ଏହି OTT' ପ୍ଲାଟଫର୍ମରେ ଦେଖନ୍ତୁ ଫିଲ୍ମ 'ଲାପତା ଲେଡିଜ୍'

LaapataaLadies: ଓଟିଟି'ପ୍ଲାଟଫର୍ମରେ ରିଲିଜ୍ ହେଲା କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ୍' । 2023 ମସିହାରେ ସମ୍ମାନଜନକ ଟରୋଣ୍ଟୋ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (TIFF)ରେ ପ୍ରିମିୟର୍ ହେବା ପରେ ଆମୀର ଖାନଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର ମାର୍ଚ୍ଚ ୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଏହି ଚଳଚ୍ଚିତ୍ରଟି ସମାଲୋଚକ ଏବଂ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ସାଉଁଟିଥିଲା । ବର୍ତ୍ତମାନ ରିଲିଜ୍ ହେବାର ପ୍ରାୟ ଦୁଇ ମାସ ପରେ ଏହି କମେଡି-ଡ୍ରାମା ଫିଲ୍ମ OTT' ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି । ଚାଲନ୍ତୁ ଜାଣିବା କେଉଁ OTT' ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି ଏହି ସିନେମା ।

LaapataaLadies


କିରଣ ରାଓଙ୍କ ନିର୍ଦ୍ଦେଶିତ ତଥା ଆମୀର ଖାନଙ୍କ ଦ୍ୱାରା ନିର୍ମିତ ଫିଲ୍ମ 'ଲାପତା ଲେଡିଜ୍' OTT' ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରିତ ହେବ। ଷ୍ଟ୍ରିମିଂ ଜଏଣ୍ଟ୍ ଏପ୍ରିଲ୍ 25ରେ ପୋଷ୍ଟର ସହିତ OTT ରିଲିଜ୍ ତାରିଖ ସେୟାର କରି ମଧ୍ୟରାତ୍ରିରେ ଫିଲ୍ମ ମୁକ୍ତିଲାଭ କରିଥିଲା । ଆମୀର ଖାନ୍ ପ୍ରଡକ୍ସନ୍ସ ପକ୍ଷରୁ ମଧ୍ୟ ଏହି ଫିଲ୍ମ ରିଲିଜ୍ ବିଷୟରେ ସୂଚନା ଦିଆଯାଇଥିଲା ।

ବିପ୍ଲବ ଗୋସ୍ୱାମୀଙ୍କ ପୁରସ୍କାର ପ୍ରାପ୍ତ ଉପନ୍ୟାସ ଉପରେ ଆଧାର ଏହି ଚଳଚ୍ଚିତ୍ରରେ ସ୍ପର୍ଶ ଶ୍ରୀବାସ୍ତବ, ପ୍ରତୀଭା ରାଣ୍ଟା, ନିତାନଶି ଗୋୟଲ ଏବଂ ରବି କିଶନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବକ୍ସ ଅଫିସରେ ଏହି ସିନେମା ଭଲ ବ୍ୟବସାୟ କରିଥିଲା । ଫିଲ୍ମର କମେଡି ଏବଂ କାହାଣୀ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି । ଏହି ଫିଲ୍ମ ଦର୍ଶକଙ୍କୁ 2001 ଗ୍ରାମୀଣ ଭାରତକୁ ନେଇଥାଏ, ଯେଉଁଠାରେ ଟ୍ରେନ୍ ଯାତ୍ରା ସମୟରେ ଦୁଇଜଣ ବୋହୂ ଅତଳବଦଳ ହୋଇଯାଇଥାଏ ଏବଂ ଯାହାକୁ ନେଇ ଫିଲ୍ମର କାହାଣୀ ଗତିଶିଳ । ଏହି କାହାଣୀ ବେଶ୍ ରୋମାଞ୍ଚକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+