Get Updates
Get notified of breaking news, exclusive insights, and must-see stories!

ଇଦରେ ସଲମାନ ଖାନଙ୍କ ଯାଦୁ, ଜବରଦସ୍ତ ଆୟ କଲା 'କିସି କା ଭାଇ କିସି କି ଜାନ'

ମୁମ୍ବାଇ: ପ୍ରତିବର୍ଷ ଇଦ୍ ଅବସରରେ ପ୍ରଶଂସକଙ୍କ ପାଇଁ ସଲମାନ ଖାନଙ୍କ ଫିଲ୍ମ ରିଲିଜ୍ ହୋଇଥାଏ । ଚଳିତବର୍ଷ ଅଭିନେତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ' ରିଲିଜ ହୋଇଥିଲା । ମଲ୍ଟିଷ୍ଟାର୍ ଚଳଚ୍ଚିତ୍ର ୨୧ ଏପ୍ରିଲ ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​ । ଓପନିଂ ଡେ'ଅପେକ୍ଷା ରିଲିଜର ଦ୍ୱିତୀୟ ଦିନରେ ଏହି ସିନେମାଟି ଅଧିକ ଆୟ କରିଛି । ଚାଲନ୍ତୁ ନଜର ପକାଇବା ଦ୍ୱିତୀୟ ଦିନରେ ଦବଙ୍ଗ ଖାନଙ୍କ ଫିଲ୍ମ କେତେ ବ୍ୟବସାୟ କରିଛି ।

ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ 'କିସି କା ଭା କିସି କି ଜାନ' ଇଦ୍‌ର ଗୋଟିଏ ଦିନ ପୂର୍ବରୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ପ୍ରଥମ ଦିନରେ କିଛି ଖାସ ଆୟ କରିନଥିଲା ସଲମାନଙ୍କ ଫିଲ୍ମ । ହେଲେ ସପ୍ତାହ ଶେଷ ଏବଂ ଇଦ୍ ଛୁଟି ଅବସରରେ ଫିଲ୍ମଟି ଦ୍ୱିତୀୟ ଦିନରେ ଜବରଦସ୍ତ ଆୟ କରିଛି । ରିପୋର୍ଟ ଅନୁସାରେ ଫିଲ୍ମର ଦ୍ୱିତୀୟ ଦିନର ବକ୍ସ ଅଫିସ୍ ଆୟ ହେଉଛି ୨୫ କୋଟି ଟଙ୍କା ।

 Kisi Ka Bhai Kisi Ki Jaan

ଶନିବାର ଦିନ ଏହି ଫିଲ୍ମଟି ଜବରଦସ୍ତ ବ୍ୟବସାୟ କରିଛି । ସଲମାନ ଖାନଙ୍କ କ୍ରେଜ୍ ଏତେ ଅଧିକ ଥିଲା ଯେ, ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରୁ ୧୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଛି । ଓପନିଂ ଡେ'ରେ ଏହି ଫିଲ୍ମର ଆୟ ସ୍ୱଭାବିକ ରହିଥିଲା । ତରନ ଆଦର୍ଶଙ୍କ ଅନୁଯାୟୀ ସଲମାନଙ୍କ ଫିଲ୍ମ ପ୍ରଥମ ଦିନରେ ୧୫.୮୧ କୋଟି ଟଙ୍କା ଆୟ କରିଛି ।

ମଲ୍ଟି ଷ୍ଟାରର ଫିଲ୍ମ 'କିସି କା ଭାଇ କିସି କି ଜାନ'ରେ ଅନେକ କଳାକାର ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ପ୍ରଥମ ଥର ସଲମାନ ଖାନ ଓ ପୂଜା ହେଗଡେଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ଏହା ବ୍ୟତୀତ ଶେହନାଜ ଗିଲ, ସିଦ୍ଧାର୍ଥ ନିଗମ, ପଲକ ତିୱାରୀଙ୍କ ଭଳି ତାରକାମାନେ ଡେବ୍ୟୁ କରିଛନ୍ତି । ସେହିପରି ଭେଙ୍କଟେଶ, ରାଘବ ଜୁୟାଲ ଏବଂ ଜସି ଗିଲଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବା ପାଇଁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+