ରିଲିଜ୍ ପରେ କରୁଛି ଟ୍ରେଣ୍ତ, ଫ୍ୟାନ୍ସଙ୍କୁ ଇମପ୍ରେସ୍ କଲା 'କିସି କା ଭାଇ କିସି କି ଜାନ'ର ଟ୍ରେଲର
ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ'ର ଟ୍ରେଲର ମୁକ୍ତିଲାଭ କରିଛି । ଏହି ଟ୍ରେଲର ଦବଙ୍ଗ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ କୌଣସି ଉପହାରଠୁ କମ୍ ନୁହେଁ । ଟ୍ରେଲରରେ ରୋମାନ୍ସ, ଆକ୍ସନ, ଡ୍ରାମା, ଡ୍ୟାନ୍ସର ତଡକା ଦେଖିବା ପାଇଁ ମିଳୁଛି ।
ସଲମାନ ଖାନ ଏକ ସଂସ୍କୃତ ଶ୍ଳୋକରୁ ଟ୍ରେଲର ଆରମ୍ଭ କରିଥିଲେ। ଟ୍ରେଲରରେ ସଲମାନ ଖାନ ଏବଂ ପୂଜା ହେଗଡେଙ୍କ ରୋମାଣ୍ଟିକ ଅନ୍ଦାଜ୍ ଦେଖିବା ପାଇଁ ମିଳିଛି । ଅନସ୍କ୍ରିନ୍ ଉଭୟଙ୍କ ଲଭ୍ କେମେଷ୍ଟ୍ରି ଦର୍ଶକଙ୍କ ମନ ଜିଣୁଛି । ଟ୍ରେଲରରେ ସଲମାନ ଖାନ ଦୁଇଟି ଲୁକରେ ନଜର ଆସୁଛନ୍ତି। ଲମ୍ବା କେଶ ସହ ସିକ୍ସ ପ୍ୟାକ୍ ଆବସରେ ଫୁଲ୍ ଟସନ ଦେଖାଉଛନ୍ତି ଭାଇଜାନ ।

ପୂଜା ହେଗଡେ ଏବଂ ସଲମାନଙ୍କ ପ୍ରେମ କାହାଣୀକୁ ନେଇ ଫିଲ୍ମଟିର କାହାଣୀଟି ଗତିଶୀଳ । ଟ୍ରେଲରରେ ସାଉଥ୍ ଇଣ୍ତିଆର ଝଲକ ମଧ୍ୟ ଦେଖିବା ପାଇଁ ମିଳୁଛି । ଖାସ କଥା ହେଲା ଯେ, 'କିସି କା ଭାଇ କିସିକି ଜାନ'ର ଏହି ଜବରଦସ୍ତ ଟ୍ରେଲରକୁ ସିମେପ୍ରେମୀ ଖୁବ ପସନ୍ଦ କରୁଛନ୍ତି । ସବୁଠି ସଲମାନ ଖାନଙ୍କ ଲୁକକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସିକି ଜାନ' ଇଦ୍ ଅବସରରେ ରିଲିଜ ହେବ । ଏବେ ଦେଖିବା ବାକି ରହିଲା ଟିଜର ଏବଂ ଟ୍ରଲର ପରି ଫିଲ୍ମକୁ ଦର୍ଶକଙ୍କର ଭଲ ପାଇବା ମିଳିପାରୁଛି କି ନାହିଁ । ସେପଟେ ଟ୍ରେଲର ସମସ୍ତ କଳାକାର ବେସ୍ ଷ୍ଟାଇଲିଷ୍ଟ ଅନ୍ଦାଜରେ ନଜର ଆସିଥିଲେ । ହେଲେ ଅଧିକ ଚର୍ଚ୍ଚା ସାଉଁଟିଥିଲା ସଲମାନ ଏବଂ ଶେହେନାଜଙ୍କ ଲୁକ୍ ।












Click it and Unblock the Notifications