୭ ଫେବୃଆରୀରେ ହେବ କିଆରା-ସିଦ୍ଧାର୍ଥଙ୍କ ବିବାହ, ଜାଣନ୍ତୁ କିଏ ହେଉଛନ୍ତି ଅଭିନେତ୍ରୀଙ୍କ ମେକଅପ୍ ଆର୍ଟିଷ୍ଟ
ଆସନ୍ତା କାଲି ଅର୍ଥାତ୍ ଫେବୃଆରୀ ୭ରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଜୈସଲମେରରେ ପରସ୍ପରର ଜୀବନସାଥୀ ସାଜିବା ପାଇଁ ଯାଉଛନ୍ତି ।

Sidharth Malhotra Kiara Advani Wedding: ବି-ଟାଉନରେ ଏବେ ଟ୍ରେଣ୍ତରେ ରହିଛି କିଆରା-ସିଦ୍ଧାର୍ଥଙ୍କ ବିବାହ ଖବର । ସୋସିଆଲ ମିଡିଆରେ ମଧ୍ୟ ଏହି ଷ୍ଟାର୍ କପଲଙ୍କ ଚର୍ଚ୍ଚା । ଏବେ ସମସ୍ତଙ୍କ ଅପେକ୍ଷା ଉଭୟଙ୍କୁ ପତିପତ୍ନୀ ଭାବେ ଦେଖିବାକୁ । ଖୁବ କମ୍ ସମୟରେ ହିଁ ଏହି ଦୁଇ ଷ୍ଟାର ଇଣ୍ତଷ୍ଟ୍ରିରେ ନିଜର ଏକ ଖାସ ପରିଚୟ ସୃଷ୍ଟି କରିପାରିଛନ୍ତି ।
ଆସନ୍ତା କାଲି ଅର୍ଥାତ୍ ଫେବୃଆରୀ ୭ରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଜୈସଲମେରରେ ପରସ୍ପରର ଜୀବନସାଥୀ ସାଜିବା ପାଇଁ ଯାଉଛନ୍ତି । ତେବେ ଅନେକ ଥର ରିଲରେ ଅର୍ଥାତ୍ ସିନେମାରେ କିଆରାଙ୍କୁ ବୋହୂ ପରି ସଜେଇ ହୋଇଥିବାର ଦେଖିବା ପାଇଁ ମିଳିଛି । ଏବେ ଫ୍ୟାନ୍ସ କିଆରାଙ୍କ ରିୟଲ ବ୍ରାଇଡ୍ ଲୁକ ଦେଖିବା ପାଇଁ ଖୁବ୍ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ତେବେ ଚାଲନ୍ତୁ ଜାଣିବା କେଉଁ ମେକଅପ୍ ଆର୍ଟିଷ୍ଟ୍ କିଆରାଙ୍କୁ ଦେବେ ବ୍ରାଇଡ୍ ଲୁକ୍ ।
କିଆରାଙ୍କ ମେକଅପ୍ ଆର୍ଟିଷ୍ଟ
ମେକଅପ୍ ଆର୍ଟିଷ୍ଟ ସୌର୍ଣ୍ଣଲେଖା ଗୁପ୍ତା କିଆରାଙ୍କୁ ଆସନ୍ତା କାଲି ରାଣୀ ପରି ସଜେଇବା ପାଇଁ ନିଜର ସମସ୍ତ ପ୍ରସ୍ତୁତି ଶେଷ କରି ସାରିଛନ୍ତି । ଶନିବାର ସନ୍ଧ୍ୟାରେ ସୌର୍ଣ୍ଣଲେଖ ଗୁପ୍ତା ଅନ୍ୟ ମେକଅପ୍ ଆର୍ଟିଷ୍ଟଙ୍କ ଜୈସଲମେରେ ପହଁଚିସାରିଛନ୍ତି । ଅଭିନେତ୍ରୀ କିଆରାଙ୍କ ହେୟାର ଷ୍ଟାଇଲ ଅମିତ ଠାକୁର କରିବେ ବୋଲି ସୂଚନା ରହିଛି ।
ସୌର୍ଣ୍ଣଲେଖା ଗୁପ୍ତା ବଲିଉଡର ଏକ ଜଣାଶୁଣା ଏବଂ ପ୍ରସିଦ୍ଧ ମେକଅପ୍ ଆର୍ଟିଷ୍ଟ୍ । ସେ ପୂର୍ବରୁ ଏକ ଫିଲ୍ମ ପାଇଁ କିଆରାଙ୍କର ମେକଅପ୍ କରିସାରିଛନ୍ତି । ସୁପର-ଡୁପର ହିଟ୍ ଫିଲ୍ମ କବୀର ସିଂରେ କିଆରାଙ୍କ 'ନୋ ମେକଅପ୍' ଲୁକ୍ ସ୍ୱର୍ଣ୍ଣଲେଖାଙ୍କ ଦ୍ୱାରା କରାଯାଇଥିଲା। ଏହା ସହିତ ଅନେକ ଟିଭି ଆଡ୍ ଏବଂ ଚଳଚ୍ଚିତ୍ର ପାଇଁ ମଧ୍ୟ କିଆରାଙ୍କୁ ସୁନ୍ଦର ଭାବେ ସଜାଇସାରିଛନ୍ତି । ଗୁପ୍ତା ମାଧୁରୀ ଦୀକ୍ଷିତ, କରୀନା କପୁର ଖାନ, କରିସ୍ମା କପୁର, ଆଲିଆ ଭଟ୍ଟଙ୍କ ପରି ଅନେକ ବଲିଉଡ ଷ୍ଟାରଙ୍କ ସହ ମଧ୍ୟ କାମ କରିସାରିଛନ୍ତି ।
ବଦଳିଲା କିଆରା ଏବଂ ସିଦ୍ଧାର୍ଥଙ୍କ ବିବାହ ତାରିଖ
ଅନ୍ୟପକ୍ଷରେ, ଶନିବାର ଦିନ କିଆରା ଏବଂ ଡିଜାଇନର୍ ମନୀଷ ମଲହୋତ୍ରାଙ୍କୁ ଜୈସଲମେର ବିମାନବନ୍ଦରରେ ଏକାଠି ଦେଖିବା ପାଇଁ ମିଳିଥିଲା । ସିଦ୍ଧାର୍ଥଙ୍କୁ ମଧ୍ୟ ମୁମ୍ବାଇ ଏୟାରପୋର୍ଟରେ ଦେଖିବା ପାଇଁ ମିଳିଥିଲା । ଅନ୍ୟପକ୍ଷରେ ଉଭୟଙ୍କ ପରିବାର ଲୋକ ମଧ୍ୟ ଜୈସଲମେରରେ ପହଞ୍ଚି ସାରିଛନ୍ତି । ସେହିପରି ଅନେକ ବଲିଉଡ କଳାକାର ମଧ୍ୟ କିଆରା-ସିଦ୍ଧାର୍ଥଙ୍କ ବିବାହରେ ଯୋଗ ଦେବା ପାଇଁ ଜୈସଲମେରରେ ପହଞ୍ଚି ସାରିଛନ୍ତି ଏହି ଦମ୍ପତି ୭ ଫେବୃଆରୀରେ ବିବାହ କରିବେ ।
-
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ












Click it and Unblock the Notifications