Top 10 Songs of KK: ପ୍ରେମ, ବନ୍ଧୁତା, ବିଚ୍ଛେଦର ସମ୍ଭାର ଥିଲା କେକେଙ୍କ ଏହି ସବୁ ଗୀତ...
ଜରା ସି ଦିଲ ମେ ଦେ ଜଗା ତୁ (जरा सी दिल में दे जगह तू) ଠୁ ହୁଏ ପ୍ରେମ ଆରମ୍ଭ । ତଡପ ତଡପ କେ ଇସ୍ ଦିଲ୍ ସେ ଆହା ନିକଲତି ରହି (तडप तड़प के..) ଗୀତ ଦିଏ ପ୍ରେମ ବିଚ୍ଛେଦର ଅନୁଭୂତି । ଆଉ କେତେ ବେଳେ, ୟାରୋଁ ଦୋସ୍ତି ବଡି ହସିନ ହୈ (यारों दोस्ती बड़ी हसीन
Top 10 Songs of KK: ଜରା ସି ଦିଲ ମେ ଦେ ଜଗା ତୁ (जरा सी दिल में दे जगह तू) ଠୁ ହୁଏ ପ୍ରେମ ଆରମ୍ଭ । ତଡପ ତଡପ କେ ଇସ୍ ଦିଲ୍ ସେ ଆହା ନିକଲତି ରହି (तडप तड़प के) ଗୀତ ଦିଏ ପ୍ରେମ ବିଚ୍ଛେଦର ଅନୁଭୂତି । ଆଉ କେତେ ବେଳେ, ୟାରୋଁ ଦୋସ୍ତି ବଡି ହସିନ ହୈ (यारों दोस्ती बड़ी हसीन है) କୁହେ ବନ୍ଧୁତା ଗଭୀରତା ବିଷୟରେ । ଏମିତି କିଛି ଏଭରଗ୍ରୀନ ଗୀତ ଭେଟି ଦେଇଥିଲେ ଦିବଙ୍ଗତ ବଲିଉଡ ଗାୟକ କେକେ ବା କ୍ରିଷ୍ଣକୁମାର କୁନ୍ନାଥ । ଆଉ ଆଜି ସେ ଶେଷରେ କହିଗଲେ, ହମ ରହେଁ ୟା ନା ରହେଁ, ୟାଦ ଆୟେଗା ୟେ କଲ (हम रहें या न रहें कल)।

କେକେ କନ୍ଦାଉଥିଲେ, ପ୍ରେମ ନିବେଦନର ପରିଭାଷା ବୁଝାଉଥିଲେ । ଆଉ ବିରହରେ ଜଳୁଥିବା ପ୍ରେମୀ ଯୁଗଳଙ୍କୁ ମଧୁର କଣ୍ଠରେ ବୁଝାଇ ମନଜିଣୁଥିଲେ । ଯୁବପୀଢି ହୁଅନ୍ତୁ କି ମେଲୋଡି ଗୀତକୁ ଭଲ ପାଉଥିବା ମଣିଷ ଟେ, ସଭିଁଙ୍କ ହୃଦୟରେ ରାଜ୍ କରୁଥିଲେ କେକେ । ବଲିଉଡ ସଙ୍ଗୀତ ଜଗତର ମେଲୋଡି କିଙ୍ଗ୍ କେକେଙ୍କର ୫୩ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଛି । ସେ ଦକ୍ଷିଣ କୋଲକାତାର ଏକ ଷ୍ଟେଜ ସୋ' କରୁଥିବା ବେଳେ ହଠାତ ତଳେ ପଡି ଯାଇଥିଲେ । ଏହାପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

