ପ୍ରେମିକଙ୍କ ପାଇଁ ରେସ୍ତୋରାଁରେ 46 ହଜାର ଖର୍ଚ୍ଚ କଲେ ମଡେଲ କିମ୍
ମଡେଲ୍ କିମ୍ କାଦର୍ସିୟାନ୍ ନିକଟରେ ଅଷ୍ଟ୍ରେଲିଆ ଯାଇଥିଲେ। ତାଙ୍କ ପ୍ରେମିକ ପିଟ୍ ଡେଭିଡସନଙ୍କୁ ଭେଟିବା ପାଇଁ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ରହିଥିଲେ କିମ୍ । ତେବେ ସେଠାରେ ଏହି କପଲ ଡିନର ପାଇଁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ସେଠାରେ ସେ ଡିନର ମଧ୍ୟ କରିଥିଲେ ।
ୱାଶିଂଟନ: ମଡେଲ୍ କିମ୍ କାଦର୍ସିୟାନ୍ ନିକଟରେ ଅଷ୍ଟ୍ରେଲିଆ ଯାଇଥିଲେ। ତାଙ୍କ ପ୍ରେମିକ ପିଟ୍ ଡେଭିଡସନଙ୍କୁ ଭେଟିବା ପାଇଁ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ରହିଥିଲେ କିମ୍ । ତେବେ ସେଠାରେ ଏହି କପଲ ଡିନର ପାଇଁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ । ସେଠାରେ ସେ ଡିନର ମଧ୍ୟ କରିଥିଲେ । ହେଲେ ବିଲ୍ କଥା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । 567 ଡଲାର ବା ପ୍ରାୟ 46 ହଜାର ଟଙ୍କାର ବିଲ ଆସିଥିଲା।

ବର୍ତ୍ତମାନ ଏହି ବିଲ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିମ୍ ଏବଂ ତାଙ୍କ ବୟଫ୍ରେଣ୍ଡଙ୍କ ବିଷୟରେ ଚର୍ଚ୍ଚା ବଢୁଛି। ରେଷ୍ଟୁରାଣ୍ଟର ଜଣେ ୱେଟର ଦାବି କରି କହିଛନ୍ତି ଯେ ସେ କିମ ଏବଂ ତାଙ୍କ ବୟଫ୍ରେଣ୍ଡଙ୍କୁ ସର୍ଭିସ ସେ ଦେଇଥିଲେ। ସେ ନିଜ ଇନଷ୍ଟା ଷ୍ଟୋରୀରେ ପୋଷ୍ଟ କରି ଲେଖିଛନ୍ତି କି, 'ଆଜି ମଡେଲ କିମ ତାଙ୍କ ଠାରୁ ଅର୍ଡର ନେଇଥିଲେ । ଏହାପରେ ଟିପ୍ସ ମଧ୍ୟ ଦେଇଥିଲେ । ହେବି ଟିପ୍ସ ପାଇଁ ଧନ୍ୟବାଦ। ବିଲର ଫଟୋ ମଧ୍ୟ ସେୟାର କରିଛନ୍ତି ୱେଟର ଜଣକ।
ତେବେ କିମଙ୍କ ଡିନରେ ମେନ୍ୟୁ ଥିଲା , ବ୍ରୁସଚେଟ୍ଟା, ମାର୍ଗେରିଟା ପିଜା, ଲସାଗ୍ରେନ୍, ଚକୋଲେଟ୍ ଟର୍ଟ, ରୁକୋଲା ଏବଂ କ୍ୟାପ୍ରେସ୍ ସାଲାଡ୍।
ସୂଚନା ଅନୁସାରେ, କିମ୍ଙ୍କ ପ୍ରେମିକ ପିଟ୍ ଡେଭିଡସନ ବର୍ତ୍ତମାନ ୱିଜାର୍ଡ ନାମକ ଏକ ଆଗାମୀ ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି। ଏହି ସମୟରେ କିମ୍ ଚାରି ଦିନିଆ ଗସ୍ତରେ ଅଷ୍ଟ୍ରେଲିଆ ଯାଇଥିଲେ। କିମ ଚାହୁଁ ନଥିଲେ କି ସେ ଅଷ୍ଟ୍ରେଲିଆରେ ଅଛନ୍ତି ବୋଲି କେହି ଜାଣନ୍ତୁ।












Click it and Unblock the Notifications