ସିନେମା ପାଇଁ ବଦଳାଇଥିଲେ ନିଜର ନାଁ , ଆଲିଆରୁ ସାଜିଲେ ବଲିଉଡର କିଆରା
Happy Birth Day Kiara Advani :ସିନେମା ପାଇଁ ବଦଳାଇଥିଲେ ନିଜର ନାଁ , ଆଲିଆରୁ ସାଜିଲେ ବଲିଉଡର କିଆରା
ମୁମ୍ବାଇ: ଆଜି ବଲିଉଡର ଅଭିନେତ୍ରୀ କିଆରା ଆଡଭାନୀଙ୍କର ୩୦ତମ ଜନ୍ମଦିନ । ୩୧ ଜୁଲାଇ ୧୯୯୨ ମୁମ୍ବାଇରେ ଜନ୍ମ ହୋଇଥିଲେ କିଆରା । ତାଙ୍କ ସୁନ୍ଦରତା , ତାଙ୍କ ଅଭିନୟ ଫ୍ୟାନ୍ସଙ୍କୁ ଦିୱାନା କରିଥାଏ । ସିନେମା କବିର ସିଂର ସଫଳତା ପରେ ତାଙ୍କର ପପୁଲାରିଟି ମଧ୍ୟ ବଢିଯାଇଥିଲା । ହିନ୍ଦୀ ସିନେମା ସହ ଅନେକ ସାଉଥ୍ ଫିଲ୍ମରେ ମଧ୍ୟ ତାଙ୍କୁ ଦେଖିବା ପାଇଁ ମିଳିଛି । ଇଣ୍ତଷ୍ଟ୍ରିରେ ସ୍ଥାନ ପାଇବା ପାଇଁ ସେ ଅନେକ ପରିଶ୍ରମ କରିଛନ୍ତି ।


ବଲିଉଡରେ ଦିନକୁ ଦିନ କିଆରାଙ୍କୁ ସଫଳତା ମିଳୁଛି । ତାଙ୍କର ଅନେକ ଫିଲ୍ମ ଫ୍ଲପ୍ ମଧ୍ୟ ହୋଇଛି । ହେଲେ କବୀର ସିଂ, ଗୁଡ୍ ନ୍ୟୁଜ୍, ଭୁଲ୍ ଭୁଲେୟାଁ-୨, ଏମ୍ଏସ୍ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ ଏବଂ ଶେର୍ଶାହା ଭଳି ସୁପରହିଟ୍ ଫିଲ୍ମ ପରେ ତାଙ୍କ ପ୍ରତି ଦର୍ଶକଙ୍କର ନଜରିଆ ବଦଳିଯାଇଛି । ଏବେ ସେ ବଲିଉଡରେ ନିଜର ଏକ ବଡ଼ ସ୍ଥାନ ସୃଷ୍ଟି କରିପାରିଛନ୍ତି ।
କିଆରା ଆଡଭାନୀ ତାଙ୍କ ପ୍ରୋଫେସନାଲ ଲାଇଫ ସହ ପର୍ସନାଲ ଲାଇଫ୍କୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସିଦ୍ଧାର୍ଥ ମଲୋହତ୍ରା ଓ କିଆରାଙ୍କ ସମ୍ପର୍କକୁ ନେଇ ସବୁଠି ଚର୍ଚ୍ଚା ହେବାରେ ଲାଗିଛି । ରିପୋର୍ଟ ଅନୁଯାୟୀ କିଆରା ନିଜ ଜନ୍ମଦିନ ସିଦ୍ଧାର୍ଥଙ୍କ ସହ ଦୁବାଇରେ ସେଲିବ୍ରଟ କରୁଛନ୍ତି । ଦୁହିଁଙ୍କ କେମେଷ୍ଟ୍ରିକୁ ଫ୍ୟାନ୍ସ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି ।












Click it and Unblock the Notifications