୧୯୬୮ ମସିହା ଅଗଷ୍ଟ ୨୩ରେ ନୂଆଦିଲ୍ଲୀରେ କେକେ ଜନ୍ମ ଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ ସେ ୧୯୯୬ରେ ଗୁଲଜାରଙ୍କ ହମ୍ ବ୍ୱ ଗଲିଆଁ ଗୀତ ଗାଇଥିଲେ । ୧୯୯୯ରେ ପଲ୍ ନାମକ ଏକ ଆଲବମରେ ଗୀତ ଗାଇଥିଲେ । ସେ ୯ଟି ଭାଷା ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ, ମରାଠୀ, ବେଙ୍ଗଲୀ, ଆସାମୀ ଓ ଗୁଜରାଟୀ ଭାଷାରେ ୭ ଶହରୁ ଅଧିକ ଗୀତ ଗାଇଛନ୍ତି । ସଲମାନ ଖାନ ଏବଂ ଐଶ୍ୟର୍ଯ୍ୟା ରାୟଙ୍କ ଅଭିନୀତ ହମ୍ ଦିଲ୍ ଦେ ଚୁକେ ସନମ୍ ଫିଲ୍ମର ତଡପ ତଡପ ଗୀତରୁ ବଲିଉଡ ସଙ୍ଗୀତ ଜଗତରେ ପାଦ ଥାପିଥିଲେ କେକେ । ସେ ୫ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ । ୨୦୦୭ ସ୍କ୍ରିନ ଆୱାର୍ଡ ପାଇଁ ମନୋନୀତ, ୨୦୦୯ରେ ମିଳିଥିଲା ସ୍କ୍ରିନ ଆୱାର୍ଡ । ୬ ଥର ଆଇଫା ଆୱାର୍ଡ ପାଇଁ ମନୋନୀତ ମଧ୍ୟ ହୋଇଥିଲେ ।

ତାଙ୍କ ଜୀବନ କାଳରେ ସେ ଦେଇଥିଲେ ଅନେକ ହିଟ୍ ସଙ୍ଗୀତ । ବଲିଉଡର ଭାଇଜାନ ସଲମାନଙ୍କଠୁ ଆରମ୍ଭ କରି ଇମ୍ରାନ ହାସମୀ, ହ୍ରିତିକ୍ ରୋସନଙ୍କ ଭଳି ସୁପରଷ୍ଟାରଙ୍କ ପାଇଁ କଣ୍ଠଦାନ କରି ବେଶ୍ ଖ୍ୟାତି ଅର୍ଜନ କରିଥିଲେ କେକେ । ତେବେ ଆସନ୍ତୁ ଦେଖିବା କେକେଙ୍କ ଟପ୍ ଟେନ୍ ସଙ୍ଗ ଲିଷ୍ଟରେ ରହିଛି କେଉଁ କେଉଁ ଗୀତ...
- 1. ଜରା ସି ଦିଲ ମେଁ ଦେ ଜଗା ତୁ (जरा सी दिल में दे जगह तू)
ଇମ୍ରାନ୍ ହଶମୀଙ୍କ ସୁପରହିଟ୍ ଫିଲ୍ମ ଜନ୍ନତ ପ୍ରସିଦ୍ଧ ଗୀତ ଜରା ସି ଦିଲ୍ ମେଁ ଦେ ଜଗା ତୁ ... କେକେଙ୍କ ସୁପରହିଟ୍ ସଙ୍ଗ ମଧ୍ୟରୁ ଅନ୍ୟତମ ।
- 2. ପଲ୍ (पल)
ହମ ରହେଁ ୟା ନା ରହେଁ, ୟାଦ ଆୟେଗା ୟେ କଲ (हम रहें या न रहें कल) । KKଙ୍କ ଲୋକପ୍ରିୟ ମ୍ୟୁଜିକ୍ ଆଲବମ୍ ପଲ୍ 90 ଦଶକର ପ୍ରସିଦ୍ଧ ଗୀତ ମଧ୍ୟରୁ ଗୋଟିଏ । ଲାଇଭ୍ କନ୍ସର୍ଟରେ ସେ ଗାଇଥିବା ଏହା ହେଉଛି ତାଙ୍କ ଶେଷ ଗୀତ ।
- 3. ଦିଲ୍ ଇବାଦତ୍ (दिल इबादत)
ଦିଲ୍ ଇବାଦତ୍ କର ରାହା ହୈ ଧଡକନେ ମେରି ଶୁନ୍... । ଏହି ଫେମସ୍ ଗୀତଟି ଇମ୍ରାନ ହାଶମୀଙ୍କ ଫିଲ୍ମ ତୁମ ମିଲେ (2009)ର । ଯେଉଁ ଗୀତ ଗାଇ ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ କେକେ ।
