Get Updates
Get notified of breaking news, exclusive insights, and must-see stories!

କେକେଙ୍କୁ ମନେପକାଇ ଭାବବିହ୍ବଳ ହେଲେ ଧର୍ମପତ୍ନୀ ଜ୍ୟୋତି

ଆଜି କେକେଙ୍କ ଧର୍ମପତ୍ନୀ ଜ୍ୟୋତି କ୍ରୀଷ୍ଣା ସ୍ବାମୀଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭାବ ପ୍ରବଣ ନୋଟ୍ ଲେଖିଛନ୍ତି ।

ମୁମ୍ବାଇ: ଲୋକପ୍ରିୟ ଗାୟକ କେକେଙ୍କ ହଠାତ ଦେହାନ୍ତ ସମସ୍ତଙ୍କୁ ସ୍ତବ୍ଧ କରିଥିଲା । ମୃତ୍ୟୁକୁ କେହି ମଧ୍ୟ ସହଜରେ ଗ୍ରହଣ କରିପାରିନଥିଲେ । ଏହାରି ଭିତରେ କେକେଙ୍କ ମୃତ୍ୟୁକୁ ଦେଢ ମାସ ବିତିଗଲାଣି । କିନ୍ତୁ ଏହି ଲୋକପ୍ରିୟ ଗାୟକ ଏବେ ବି ସମସ୍ତଙ୍କ ମନରେ ରହିଛନ୍ତି । ତେବେ କିଛି ଦିନ ତଳେ ତାଙ୍କ ଝିଅ ଫାଦର୍ସ ଡେ ଅବସରରେ ମନେ ପକାଇ କେକେଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ । ତେବେ ଆଜି କେକେଙ୍କ ଧର୍ମପତ୍ନୀ ଜ୍ୟୋତି କ୍ରୀଷ୍ଣା ସ୍ବାମୀଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭାବ ପ୍ରବଣ ନୋଟ୍ ଲେଖିଛନ୍ତି ।

kk

କେ.କେଙ୍କ ପତ୍ନୀ ଜ୍ୟୋତି ଏକ ପେଣ୍ଟିଂ ଫଟୋ ସେୟାର କରି ଭାବପ୍ରବଣ ହୋଇ ଲେଖିଛନ୍ତି, 'ଏହି ଦୁଃଖରୁ ବାହାରିବାକୁ ଅନେକ ଚେଷ୍ଟା କରୁଛି, କିନ୍ତୁ ପାରୁନି, ମିସ୍‌ ୟୁ ସ୍ବିଟହାର୍ଟ' । ଏହା ଉପରେ ମନ୍ତବ୍ୟ ଦେଇ କେ.କେଙ୍କ ଝିଅ ଲେଖିଛନ୍ତି, 'ଲଭ୍ ଇଟ୍ ମମ୍‌'। ଏଥି ସହିତ, କେକେଙ୍କର ହଜାର ହଜାର ପ୍ରଶଂସକ ଏହି ପୋଷ୍ଟରେ କାନ୍ଦୁଥିବା ଇମୋଜି ସେୟାର କରି ତାଙ୍କୁ ମନେ ପକାଉଛନ୍ତି । କେକେଙ୍କର ଗୀତ ଆଜି ବି ତାଙ୍କ ପ୍ରଶଂସକଙ୍କ ମନରେ ରହିଛି। ତାଙ୍କର ସ୍ବର ଶ୍ରୋତାଙ୍କ ହୃଦୟକୁ ଛୁଇଁ ପାରିଛି । ସେ ଆଜି ମୃତ୍ୟୁ ପରେ ବି ସମସ୍ତଙ୍କ ମନରେ ଜୀବିତ ଅଛନ୍ତି ।


ବଲିଉଡ୍‌ରେ ପ୍ରାୟ ଦୁଇ ଶହରୁ ଅଧିକ ଗୀତ ଗାଇଛନ୍ତି । ବଲିଉଡରେ ଅନେକ ରୋମାଣ୍ବିକ ଗୀତ ଗାଇ ସେ ଶ୍ରୋତାଙ୍କ ମନ କିଣି ନେଇଛନ୍ତି । ସୂଚନା ଅନୁଯାୟୀ, କୋଲକାତାରେ ଗୁରୁଦାସ କଲେଜ୍‌ର ନାଜୁରୁଲା ମଞ୍ଚରେ କେକେ ସଙ୍ଗୀତ ପରିବେଷଣ କରିବା ପରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲା । ସେଠାରେ ହିଁ ସେ ତଳେ ପଡ଼ିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 53 ବର୍ଷ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+