ମା'ହେବେ କିୟାରା ଆଡଭାନୀ, କହିଲେ ଜୀବନର ସବୁଠୁ ବଡ଼ ଉପହାର...

ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାନୀ ବଲିଉଡର ସବୁଠାରୁ ପ୍ରିୟ ଯୋଡ଼ି। ପ୍ରଶଂସକମାନେ ଏହି ଯୋଡ଼ିକୁ ବେଶ୍ ପସନ୍ଦ କରନ୍ତି। ବର୍ତ୍ତମାନ ଉଭୟଙ୍କ ପରିବାରରେ ଛୋଟ ଅତିଥିଙ୍କ ଏଣ୍ଟ୍ରି ହେବାକୁ ଯାଉଛି । ଏହି ଷ୍ଟାର ଦମ୍ପତି ଖୁବ୍ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏହି ଦମ୍ପତି ପ୍ରଶଂସକମାନଙ୍କ ନିଜ ଖୁସି ବାଣ୍ଟିଛନ୍ତି । ଯାହା ପରେ ଉଭୟଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇବା ଆରମ୍ଭ କରିଛନ୍ତି ଫ୍ୟାନ୍ସ ।

Siddharth Malhotra

ଶୁକ୍ରବାର ଦିନ କିଆରା ଏବଂ ସିଦ୍ଧାର୍ଥ ପ୍ରେଗନେନସିକୁ ନେଇ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ସେୟାର କରିଥିବା ପୋଷ୍ଟରେ ଦମ୍ପତି ହାତରେ ଗୋଟିଏ ପିଲାର ମୋଜା ଧରିଥିବାର ଦେଖିବା ପାଇଁ ମିଳୁଛି ଏବଂ ଯେଉଁଥିରେ କ୍ୟାପସନରେ ଲେଖାଯାଇଛି 'ଆମ ଜୀବନର ସବୁଠାରୁ ବଡ଼ ଉପହାର ଶୀଘ୍ର ଆସୁଛି।'

2021 ମସିହାରେ ନିର୍ମିତ ଫିଲ୍ମ "ଶେରଶାହ"ର ସେଟରେ କିଆରା ଏବଂ ସିଦ୍ଧାର୍ଥଙ୍କର ଭେଟ ହୁଏ ପରେ ଉଭଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠେ । ଦୀର୍ଘ ଦିନ ପରସ୍ପରକୁ ଡେଟ୍ କରିବା ପରେ ଉଭୟ 2023ରେ ଜୈସଲମେରର ସୂର୍ଯ୍ୟଗଡ଼ ପ୍ୟାଲେସରେ ବିବାହ କରିଥିଲେ ।ପରେ ଏହି ଦମ୍ପତି ମୁମ୍ବାଇରେ ଏକ ମେଗା ରିସେପ୍ସନର ଆୟୋଜନ କରିଥିଲେ। ବିବାହର ଦୁଇ ବର୍ଷ ପରେ ଏବେ ଏହି ଦମ୍ପତି ପିତାମାତା ହେବାକୁ ଯାଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+