ପ୍ରେମାନନ୍ଦ ମହାରାଜଜୀ ପାପ ଧୋଉଥିବା ମେସିନ୍ ନୁହନ୍ତି:ଖେସାରୀ ଲାଲ ଯାଦବ
ବୃନ୍ଦାବନର ପ୍ରେମାନନ୍ଦ ବାବା ଏବେ ସାରା ଦେଶ ଏବଂ ବିଶ୍ୱରେ ଚର୍ଚ୍ଚାରେ ଅଛନ୍ତି। ବିଶ୍ବର ତାଙ୍କର କୋଟି କୋଟି ଭକ୍ତ ଅଛନ୍ତି। ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ରାଜନୀତି ଏବଂ ଚଳଚ୍ଚିତ୍ର ଜଗତର ଅନେକ ବଡ଼ ବଡ଼ ନାମ ତାଙ୍କ ଆଶୀର୍ବାଦ ନେବାକୁ ଆଶ୍ରମ ଆସିଥାନ୍ତି। ୨ଦିନ ତଳେ ଭୋଜପୁରୀ ଅଭିନେତା ତଥା ଗାୟକ ଖେସାରୀ ଲାଲ ଯାଦବ ବାବାଙ୍କ ଉପରେ ଏକ ମନ୍ତବ୍ୟ ଦେଇଥିଲେ, ଯାହା ତାଙ୍କୁ ଏବେ ବିବାଦରେ ଛନ୍ଦିଛି। ଏକ ଏକ୍ସ ପୋଷ୍ଟରେ ସେ କହିଥିଲେ ଯେ, "ପ୍ରେମାନନ୍ଦ ବାବା ପାପ ଧୋଇବା ମେସିନ୍ ନୁହଁନ୍ତି।" ଏହି ବୟାନ ପରେ ସୋସିଆଲ ମିଡିଆରେ ବ୍ୟବହାରକାରୀମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି।

ଲୋକମାନେ ନିଜ ନିଜ ଶୈଳୀରେ ମିମ୍ ଏବଂ ମନ୍ତବ୍ୟ ସେୟାର କରୁଛନ୍ତି। ଅନେକ ବ୍ୟବହାରକାରୀ କହିଛନ୍ତି ଯେ, ଖେସାରୀଙ୍କ କଥା ଠିକ୍ ହୋଇପାରେ। କିନ୍ତୁ କହିବାର ଶୈଳୀ ବିବାଦୀୟ ଥିଲା। କିଛି ଲୋକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କୁ ସମର୍ଥନ କରୁଥିବା ବେଳେ କିଛି ଲୋକ ଟ୍ରୋଲ କରୁଛନ୍ତି। ଅଗଷ୍ଟ ୧୮ରେ ସେ ଏକ୍ସରେ ବାବାଙ୍କ ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, "ଏକ ନିବେଦନ। ପ୍ରେମାନନ୍ଦ ମହାରାଜଙ୍କୁ ଅନୁଭବ କରନ୍ତୁ। ମୁଁ କିଛି ଦିନ ହେଲା ଦେଖୁଛି ଯେ, ଅନେକ ଲୋକ ନିଜ ଭାବମୂର୍ତ୍ତି ସୁଧାରିବା ପାଇଁ ସେଠାକୁ ଯିବା ଆରମ୍ଭ କରିଛନ୍ତି। ସେ ପାପ ଧୋଇବା ମେସିନ୍ ନୁହଁନ୍ତି। ଯଦି ଆପଣଙ୍କର ପ୍ରକୃତ ବିଶ୍ୱାସ ଅଛି ତେବେ ତାଙ୍କ କଥା ଅନୁସରଣ କରନ୍ତୁ। ସବୁଜାଗାରେ ନିଜର ପ୍ରଚାର କରିବା ଠିକ୍ ନୁହେଁ।"












Click it and Unblock the Notifications