କ'ଣ Secretly ନିର୍ବନ୍ଧ କରି ନେଇଛନ୍ତି କି ଉର୍ଫି ଜାବେଦ, ସୋସିଆଲ ମିଡିଆରେ ହେଉଛି ଫଟୋ ଭାଇରାଲ
Urfi Javed Engagaed: ନିଜର ଅତରଙ୍ଗି ଫ୍ୟାଶନ ପାଇଁ ସର୍ବଦା ଲାଇମଲାଇଟରେ ରହୁଥିବା ଉର୍ଫି ଜାଭେଦ ପୁଣି ଚର୍ଚ୍ଚାରେ ଅଛନ୍ତି । ଏଥର ସେ ନିଜ ପୋଷାକ ପାଇଁ ନୁହେଁ ବରଂ ଏପରି ଏକ କଥା ପାଇଁ ଚର୍ଚ୍ଚାରେ ଅଛନ୍ତି ଯାହା ଫ୍ୟାନ୍ସଙ୍କୁ କରିଛି ଆଶ୍ଚର୍ଯ୍ୟ ।
ଉର୍ଫି ଜାଭେଦ ଚୁପଚାପ୍ ଏନଗେଜମେଣ୍ଟ କରି ନେଇଛନ୍ତି । ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ଫଟୋଗୁଡ଼ିକରେ ଉର୍ଫି ସଲୱାର ସୁଟ ପିନ୍ଧିଥିବାର ନଜର ଆସୁଛନ୍ତି ଏବଂ ତାଙ୍କ ସହ ଜଣେ ବ୍ୟକ୍ତି ମଧ୍ୟ ଦେଖିବା ପାଇଁ ମିଳୁଛନ୍ତି । ଉଭୟ ଏକାଠି ପୂଜା ସ୍ଥାନରେ ବସିଥିବାର ଦେଖିବା ପାଇଁ ମିଳୁଛି । ହେଲେ ଏହି ଫଟୋରେ ଉର୍ଫିଙ୍କ ସାଥିରେ ଥିବା ବ୍ୟକ୍ତି ଜଣଙ୍କ ଚେହେରା ସ୍ପଷ୍ଟ ଦିଶୁ ନାହିଁ ।

ଏହି ଫଟୋରେ ଉର୍ଫି ଏକ କଳା ସୁଟରେ ନଜର ଆସୁଛନ୍ତି ଏବଂ ସେ ନିଜ ମୁଣ୍ତରେ ଓଢଣୀ ଦେଉଥିବାର ଦେଖିବା ପାଇଁ ମିଳୁଛି । ଏହି ଭାଇରାଲ୍ ଫଟୋରେ ଏକ ଘରେ ହିନ୍ଦୁ ରୀତିନୀତି ଅନୁସାରେ ପୂଜର୍ଚ୍ଚନା ହେଉଥିବାର ଦେଖିବା ପାଇଁ ମିଳୁଛି । ତେବେ ଏହି ଫଟୋ ଗୁଡିକ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ଚାରି ଆଡୁ ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି ।
ଲୋକମାନେ ଏହି ପୋଷ୍ଟରେ କ୍ରମାଗତ ଭାବରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ ' ଲାଗୁଛି ଯେ ସେ ଜଣେ ହିନ୍ଦୁ ବାଳକ .. । ସେହିପରି ଅନେକ ଲୋକ ଉର୍ଫିଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି । ତେବେ ହିନ୍ଦୁ ରୀତିନୀତି ଅନୁସାରେ ଅଭିନେତ୍ରୀ ପୂଜାର୍ଚ୍ଚନା କରୁଥିବାରୁ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଉର୍ଫି ଜାଭେଦ ଏନେଇ କୌଣସି ସୂଚନା ଦେଇ ନାହାଁନ୍ତି ।












Click it and Unblock the Notifications