ବଲିଉଡ ଗାୟଙ୍କ କେ.କେଙ୍କ ଆକସ୍ମିକ ମୃତ୍ୟୁରେ ଶୋକ ପ୍ରକାଶ କଲେ ପିଏମ ମୋଦି
କେ.କେଙ୍କ ଦେହାନ୍ତରେ କଳା ଜଗତ ସ୍ତବ୍ଧ ହୋଇଛି । ତାଙ୍କର ବିୟୋଗକୁ ଶ୍ରୋତାଙ୍କ ବିଶ୍ବାସ କରିବା ଅସମ୍ଭବ ହୋଇଛି । କେକେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବଲିଉଡର ବହୁ କଳାକାର ଓ କଣ୍ଠଶିଳ୍ପୀ ଶୋକ ପ୍ରକାଶ କରିଛନ୍ତି ।
କୋଲକାତା: ବଲିଉଡର ପ୍ରସିଦ୍ଧ ଗାୟକ ତଥା କେ.କେ ନାମରେ ପରିଚିତ କିଷ୍ଣକୁମାର କୁନ୍ନଥଙ୍କ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 53 ବର୍ଷ ହୋଇଥିଲା । କୋଲକାତାରେ ଏକ କାର୍ଯ୍ୟକ୍ରମରେ ମଞ୍ଚରେ ଗୀତ ପରିବେଶଣ କରିବା ବେଳେ ଅସୁସ୍ଥ ହୋଇ ପଡିଥିଲେ । ଫଳରେ ତଙ୍କୁ ନିକଟସ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଫଳରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କେ.କେଙ୍କ ଦେହାନ୍ତରେ କଳା ଜଗତ ସ୍ତବ୍ଧ ହୋଇଛି । ତାଙ୍କର ବିୟୋଗକୁ ଶ୍ରୋତାଙ୍କ ବିଶ୍ବାସ କରିବା ଅସମ୍ଭବ ହୋଇଛି । କେକେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବଲିଉଡର ବହୁ କଳାକାର ଓ କଣ୍ଠଶିଳ୍ପୀ ଶୋକ ପ୍ରକାଶ କରିଛନ୍ତି ।
Saddened by the untimely demise of noted singer Krishnakumar Kunnath popularly known as KK. His songs reflected a wide range of emotions as struck a chord with people of all age groups. We will always remember him through his songs. Condolences to his family and fans. Om Shanti.
— Narendra Modi (@narendramodi) May 31, 2022
କେକେଙ୍କ ବିୟୋଗରେ ଶୋକରେ ବୁଡିଛନ୍ତି ସଙ୍ଗୀତପ୍ରେମୀଠୁ ନେଇ କଳାକାର ଜଗତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେକେଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ କରି ମୋଦି ଲେଖିଛନ୍ତି, '' ଜଣାଶୁଣା ଗାୟକ କୃଷ୍ଣକୁମାର କୁନ୍ନାଥଙ୍କ ଅକାଳ ବିୟୋଗରେ ମୁଁ ଦୁଃଖିତ । ତାଙ୍କର ପ୍ରତି ଗୀତ ବିଭିନ୍ନ ବୟସ ବର୍ଗର ଲୋକଙ୍କ ମଧ୍ୟରେ ଏକ ଉତ୍ସାହ ଭାବନାକୁ ପ୍ରତିଫଳିତ କରିଥିଲା । ତାଙ୍କ ଗୀତ ମାଧ୍ୟମରେ ସେ ସର୍ବଦା ମନେ ରହିବେ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ।
श्री कृष्णकुमार कुन्नथ (केके) ने अपनी बेहतरीन गायकी से लोगों के दिलों में अपनी अलग जगह बनाई है। यूँ अचानक उनके देहावसान की खबर स्तब्ध कर देने वाली है।
अत्यंत दुःखद…
केके एक प्रतिभाशाली व प्रभावशाली गायक थे, उनका जाना संगीत जगत की बहुत बड़ी क्षति है जिसकी भरपाई असंभव है।
— Anurag Thakur (@ianuragthakur) May 31, 2022
ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କେ.କେଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, କେକେ ଜଣେ ଦକ୍ଷ ଏବଂ ପ୍ରସିଦ୍ଧ ଗାୟକ ଥିଲେ । ତାଙ୍କର ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ । ଏହା ଭାରତୀୟ ସଙ୍ଗୀତ ପାଇଁ ଏକ ବଡ଼ କ୍ଷତି । ତାଙ୍କର ପ୍ରତିଭାଶାଳୀ ସ୍ୱର ସହିତ ସେ ଅସଂଖ୍ୟ ସଙ୍ଗୀତ ପ୍ରେମୀଙ୍କ ମନରେ ଏକ ଅବିସ୍ମରଣୀୟ ଭାବନା ଛାଡିଛନ୍ତି । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା ବୋଲି କହିଛନ୍ତି ଗୃହମନ୍ତ୍ରୀ ।
କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କେକେଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । କିଷ୍ଣକୁମାର କୁନ୍ନଥଙ୍କ ପ୍ରତିଟି ଗୀତ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ସେ ଜଣେ ପ୍ରତିଭାବାନ ଗାୟକ ଥିଲେ । ତାଙ୍କର ଏପରି ଅକାଳ ବିୟୋଗ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ।












Click it and Unblock the Notifications