କେକେଙ୍କୁ ମନେପକାଇ ଭାବବିହ୍ବଳ ହେଲେ ଝିଅ ତମାରା
ଗତକାଲି ଥିଲା ଫାଦର୍ସ ଡେ'। ଏହି ଅବସରରେ ବାପାଙ୍କୁ ମନେ ପକାଇ ଏକ ଭାବପ୍ରବଣ ପୋଷ୍ଟ୍ ଲେଖିଛନ୍ତି ସିଙ୍ଗର କେକେଙ୍କ ଝିଅ ତମାରା । ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ କରିଥିବା ପୋଷ୍ଟ୍ରେ ଲେଖିଛନ୍ତି, 'ମୁଁ ତୁମକୁ ମିସ୍ କରିଛି ପାପା । ତୁମ ସହ ବିତାଇଥିବା ପ୍ରତ୍ୟେକ
ମୁମ୍ବାଇ: ଗତକାଲି ଥିଲା ଫାଦର୍ସ ଡେ'। ଏହି ଅବସରରେ ବାପାଙ୍କୁ ମନେ ପକାଇ ଏକ ଭାବପ୍ରବଣ ପୋଷ୍ଟ୍ ଲେଖିଛନ୍ତି ସିଙ୍ଗର କେକେଙ୍କ ଝିଅ ତମାରା । ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ କରିଥିବା ପୋଷ୍ଟ୍ରେ ଲେଖିଛନ୍ତି, 'ମୁଁ ତୁମକୁ ମିସ୍ କରିଛି ପାପା । ତୁମ ସହ ବିତାଇଥିବା ପ୍ରତ୍ୟେକଟି ମୁହୂର୍ତ୍ତକୁ ମୁଁ ମନେ ପକାଇ କାନ୍ଦୁଛି, ଯେତେବେଳେ ଆମେ ଏକାଠି ହସୁଥିଲୁ ।

ତୁମ ବିନା ଜୀବନଟା ଅନ୍ଧକାରମୟ ପାପା, ତୁମେ ସବୁଠୁ ଭଲ ପାପା ଥିଲ, ଯିଏ ଘରକୁ ଆସିବା ପରେ ଆମକୁ ବହୁତ ଭଲପାଇବା ଦେଉଥିଲେ, ମୁଁ ବହୁତ ତୁମକୁ ମିସ୍ କରୁଛି, ତୁମ ସହ ଖାଇବାକୁ ବି ମିସ୍ କରୁଛି ପାପା । ଲୋକପ୍ରିୟ କଣ୍ଠଶିଳ୍ପୀ କିଷ୍ଣକୁମାର କୁନ୍ନଥ ଓରଫ କେକେ ହରାଇ କେବଳ ପରିବାର ଲୋକ ନୁହେଁ, ଏବେ ବି ସାରା ଦେଶ କାନ୍ଦୁଛି।
ଦୁନିଆରେ ତୁମ ପରି ଲୋକ ଆବଶ୍ୟକ, ତୁମେ ଚାଲିଗଲ, କିନ୍ତୁ ଆଜି ବି ଲାଗୁନି କି ତୁମେ ନାହଁ, ତୁମର ନିଃସ୍ବାର୍ଥପର ଭଲପାଇବା ଆମକୁ ମଜବୁତ କରୁଥିଲା, ତୁମ ଭଲପାଇବାରେ ଦୃଢ ଶକ୍ତି ଥିଲା। ମୁଁ, ନକୁଲ ଏବଂ ମମି ପ୍ରତିଦିନ ଏପରି କାମ କରୁଛୁ ଯେଉଁଥିରେ ତୁମେ ଗର୍ବ ଅନୁଭବ କରିବ, ଆମେ ପ୍ରତ୍ୟେକ ଦିନ ପରସ୍ପରର ଧ୍ୟାନ ରଖୁଛୁ, ଯେମିତି ତୁମେ ରଖୁଥିଲ । ପୁରା ଦୁନିଆର ସବୁଠୁ ଭଲ ପାପାଙ୍କୁ ପିତୃ ଦିବସର ଶୁଭକାମନା, ତୁମକୁ ଆମେ ବହୁତ ଭଲ ପାଉ...ମୁଁ ପ୍ରତିଦିନ ତୁମକୁ ମନେ ପକାଇବି, କାରଣ ମୁଁ ଜାଣେ ତୁମେ ଆମ ସହ ଅଛ।'
ଗତମାସ 31 ତାରିଖ ରାତି ପ୍ରାୟ 12ଟାରେ କୋଲାକାତାରେ ଆୟୋଜିତ ଏକ ଲାଇଭ କନସର୍ଟରେ ଅସୁସ୍ଥ ହୋଇପଡିଥିଲେ କେକେ। ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ସେଠାରେ ପହଞ୍ଚିବା ପୂର୍ବରୁ କେକେଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ କେକେଙ୍କୁ 53ବର୍ଷ ବୟସ ହୋଇଥିଲା ।












Click it and Unblock the Notifications