Get Updates
Get notified of breaking news, exclusive insights, and must-see stories!

ମୋ ବାପା ଦେଉଥିଲେ ନିର୍ଯାତନା, ବେହୋସ ହେବା ପର୍ଯ୍ୟନ୍ତ ପିଟୁଥିଲେ: ଉର୍ଫି ଜାବେଦ

ମୁମ୍ବାଇ: ଅଭିନେତ୍ରୀରୁ ସାଜିଲେ ସୋସିଆଲ ମିଡିଆ ସେନସେସନ୍ । ପରେ ହାସଲ କଲେ ଲୋକପ୍ରିୟତା । ଅନେକ ସମାଲୋଚନା କେଲେ ତ ଅନେକ ପ୍ରଶଂସା, ହେଲେ ଜୀବନରେ ଆଉ ପଛକୁ ବୁଲି ଚାହିଁ ନାହାଁନ୍ତି ଉର୍ଫି ଜାଭେଦ୍ । ନିଜର ପିଲା ଦିନର ସ୍ୱପ୍ନକୁ ପୂରଣ କରିବାରେ ସେ ହୋଇ ପଡିଲେ ବ୍ୟସ୍ତ ଏବଂ ଆଜି ସାରା ବିଶ୍ୱରେ ଏକ ପରିଚିତ ଚେହେରା ।

ଉର୍ଫିଙ୍କର ନିଡର, ବୋଲ୍ଡ ଅନ୍ଦାଜ ଆଜି ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ହେଲେ ସେ ପୂର୍ବରୁ ଏପିର ନଥିଲେ । କାରଣ ତାଙ୍କ ପିଲାଦିନ ବହୁତ ଯନ୍ତ୍ରଣାଦାୟକ ଥିଲା । ପିତାଙ୍କ ନିର୍ଯାତନା, ଏବଂ ତାଙ୍କ କଷ୍ଟ ବିଷୟରେ ସେ ଅନେକ ଥର ପ୍ରକାଶ କରିଛନ୍ତି । ଏବେ ପୁଣି ନିଜ ସଫଳତା ପଛରେ ଲୁଚି ରହିଥିବା କଷ୍ଟଦାୟକ ଯାତ୍ରା ବିଷୟରେ କହିଛନ୍ତି ଉର୍ଫି ।

urfi javed

ନିକଟରେ ଅଭିନେତ୍ରୀ ଉର୍ଫି ନିଜ ଅତୀତର ଯନ୍ତ୍ରଣା ଦାୟକ କାହାଣୀକୁ ନେଇ 'Humans of Bombay'ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି, ପିଲାଦିନରୁ ତାଙ୍କ ଫ୍ୟାସନ ପ୍ରତି ଥିବା ଆଗ୍ରହ । ହେଲେ ସ୍ୱପ୍ନକୁ ସଫଳ କରିବା ନଥିଲା ଏତେ ସହଜ । କାରଣ ତାଙ୍କୁ ପିଲାଦିନ ଥିଲା ଯନ୍ତ୍ରଣାଦାୟକ । ନିଜ ପିତା ଦେଉଥିଲେ ନିର୍ଯାତନା । ସ୍ଥିତି ଏତେ ବିଗିଡି ଯାଇଥିଲା ଯେ, ତାଙ୍କ ମନକୁ ଆତ୍ମହତ୍ୟା କରିବାର ଚିନ୍ତାଧାର ମଧ୍ୟ ଆସିଥିଲା ।

ସେ ଆହୁରି କହିଛନ୍ତି, 'ମୁଁ ଲକ୍ଷ୍ନୌରେ କ୍ରପ୍ ଟପ୍ସ ଉପରେ ଜ୍ୟାକେଟ୍ ପିନ୍ଧିଥିଲି, ଯେଉଁଠି ଝିଅ ମାନଙ୍କୁ ସାଧାରଣତଃ ଏପରି ପୋଷାକ ପିନ୍ଧିବା ପାଇଁ ଦିଆଯାଇନଥାଏ । ମୋ ନିଜ ପିତା ମୋତେ ନିର୍ଯାତନା ଦେଉଥିଲେ, ଦୁର୍ବ୍ୟବହାର କରୁଥିଲେ, ମୁଁ ଚେତନା ହରାଇବା ପର୍ଯ୍ୟନ୍ତ ସେ ମୋତେ ପିଟୁଥିଲେ । ଯେଉଁଥି ପାଇଁ ମୋ ମନରେ ଆତ୍ମହତ୍ୟା ବିଷୟରେ ଚିନ୍ତା ଆସିଥିଲା '।

ମୁମ୍ବାଇରେ ଘର କିଣିବେ ଉର୍ଫି

ଉର୍ଫି ଜାଭେଦ୍ କହିଛନ୍ତି ଯେ,୧୭ ବର୍ଷ ବୟସରେ ସେ ପିତାଙ୍କ ନିର୍ଯାତନାରୁ ମୁକ୍ତ ହେବା ପାଇଁ ସେ ଦିଲ୍ଲୀ ଚାଲି ଆସିଥିଲେ । ଅଭିନେତ୍ରୀ କହିଛନ୍ତି, ମୁଁ ବିନା ଟଙ୍କାରେ, ଖାଲି ହାତରେ ହିଁ ଘର ଛାଡି ଦିଲ୍ଲୀ ଚାଲି ଆସିଥିଲି । ଦିଲ୍ଲୀରେ କଲ୍ ସେଣ୍ଟରରେ କାମ କରୁଥିଲି, ଟ୍ୟୁସନ କରୁଥିଲି । ଏହାରି ମଧ୍ୟରେ ବାପା ଆମ ପରିବାରକୁ ମଧ୍ୟ ଛାଡି ଚାଲିଯାଇଥିଲେ । ଏହା ପରେ ମୁଁ ମୋ ମାଙ୍କ ସହ ଭେଟିଥିଲି । ଏହା ପରେ ମୁଁ ଦିଲ୍ଲୀ ଛାଡି ମୁମ୍ବାଇ ଚାଲି ଆସିଥିଲି ଯେଉଁଠି ମୁଁ ଛୋଟ ଛୋଟ ଟିଭି ସିରିଏଲରେ କାମ କରିବା ଆରମ୍ଭ କଲି । ସ୍ଥିତି, ପରିସ୍ଥିତି ମୋତେ ପ୍ରତ୍ୟେକ ଦିନ ବୋଲ୍ଡ କରିଚାଲିଲା'। ତେବେ ଅଭିନେତ୍ରୀ ଖୁବ ଶୀଘ୍ର ମୁମ୍ବାଇରେ ନିଜର ଏକ ଘର ମଧ୍ୟ କିଣିବା ପାଇଁ ଯାଉଛନ୍ତି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଆଜିକା ତାରିଖରେ ଉର୍ଫି ଜାବେଦ ନିଜ ଫ୍ୟାସନ ପାଇଁ ଦେଶ ବିଦେଶରେ ଏକ ପରିଚିତ ଚେହେରା ସାଜିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+