- 4. ତୁହି ହୈ ମେରା ସବ୍ ହୈ (तू ही मेरी शब है)
କଙ୍ଗନା ରଣାୱତ, ଇମ୍ରାନ୍ ହାଶମୀ ଏବଂ ଜ୍ୟୋତି ଅହୁଜାଙ୍କ ଅଭିନୀତ ଚଳଚ୍ଚିତ୍ର ଗ୍ୟାଙ୍ଗଷ୍ଟରର କେକେ ଗାଇଥିବା ଏହା ହେଉଛି ପ୍ରସିଦ୍ଧ ଗୀତ ।
- 5. ଖୁଦା ଜାନେ କେ ମେଁ ଫିଦା ହୁଁ (खुदा जाने के मैं फिदा हूं)
ରଣବୀର କପୁର ଓ ଦୀପିକା ପାଦୁକନଙ୍କ ଅଭିନୀତ ଚଳଚ୍ଚିତ୍ର ବଚନା ଏ ହାସିନୋ ଫିଲ୍ମର ଏହି ଗୀତ । ଏହି ଗୀତଟି ଶୀର୍ଷ ରୋମାଣ୍ଟିକ୍ ଗୀତ ମଧ୍ୟରେ ଗଣାଯାଏ ।
- 6. ତଡପ ତଡପ କେ ଇସ୍ ଦିଲ ସେ (तड़प तड़प के इस दिल से )
ସଲମାନ ଖାନ, ଐଶ୍ୱର୍ଯ୍ୟା ରାୟ ଏବଂ ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର "ହମ ଦିଲ ଦେ ଚୁକେ ସମନ" ର ପ୍ରସିଦ୍ଧ ଗୀତ ତଡପ ତଡପ କେ ଇସ୍ ଦିଲ ସେ ଗାଇଥିଲେ କେକେ ।
- 7. ସଚ୍ କେ ରାହା ହୈ ଦିୱାନା (सच कह रहा है दीवाना )
ବଲିଉଡ ଅଭିନେତା ଆର ମାଧବନଙ୍କ ହିଟ୍ ଫିଲ୍ମ ରେହେନା ହୈ ତେରେ ଦିଲ୍ଲ ମେଁ ଫିଲ୍ମର ଏହି ଗୀତଟି, ଯାହା 90 ଦଶକର ଲୋକଙ୍କ ପ୍ଲେ ଲିଷ୍ଟରେ ଅନ୍ତର୍ଭୁକ୍ତ ।
- 8. ୟାରୋଁ ଦୋସ୍ତି ବଡି ହସିନ ହୈ (यारों दोस्ती बड़ी हसीन है)
ଏହି ଗୀତ 90 ଦଶକର ଏକ ପ୍ରସିଦ୍ଧ ଗୀତ । ଆଜି ବି ଏହି ଗୀତ ଶୁଣିବା ପରେ ସମସ୍ତେ ନିଜ ବନ୍ଧୁ ଏବଂ ବନ୍ଧୁତାକୁ ମନେ ପକାନ୍ତି ।
- 9. ତୁନେ ମାରି ଏଣ୍ଟ୍ରୀ (तूने मारी एंट्रियां)
ଏହି ଗୀତଟି ରଣବୀର ସିଂ ଓ ଅର୍ଜୁନ କାପୁରଙ୍କ ଫିଲ୍ମ ଗୁଣ୍ଡେ ର ହିଟ୍ ସଙ୍ଗ । ଯାହା ସବୁ ପାର୍ଟି ଓ ଫଙ୍ଗସନରେ ବାଜି ଥାଏ ।
- 10. ଆଖୋଂ ମେ ତେରୀ ଅଜବସୀ (आंखों में तेरी अजब सी)
ଗୀତଟି ଶାହାରୁ ଖାନ ଓ ଦୀପିକା ପାଦୁକନଙ୍କ ଅଭିନୀତ ଚଳଚିତ୍ର ଓମ୍ ଶାନ୍ତି ଓମ୍ ଫିଲ୍ମର । 2007 ମସିହାରେ ରିଲିଜ ହୋଇଥିବା ଏହି ଗୀତ ମାର୍କେଟରେ ଛାଇ ଯାଇଥିଲା ।












Click it and Unblock the Notifications