ବିଶ୍ୱରେ ୫୨୦୦ ସ୍କ୍ରିନରେ ରିଲିଜ ହେବ ସୂର୍ଯ୍ୟବଂଶୀ
ମୁମ୍ବାଇ: ରୋହିତ ସେଟ୍ଟିଙ୍କ ବହୁ ପ୍ରତକ୍ଷିତ ଆକ୍ସନ ମୁଭି ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ଅଭିନୟ କରିଛନ୍ତି ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ। ସୂର୍ଯ୍ୟବଂଶୀ ବିଶ୍ୱରେ ୫୨୦୦ ସ୍କ୍ରିନରେ ରିଲିଜ ହେବ । ଏହି ଫିଲ୍ମରେ ରଣବୀରଙ୍କ ୮୩ ଫିଲ୍ମର ଟିଜର ରହିବ । ପ୍ରାପ୍ତ ଖବର ଅନୁସାରେ ଭାରତରେ ୪୦୦୦ ଓ ବିଦେଶରେ ଏହା ୧୨୫୦ ସ୍କ୍ରିନରେ ୧୦୦୦ ପ୍ରିଂଟ ସହ ରିଲିଜ ହେବ । ବକ୍ସ ଅଫିସରେ ଏହାର ଓପନିଂ ୩୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସୂର୍ଯ୍ୟବଂଶୀ ଫିଲ୍ମରେ ଅକ୍ଷୟଙ୍କ ସହ ଅଜୟ ଦେବଗନ ଓ ରଣବୀର ସିଂ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ରୋହିତ ଶେଟ୍ଟୀଙ୍କ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଉତ୍କଣ୍ଠା ରହିଛି । କରୋନା ମହାମାରୀ କାଳରେ ପ୍ରଥମ ଥର କୌଣସି ଫିଲ୍ମ ଏତେଗୁଡିଏ ସ୍କ୍ରିନରେ ରିଲିଜ ହେବାକୁ ଯାଉଛି । ଚଳଚିତ୍ରର ଟ୍ରେଳର ରିଲିଜ ହେବା ପରେ ଭଲ ପ୍ରତିକ୍ରିୟା ପ୍ରକାଶ ପାଇଥିବା ଯୋଗୁ ଫିଲ୍ମର ସଫଳତାକୁ ନେଇ ଆଶାବାଦୀ ଅଛନ୍ତି ପ୍ରଯୋଜକ।












Click it and Unblock the Notifications