ଏହି ତାରିଖରେ ରିଲିଜ୍ ହେବ 'Kisi Ka Bhai Kisi Ki Jaan'
ଏହି ତାରିଖରେ ରିଲିଜ୍ ହେବ 'Kisi Ka Bhai Kisi Ki Jaan'
ମୁମ୍ବାଇ: ହିନ୍ଦୀ ସିନେମା ସୁପରଷ୍ଟାର ସଲମାନ ଖାନ ଆସନ୍ତା ବର୍ଷ ଅନେକ ବଡ ଫିଲ୍ମ ସହିତ ଆସୁଛନ୍ତି । ଯାହାର ଆରମ୍ଭ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'Kisi Ka Bhai Kisi Ki Jaan'ରୁ ଆରମ୍ଭ ହେବ । ଇଦ୍ ଅବସରରେ ସଲମାନଙ୍କ ଫିଲ୍ମର ଡିମାଣ୍ତ ଅଧିକ ରହିଥାଏ । ଏହି ଦିନ ସଲମାନଙ୍କ ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରନ୍ତି । ଏହାରି ମଧ୍ୟରେ ଅଭିନେତାଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ' ଚଳଚ୍ଚିତ୍ର ବିଷୟରେ ଏକ ବଡ ଅପଡେଟ୍ ରହିଛି । ଏହି ଧମାକେଦାର ସିନେମାଟି ଆସନ୍ତା ବର୍ଷ ଇଦ୍ରେ ମୁକ୍ତିଲାଭ କରିବ।

ଇଦରେ ରିଲିଜ୍ ହେବ 'Kisi Ka Bhai Kisi Ki Jaan'
ହିନ୍ଦୀ ସିନେମାର ଦବଙ୍ଗ ଖାନ ଶନିବାର ଦିନ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମ 'Kisi Ka Bhai Kisi Ki Jaanର ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି । ତାଙ୍କ ଇନଷ୍ଟା ପୋଷ୍ଟରେ ଫିଲ୍ମର ପୋଷ୍ଟର ସେୟାର କରି ସଲମାନ ଲେଖିଛନ୍ତି- ଦୀପାବଳିରେ 'ଟାଇଗର ୩' ଏବଂ ଇଦ୍ ୨୦୨୩ରେ 'Kisi Ka Bhai Kisi Ki Jaan', ଆସନ୍ତୁ ଏହି ଦୁଇଟି ଚଳଚ୍ଚିତ୍ର ସହିତ ଇଦ୍ ଏବଂ ଦୀପାବଳି ସେଲିବ୍ରେଟ୍ କରିବା । ଏହା ପରେ, ସର୍କସ ସହିତ ଖ୍ରୀଷ୍ଟମାସ ପାଳନ କରନ୍ତୁ । ବାସ୍ତବରେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ ସର୍କସ ନିର୍ମାଣ କରାଯାଉଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ସୁପରଷ୍ଟାର ରଣଭୀର ସିଂ ନଜର ଆସିବେ । ସଲମାନ ଖାନଙ୍କ ଏହି ପୋଷ୍ଟ ଅନୁଯାୟୀ, 'Kisi Ka Bhai Kisi Ki Jaan'ଆସନ୍ତା ବର୍ଷ ଏପ୍ରିଲ ୨୧ ଇଦ୍ ଦିନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।
'ଟାଇଗର ୩' ର ନୂଆ ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି
ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ 'ଟାଇଗର ୩' ପାଇଁ ଦର୍ଶକମାନଙ୍କୁ ଆଉ କିଛି ଦିନ କରିବା ପାଇଁ ପଡିବ ଅପେକ୍ଷା । ସଲମାନ ଖାନ ଏହି ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ଦୀପାବଳି ଅବସରରେ 'ଟାଇଗର 3' ପ୍ରେକ୍ଷାଳୟକୁ ଆସିବ । ଏହି ଫିଲ୍ମ ପୂର୍ବରୁ ୨୧ ଏପ୍ରିଲ ୨୦୨୩ ରେ ରିଲିଜ ହେବାର ଥିଲା । ହେଲେ ଏବେ ସଲମାନ ଫିଲ୍ମର ନୂଆ ରିଲିଜ୍ ତାରିଖ ସହିତ ତାଙ୍କର ଏକ ଖାସ ଲୁକ୍ ମଧ୍ୟ ସେୟାର କରିଛନ୍ତି ।












Click it and Unblock the Notifications