ବଲିଉଡରେ କିଙ୍ଗଖାନଙ୍କ 30 ବର୍ଷ, ଫ୍ୟାନ୍ସଙ୍କୁ ଜଣାଇଲେ ଧନ୍ୟବାଦ

ବଲିଉଡର 30 ବର୍ଷ ପୂରଣ କଲେ କିଙ୍ଗଖାନ । ଏହି ଅବସରରେ ସେ ସୋଶାଲ ମିଡିଆରେ ଫଟୋ ସେୟାର କରି ପ୍ରଶଂସକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ଶାହାରୁଖ ଲେଖିଛନ୍ତି, ମୋ ପାଇଁ ସବୁଠୁ ଖାସ୍‌ କଥା ହେଉଛି ଯେ, ମନୋରଞ୍ଜନ କରିବ

ମୁମ୍ବାଇ: ବଲିଉଡର 30 ବର୍ଷ ପୂରଣ କଲେ କିଙ୍ଗଖାନ । ଏହି ଅବସରରେ ସେ ସୋଶାଲ ମିଡିଆରେ ଫଟୋ ସେୟାର କରି ପ୍ରଶଂସକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ଶାହାରୁଖ ଲେଖିଛନ୍ତି, ମୋ ପାଇଁ ସବୁଠୁ ଖାସ୍‌ କଥା ହେଉଛି ଯେ, ମନୋରଞ୍ଜନ କରିବା ପାଇଁ ସେଲିବ୍ରେଟର ଅର୍ଥ ହେଉଛି କି ମୁଁ ଦିନରାତି କାମ କରିବା....ଆପଣ ସମସ୍ତଙ୍କୁ ଭଲପାଇବା ।

shahrukh

ତେବେ, ଏହି ଅବସରରେ ଶାହାରୁଖ ଖାନ ଇନଷ୍ଟାଗ୍ରାମରେ ଲାଇଭ ଆସି ପ୍ରଶଂସକଙ୍କ ସହ ଯୋଡି ହୋଇଥିଲେ ଏବଂ ସେ ମଧ୍ୟ ତାଙ୍କର ଅଭିଜ୍ଞତା ଏବଂ ଅନେକ ଇଚ୍ଛା ପ୍ରକାଶ କରିଥିଲେ। ବଲିଉଡରେ 30 ବର୍ଷ ପୂରଣ କରିବା ପରେ ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ'ର ପୋଷ୍ଟର ମଧ୍ୟ ସାମ୍ନାକୁ ଆସିଥିଲା, ଯାହା ପ୍ରଶଂସକଙ୍କ ପାଇଁ ଏକ ଉପହାର ଥିଲା ।

ଇନଷ୍ଟାଗ୍ରାମରେ ମୋସନ ପୋଷ୍ଟର ସେୟାର କରି ଶାହାରୁଖ ଲେଖିଛନ୍ତି, ' ମୋ ପ୍ରତି ଆପଣଙ୍କ ଭଲ ପାଇବା ଅସୀମ । ଯାହାର ସୀମା ନାହିଁ । ଏହି ୩୦ ବର୍ଷକୁ ମୁଁ ଗଣୁ ନାହିଁ । #Pathan ସହିତ ଏହି ଯାତ୍ରା ଜାରି ରହିଛି । 2023 ଜାନୁୟାରୀ 25ରେ # YRF50 ସହିତ # ପଠାନ୍‌କୁ ପାଳନ କରନ୍ତୁ । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରୁଛି । ଶାହାରୁଖଙ୍କ ଏହି ଚମତ୍କାର ପୋଷ୍ଟରେ ତାଙ୍କ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି । 'ପଠାନ'ର ଏହି ମୋସନ ପୋଷ୍ଟରକୁ ବର୍ତ୍ତମାନ ପର୍ଯ୍ୟନ୍ତ 5 ଲକ୍ଷରୁ ଅଧିକ ଲାଇକ୍ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+