ଡ୍ୟାନ୍ସ କରି କିଆରା କଲେ ଏଣ୍ଟ୍ରୀ, ସିଦ୍ଧାର୍ଥ ଦେଖିଲେ ସମୟ, ଫ୍ୟାନ୍ସ କହିଲେ ଯୋଡି ହିଟ୍

ଆଜି ଅଭିନେତ୍ରୀ କିଆରା ଆଡଭାନୀ ବିବାହର ଆଉ ଏକ ସୁନ୍ଦର ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା ପ୍ରେମ ଋତୁକୁ ଆଉ ଟିକ୍ ଖାସ୍ କରିଦେଇଛି ।

Sidharth Kiara wedding

Kiara-sidharth wedding: ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍‌ ୱିକ୍‌ । ଲାଗୁଛି ନିଜ ଜୀବନର ଏହି ଦିନକୁ ଖାସ କରିବା ପାଇଁ ଆଗରୁ ହିଁ ପ୍ଲାନ୍ କରିନେଇଥିଲେ ବଲିଉଡର ମୋଷ୍ଟ କ୍ୟୁଟ୍ କପଲ୍ ସିଦ୍ଧାର୍ଥ ଏବଂ କିଆରା । କାରଣ ପ୍ରେମ ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ୭ ଫେବୃଆରୀରେ ଜୈସଲମେରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଷ୍ଟାର ଦମ୍ପତ୍ତି । ଉଭୟଙ୍କ ବିବାହର ଫଟୋ ଏବଂ ଭିଡିଓ ଏବେ ଇଣ୍ଟରନେଟରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଉଭୟଙ୍କ ପ୍ରତି ଅନ୍ଦାଜ୍ ଜିଣୁଛି ଦର୍ଶକଙ୍କ ମନ ।

ଇନଷ୍ଟାଗ୍ରାମରେ ସେୟାର କଲେ ନୂଆ ଭିଡିଓ

ଆଜି ଅଭିନେତ୍ରୀ କିଆରା ଆଡଭାନୀ ବିବାହର ଆଉ ଏକ ସୁନ୍ଦର ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ନଜର ଆସିଛନ୍ତି। ଉଭୟଙ୍କ ଲୁକ୍ ଖୁବ୍ ଖାସ୍ ଓ ସୁନ୍ଦର ରହିଛି । କିଆରା ଡ୍ୟାନ୍ସ କହି ବେଶ୍ ବିବାହ ମଣ୍ତପରେ ପ୍ରବେଶ କରୁଛନ୍ତି । ତାଙ୍କ ଅପେକ୍ଷାରେ ପୂର୍ବରୁ ହିଁ ସିଦ୍ଧାର୍ଥ ବର ପୋଷାକରେ ସଜେଇ ହୋଇ ଛିଡା ହୋଇଛନ୍ତି । କିଆରା ଇସାର କରି ସଦ୍ଧାର୍ଥଙ୍କ ଲୁକର ପ୍ରଶଂସା କରୁଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି । ଉଭୟଙ୍କର ଏହି କ୍ୟୁଟ୍, ରୋମାଣ୍ଟିକ୍ ଅନ୍ଦାଜ୍ ସୋସିଆଲ ମିଡିଆରେ ଟ୍ରେଣ୍ତ କରିବା ସହ ଫ୍ୟାନ୍ସଙ୍କର ଲାଇକ୍ ଓ କମେଣ୍ଟର ବର୍ଷା ଆରମ୍ଭ ହୋଇଯାଇଛି । ଏହି ପ୍ରେମ ଋତୁକୁ ଆଉ ଟିକ୍ ଖାସ୍ କରିଦେଇଛି ସିଦ୍ଧାର୍ଥ-କିଆରାଙ୍କ ବିବହା ।

କିଆରା-ସିଦ୍ଧାର୍ଥଙ୍କୁ ଶୁଭେଚ୍ଛା ଜଣାଇଲେ ଫ୍ୟାନ୍ସ

ଏହା ପରେ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ପରଷ୍ପରକୁ ହଗ୍ କରିବା ସହ ପରଷ୍ପରକୁ ବରମାଳା ପିନ୍ଧାଇବା ପରେ ସମସ୍ତଙ୍କ ସାମ୍ନାରେ ପରସ୍ପରକୁ ଚୁମ୍ବନ୍ ଦେଉଥିବାର ଦେଖିବା ପାଇଁ ମିଳୁଛି । ଏହାପରେ ଉଭୟଙ୍କ ଉପରେ ଫୁଲର ବର୍ଷା ହେଉଛି । ଏହି ଭିଡିଓ ପୋଷ୍ଟ କରିବା ସହ କିଆରା ଆଡଭାନୀ 07.02.23 ଭାବରେ ବିବାହ ତାରିଖ ଲେଖିଛନ୍ତି । ସିଦ୍ଧାର୍ଥ ଏବଂ କିଆରାର ଏହି ଭିଡିଓକୁ ବହୁତ ପସନ୍ଦ ଏବଂ ସେୟାର କରାଯାଉଛି । ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ବିବାହର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+