୍ଟ କାର୍ ଅଭିନେତାଙ୍କ ପାଖରେ ରହିଛି । ସେହିପରି ଅଭିନେତାଙ୍କର ବ୍ୟକ୍ତିଗତ ଜେଟ୍ ମଧ୍ୟ ରହିଛି । ଏହା ସହିତ ଆଲ୍ଲୁ ଅର୍ଜୁନଙ୍କର ଭ୍ୟାନିଟି ଭ୍ୟାନ୍ ମୂଲ୍ୟ 7 କୋଟି ଟଙ୍କା ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications